ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ପାଇଁ ଯୋଜନା ଚାଲିଛି

ନୂଆପଡା ଅଫିସ,୧୦ା୮
ନୂଆପଡା ଏକ ଉପାନ୍ତ ଜିଲା । ଏଠାରେ ଯୁବ ସମାଜ ଦିନକୁ ଦିନ ପଥଭ୍ରଷ୍ଟ ଯେମିତି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ଏଥିପାଇଁ ନେହେରୁ ଯୁବ କେନ୍ଦ୍ର ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ କରି ପଦକ୍ଷେପ ନେଉଛି । ଏଥିପାଇଁ ସରକାରଙ୍କ ଦ୍ୱାରା ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ନେହେରୁ ଯୁବକେନ୍ଦ୍ରରେ ଜିଲା ସଂଯୋଜକ ଆଶୀଷ କୁମାର ଠାକୁର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ ବିଷଦ ଭାବେ କହିଛନ୍ତି ଯେ, ଜୁଲାଇ ମାସରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ନେହେରୁ ଯୁବ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ । ଏଥିରେ ବିଭିନ୍ନ ଗାଁର ପୋଖରୀ, ଗାଁ ମୁଣ୍ଡ ସଫେଇ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏଥିରେ କୃତୀତ୍ୱ ପ୍ରଦର୍ଶନ କରିଥିବା କ୍ଲବମାନଙ୍କୁ ପୁରସ୍କୃତ କରିବାକୁ ଯୋଜନା ରଖାଯାଇଛି । ଏଥିରେ ଜିଲାସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଥିବା କ୍ଲବମାନଙ୍କୁ ଯଥାକ୍ରମେ ୩୦ ହଜାର, ୨୦ ହଜାର ଏବଂ ୧୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଏଥିପାଇଁ ଆବେଦନ କରିବାକୁ ଆହ୍ବାନ କରାଯାଇଥିବା ପ୍ରକାଶ କରିଛନ୍ତି । ଏହିଭଳି ଅଗଷ୍ଟରେ ସ୍ବଚ୍ଛତା ପଖୱାଡା ପାଳନ କରାଯିବ। ଯୁବକମାନଙ୍କୁ ଶାରିରୀକ ଭାବେ ସୁସ୍ଥତା ଆଣିବାକୁ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ, ବିତର୍କ ପ୍ରତିଯୋଗୀତା, ଜଳ ଶକ୍ତି ଅଭିଯାନ ଆଦି କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ରଖାଯାଇଥିବା କହିଛନ୍ତି । ଏଥିପାଇଁ ଯୁବକ ସଂଘ କର୍ମକର୍ତ୍ତା ଆଗକୁ ଆସିବାକୁ କୁହାଯାଇଛି । ଏହି ସମ୍ମିଳନୀରେ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ସରିବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଅର୍ଥାତ୍‌ ଆସନ୍ତାକାଲି ଶେଷ ହେବ। ଶେଷ ଦିନ କଳା,...

ଦୋଳ ମେଳଣରେ ଜୋର୍‌ରେ ବାଜିବ ନାହିଁ ଡିଜେ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପରିସରରେ ଦୋଳ ମେଳଣ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ...

ନଡ଼ିଆ ତୋଳିବା ବେଳେ ଚାଲିଗଲା ଜୀବନ

ବାଲିଗୁଡ଼ା,୧୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି।...

ଯାତ୍ରୀବାହୀ ବସ୍‌କୁ ପିଟିଲା ଲୁହାଛଡ଼ ବୋଝେଇ ପିକ୍‌ଅପ୍‌, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଜି.ଉଦୟଗିରି, ୧୯।୩( ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା କଳିଙ୍ଗା ଜି.ଉଦୟଗିରି ମଧ୍ୟରେ ଥିବା ମାଲାନ ସୁଗା ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।   ଏକ...

ନିର୍ବାଚନ ଲଢିବେ ସିଦ୍ଧାନ୍ତ ମହାପାତ୍ର! କହୁ କହୁ ଏମିତି କହିଦେଲେ…

ଭୁବନେଶ୍ୱର,୧୯।୩: ନିର୍ବାଚନ ଲଢିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ଏହି ବଡ ବୟାନ ଦେଇଛନ୍ତି। ନିର୍ବାଚନ ୨୦୨୪ ଲଢିବେ...

ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ…

ଭୁବନେଶ୍ୱର,୧୯।୩: ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା...

ମେଣ୍ଟ ନେଇ ବଡ଼ ବୟାନ ଦେଲେ ପାଣ୍ଡିଆନ୍‌, କହିଲେ…

ଭୁବନେଶ୍ୱର,୧୯।୩: ରାଜ୍ୟରେ  ମେଣ୍ଟ ନେଇ ମୁହଁ ଖୋଲିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ...

ଚା’ ଖଟିରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ: କର୍ମୀଙ୍କ ସହ ପିଇଲେ ଚା’

ଭୁବନେଶ୍ୱର,୧୯।୩: ଓଡ଼ିଶାରେ ପହଞ୍ଚିଛନ୍ତି ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ବତନ୍ତ୍ର ହେଲିକପ୍ଟରରେ ଆସି ସେ ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି। ବିଜୟ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri