ଯୋରନ୍ଦା, କପିଳାସ, ସପ୍ତଶଯ୍ୟାର ହେବ ବିକାଶ

ଢେଙ୍କାନାଳ ଅଫିସ, ୧୧।୨

ବିଶ୍ୱ ପ୍ରସିଦ୍ଧ ମାଘମେଳା ଅବସରରେ ଯୋରନ୍ଦାସ୍ଥିତ ମହିମା ଗାଦି ଧୁନି ମନ୍ଦିର ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି ୩ୟ ମହିମା ମହୋତ୍ସବ। ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ସାମାଜିକ ବିଚାରଧାରାକୁ ନେଇ ମହିମା ଧର୍ମର ସୃଷ୍ଟି। ମହିମା ସାଧୁସନ୍ଥମାନେ ମତଭେଦ ଭୁଲି ଶାନ୍ତି ବଜାୟ ରଖିବା ସହ ଅଞ୍ଚଳର ବିକାଶ ଦାୟିତ୍ୱ କାନ୍ଧକୁ ନେବା ଉଚିତ। ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଞ୍ଚଳରେ ପାନୀୟଜଳ ପ୍ରକଳ୍ପ ସମେତ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। କାଲୁରିଆଠାରେ ବ୍ରାହ୍ମଣୀ ନଦୀ ଉପରେ ୨୫୩ କୋଟି ଟଙ୍କା ବ୍ୟୟରେ ଏକ ସେତୁ ନିର୍ମାଣ ହେଉଛି ା ଯୋରନ୍ଦା, ସପ୍ତଶଯ୍ୟା ଏବଂ କପିଳାସ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଉଦ୍ୟମ ଜାରି ରହିଥିବା ମନ୍ତ୍ରୀ ଅଭିଭାଷଣରେ କହିଥିଲେ। ସ୍ବତନ୍ତ୍ର ଅତିଥିଭାବେ ଆଇନମନ୍ତ୍ରୀ ପ୍ରତାପ ଜେନା ମହିମା ଧର୍ମ ତ୍ୟାଗ, ଶାନ୍ତିର ପ୍ରତୀକ ବୋଲି ମତ ରଖିଥିଲେ। ଶକ୍ତିମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଲେ, ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ମହିମା ଧର୍ମାବଲମ୍ବୀ ଅଛନ୍ତି। ଏହି ଧର୍ମରେ ଶୂନ୍ୟ, ନିରାକାର ବ୍ରହ୍ମଙ୍କ ଉପରେ ଅଗାଧ ବିଶ୍ୱାସ ରହିଛି। ମହିମା ଧର୍ମର ଅନ୍ୟତମ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ପଂକ୍ତି ଜାତିସଂଘରେ ସ୍ଥାନ ପାଇବା ଓଡ଼ିଆ ଜାତି ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ମହିମା ମହୋତ୍ସବ କମିଟି ସଭାପତି ତଥା ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।
ମହିମା ସାଧୁ ବାବା ନିତ୍ୟାନନ୍ଦ ଦାସ କହିଲେ, ଢେଙ୍କାନାଳର ସ୍ବର୍ଣ୍ଣ ତ୍ରିଭୁଜ ହେଉଛି ଯୋରନ୍ଦା, କପିଳାସ ଓ ସପ୍ତଶଯ୍ୟା। ହେଲେ ଏଠାରେ ସେପରି ବିକାଶ ହୋଇପାରି ନାହିଁ। ପର୍ଯ୍ୟଟକଙ୍କ ପାଇଁ ଯାତ୍ରୀନିବାସ, ପାନୀୟ ଜଳ ବ୍ୟବସ୍ଥା ନାହିଁ। ଏସବୁ ସମସ୍ୟାର ସମାଧାନ ଲାଗି ସେ ମନ୍ତ୍ରୀ, ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହିମା ସନ୍ନ୍ୟାସୀ ରଘୁନାଥ ବାବା ମହିମା ଧର୍ମର ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ମରଣିକା ‘ମହିମା’ ଉନ୍ମୋଚିତ ହୋଇଥିଲା। କମିଟି ପକ୍ଷରୁ ସାମାଜିକ କର୍ମୀ ତଥା ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ସମ୍ପାଦକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା, ଜିଲା ପ୍ରେସ କ୍ଲବ ସମ୍ପାଦକ ସତ୍ୟସ୍ବରୂପ ଦାସ, କୃଷକ ବିଜେଡି ଜିଲା ସଭାପତି ନରୋତ୍ତମ ସାହୁ, ସ୍ତ୍ରୀ ଓ ପ୍ରସୂତି ରୋଗ ଚିକିତ୍ସକ ଡା. ଦୀପକ ଦେହୁରୀ, ସାମାଜିକ କର୍ମୀ ଅଜିତ ସାହୁ, ନିରାକାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସନ୍ତୋଷ ବିଶ୍ୱାଳ ବିବରଣୀ ପାଠ କରିଥିଲେ। ଶେଷରେ କଳାହାଣ୍ଡି ଲୋକନୃତ୍ୟ, ସମ୍ବଲପୁରର ଘୋଡାନାଚ, ଖଞ୍ଜଣି ଭଜନ, ଆଦିବାସୀ ନୃତ୍ୟ ସମେତ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ରଙ୍କର ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ମହୋତ୍ସବର ଉଦ୍‌ଯାପନୀ ଦିବସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri