ଯୁବନେତାଙ୍କ ଆଇକନ୍‌

ଖ୍ରୀଷ୍ଟୋଫର ଲୁକ୍ସୋନ

ସେଡିଓଡରାଣ୍ଟ ଏବଂ ଆଇସ୍‌କ୍ରିମ୍‌ ବିକୁଥିଲେ। ଶ୍ରେଷ୍ଠ କର୍ପୋରେଟ୍‌ ଏକ୍‌ଜିକ୍ୟୁଟିଭ୍‌ ଭାବେ ଏୟାରଲାଇନ୍‌ ଚଳାଇ ସୁନାମ ଅର୍ଜନ କଲେ। ବ୍ରିଟିଶ ବହୁରାଷ୍ଟ୍ରୀୟ ଖାଉଟି ସାମଗ୍ରୀ କମ୍ପାନୀ ‘ୟୁନିଲିଭର’ର ସେ ଅଷ୍ଟ୍ରେଲିଆ, ବ୍ରିଟେନ, କାନାଡା ଓ ଆମେରିକାରେ ଦୀର୍ଘ ୧୮ ବର୍ଷ କାର୍ଯ୍ୟ କରିଥିଲେ। ତାଙ୍କର ସାମଗ୍ରୀ ବିକିବାର ତରିକା ବିପଣନ ସହ ସଂଶ୍ଳିଷ୍ଟ ଅନ୍ୟ ବ୍ୟକ୍ତିଙ୍କଠାରୁ ଢେର ଅଲଗା। ସେ ଯେଉଁ ସ୍ଥାନରେ ଟପ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ଭେଟିବାକୁ ଯାଇଥାଆନ୍ତି ବା କୌଣସି ବୈଠକରେ ଯୋଗଦେବା ସକାଶେ କାର୍ଯ୍ୟସୂଚୀ ସ୍ଥିର କରିଥାଆନ୍ତି, ପ୍ରଥମେ ତାଙ୍କ କମ୍ପାନୀ ସାମଗ୍ରୀ ବ୍ୟବହାର କରୁଥିବା ସମ୍ପୃକ୍ତ ଅଞ୍ଚଳର ଉପଭୋକ୍ତାଙ୍କ ଘରକୁ ଯାଆନ୍ତି। ଖାଉଟିଙ୍କ ମତ ସଂଗ୍ରହ ତାଙ୍କ ସାମଗ୍ରୀ ବିକ୍ରି ଆକାରକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ସମ୍ଭବତଃ ସେହି ବିକ୍ରି କଳାକୁ ସେ ରାଜନୀତିରେ ଉତ୍ତମ ଭାବେ ପ୍ରୟୋଗ କରିପାରିଥିବାରୁ ଏହି କ୍ଷେତ୍ରରେ ଯୋଗଦେବାର ମାତ୍ର ୩ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ନିକଟରେ ନିର୍ବାଚନ ଜିତି ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଖ୍ରୀଷ୍ଟୋଫର ଲୁକ୍ସୋନ ଯୁବ ଉଦ୍ୟୋଗୀ ତଥା ରାଜନେତାଙ୍କ ପାଇଁ ଆଇକନ୍‌ ପାଲଟିଛନ୍ତି।
ଖ୍ରୀଷ୍ଟୋଫର ଲୁକ୍ସୋନ ୧୯ ଜୁଲାଇ ୧୯୭୦ରେ ନ୍ୟୁଜିଲାଣ୍ଡର ସାଉଥ୍‌ ଆଇଲାଣ୍ଡ୍‌ସ୍ଥିତ ଖ୍ରୀଷ୍ଟଚର୍ଚ୍ଚରେ ଜନ୍ମଗ୍ରହଣ କରିଥିଲେ। ଆୟର୍ଲାଣ୍ଡ୍‌ ଓ ସ୍କଟ୍‌ଲାଣ୍ଡ୍‌ର ଇଂଲିଶ ମୂଳ ପିଢ଼ି ରୋମାନ୍‌ କାଥ୍‌ଲିକ ହେଉଛି ତାଙ୍କ ପରିବାରର ପରିଚୟ ବା ଧର୍ମ। ଖ୍ରୀଷ୍ଟଚର୍ଚ୍ଚରେ ୭ ବର୍ଷ ପର୍ଯ୍ୟନ୍ତ ସେ ପରିବାର ସହିତ ରହିଥିଲେ। ପିତା ଗ୍ରାହାମ୍‌ ଲୁକ୍ସୋନ ‘ଜନ୍‌ସନ ଆଣ୍ଡ୍‌ ଜନ୍‌ସନ’ କମ୍ପାନୀର ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଓ ମା’ କାଥ୍‌ଲିନ୍‌ ଲୁକ୍ସୋନ ସାଇକୋଥେରାପିଷ୍ଟ ତଥା କାଉନ୍‌ସେଲର ଥିଲେ। ପରିବାର ଦେଶର ସର୍ବବୃହତ୍‌ ସହର ଅକ୍‌ଲାଣ୍ଡ୍‌କୁ ଯିବା ପରେ ଖ୍ରୀଷ୍ଟୋଫର ସେଠାକାର ଷ୍ଟେଟ୍‌ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ସ୍କୁଲ ପଢ଼ା ବେଳୁ ସେ ଜଣେ ସୁବକ୍ତା ଭାବେ ସୁନାମ ଅର୍ଜନ କରିଥିଲେ। ପରିବାର ପୁଣି ଖ୍ରୀଷ୍ଟଚର୍ଚ୍ଚକୁ ଫେରିଥିଲେ। ଖ୍ରୀଷ୍ଟୋଫର ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଖ୍ରୀଷ୍ଟଚର୍ଚ୍ଚସ୍ଥିତ ୟୁନିଭର୍ସିଟି ଅଫ୍‌ କାଣ୍ଟେର୍ବୁରିକୁ ଯାଇଥିଲେ। ସେଠାରେ ସେ ମାଷ୍ଟର ଅଫ୍‌ କମର୍ସ ଡିଗ୍ରୀ ଅର୍ଜନ କରିଥିଲେ। ପଢ଼ା ସମୟରେ ସେ ‘ମାକ୍‌ଡୋନାଲ୍ଡ’ରେ ପାର୍ଟଟାଇମ୍‌ କାମ କରିବା ଏପରି କି ‘ପାର୍କ ରୟାଲ ହୋଟେଲ’ରେ ପୋର୍ଟର ହୋଇଥିଲେ। ଉଚ୍ଚଶିକ୍ଷା ସମାପ୍ତ ପରେ ସେ ୟୁନିଲିଭରରେ ଯୋଗଦେଇଥିଲେ। କାନାଡାରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ସ୍ତରକୁ ଉନ୍ନୀତ ହୋଇ କର୍ପୋରେଟ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରି ଚର୍ଚ୍ଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଏୟାର ନ୍ୟୁଜିଲାଣ୍ଡ୍‌ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇ ୬ ବର୍ଷ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ।
ତାଙ୍କ ବ୍ୟକ୍ତିତ୍ୱକୁ ଦେଖିଲେ ସେ ଅତ୍ୟନ୍ତ ଶୃଙ୍ଖଳିତ। କାର୍ଯ୍ୟ ପ୍ରତି ତୀବ୍ର ଆବେଗ ଥିବାରୁ ସେ ଉତ୍କର୍ଷ ପ୍ରଦର୍ଶନ କରି ନେତୃତ୍ୱ ନେବା ସ୍ତରରେ ପହଞ୍ଚତ୍ୟାଇପାରୁଥିଲେ। ମିଲିଅନେୟାର ବ୍ୟବସାୟୀରୁ ରାଜନେତା ପାଲଟିଥିବା ଖ୍ରୀଷ୍ଟୋଫର କଫି କିମ୍ବା ମଦ୍ୟପାନ କରନ୍ତି ନାହିଁ। ‘ଦି ଗାର୍ଡିଆନ୍‌’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ସେ ବେଶି ଶୋଇବାକୁ ଭଲ ପାଇ ନ ଥାଆନ୍ତି। କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତରେ ଘର କରିବା ତାଙ୍କର ଗୋଟେ ସଉକ। ଆମେରିକୀୟ ଗାୟିକା ତଥା ଗୀତିକାର ଟେଲର ସ୍ବିଫ୍ଟଙ୍କ ସେ ଜଣେ ପ୍ରଶଂସକ ଭାବେ ଜଣାଶୁଣା। ଜଣେ ସୁବକ୍ତା ହୋଇଥିବାରୁ ସେ ସର୍ବଦା ବହୁ ସମୟ ପଢ଼ିବାକୁ ଭଲ ପାଆନ୍ତି। ଜଣେ ବିବାହିତ ପିତା ଭାବେ ତାଙ୍କର ଦୁଇଟି ସନ୍ତାନ ଅଛି।
କର୍ପୋରେଟ୍‌ ଜଗତରେ ସଫଳ ହେବା ପରେ ଖ୍ରୀଷ୍ଟୋଫର ରାଜନୀତିରେ ନିଜ ଜୀବନକୁ ପରୀକ୍ଷିତ କରିବାକୁ ୨୦୨୦ ପାର୍ଲାମେଣ୍ଟ ନିର୍ବାଚନକୁ ଓହ୍ଲାଇଥିଲେ। ନ୍ୟାଶନାଲ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ ଲେବର ପାର୍ଟିର ପ୍ରାର୍ଥୀ ନାଇସି ଚେନ୍‌ଙ୍କୁ ୪ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ତେବେ ୨୦୨୩ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବେଳେ ସେ ଜଣେ ସକାରାତ୍ମକ, ଭଦ୍ର ଓ ଉଚ୍ଚାଭିଳାଷୀ ଭାବେ ନିଜକୁ ପ୍ରଦର୍ଶନ କରିଥିଲେ। ଉଲ୍ଲେଖଯୋଗ୍ୟ, ଜେସିଣ୍ଡା ଆର୍ଡେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କ୍ରିସ୍‌ ହିପ୍‌କିନ୍ସ ଦାୟିତ୍ୱରେ ଅଛନ୍ତି। ତେବେ ଟେଲିଭିଜନ ବକ୍ତୃତାରେ ଖ୍ରୀଷ୍ଟୋଫର ପ୍ରଧାନମନ୍ତ୍ରୀ କ୍ରିସ୍‌ଙ୍କଠାରୁ ଅପେକ୍ଷାକୃତ ଭଲ କହିଥିଲେ ମଧ୍ୟ ଖ୍ରୀଷ୍ଟଧର୍ମ ସଂକ୍ରାନ୍ତ କେତେକ ମନ୍ତବ୍ୟ ଲାଗି ସେ ସମାଲୋଚିତ ହୋଇଥିଲେ। ଉଲ୍ଲେଖ କରାଯାଇପାରେ ଯେ, ନ୍ୟୁଜିଲାଣ୍ଡରେ ପ୍ରାୟ ଅର୍ଦ୍ଧେକ ନାଗରିକ ନିଜର ଧର୍ମ ନ ଥାଏ ବୋଲି କହିଥାଆନ୍ତି। ଖ୍ରୀଷ୍ଟୋଫର ବ୍ୟକ୍ତିଗତ ଭାବେ ଗର୍ଭପାତକୁ ବିରୋଧ କରିଥାଆନ୍ତି। କିନ୍ତୁ ନ୍ୟାୟପୂର୍ଣ୍ଣ ଗର୍ଭପାତକୁ ସେ ସୁନିଶ୍ଚିତ କରିଥିବା ବେଳେ ସମଲିଙ୍ଗୀ ବିବାହକୁ ସମର୍ଥନ କରନ୍ତି। ନିଜର ବିଜୟ ଭାଷଣ ଦେବାକୁ ଯାଇ ଖ୍ରୀଷ୍ଟୋଫର କହିଥିଲେ ଯେ ବର୍ତ୍ତମାନ ଦେଶ ଯେଉଁଭଳି ଅବସ୍ଥାରେ ଅଛି, ତାହାଠାରୁ ଅଧିକ ଭଲ ସ୍ଥିତିକୁ ଅଣାଯାଇପାରିବ। ସମସ୍ତେ ମିଶିଲେ ତାହା ସମ୍ଭବ ହୋଇପାରିବ। ନ୍ୟୁଜିଲାଣ୍ଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଭବିଷ୍ୟତ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଟିକସ ହ୍ରାସ ଓ ସରକାରୀ ଖର୍ଚ୍ଚ ବହୁଳ ମାତ୍ରାରେ କମାଇବାର ଆବଶ୍ୟକତା ଅଛି। ଦାୟିତ୍ୱ ଗ୍ରହଣ କରିବା ପରେ ସେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri