ଭଞ୍ଜନଗର, ୧୦।୧୧ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ତିନିଦିନିଆ ଯୁବ ରେଡକ୍ରସ ଶିବିର ଉଦ୍ଘାଟିତ ହୋଇଯାଇଛି। ଭଞ୍ଜନଗର ଡେପୁଟୀ କଲେକ୍ଟର ସି.ଏଚ. ଗାୟତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ଭୂମିକା, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ସଭାରେ ଅଧ୍ୟକ୍ଷତା କରିଥିଲେ। ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଓ ଅବସରପ୍ରାପ୍ତ ଅଧ୍ୟାପକ ଲୋକନାଥ ମହାନ୍ତି ସାଧନ ବ୍ୟକ୍ତି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରିଥିଲେ। ପ୍ରସାଶନିକ ଅଧିକାରୀ କୁମୁନ୍ଦ ଚନ୍ଦ୍ର ମହାପାତ୍ର,ଅଧ୍ୟାପକ ବସନ୍ତ କୁମାର ଶତପଥୀ, ଦିବ୍ୟଲୋଚନ ବିଶ୍ୱାଳ, ଦୁର୍ଗାମାଧବ ପଣ୍ଡା ଓ କ୍ରୀଡ଼ା ପ୍ରଶିକ୍ଷିକା ଗୀତାଶ୍ରୀ ସାମନ୍ତ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
ଯୁବ ରେଡକ୍ରସ କାଉନସିଲର ଡ. ସୀମାଞ୍ଚଳ ବେହେରା ସୱାଗତ ଭାଷଣ ଦେଇଥିବାବେଳେ ଯୁକ୍ତ ଦୁଇ କାଉନସିଲର ଆର୍. ହରିଶ, ମହିଳା ଶାଖା କାଉନସିଲର ସୁନିଆ ବିଷୋୟୀ ଓ ଅଧ୍ୟାପକ ବିଦେଶୀ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଙ୍ଗଳବାର ଦ୍ୱିତୀୟ ଦିବସରେ ଯୋଗ ଶିବିର ହୋଇଥିଲା।
Dharitri – Odisha’s No.1 Odia Daily

