ଯୁବକଙ୍କୁ ହାଜତରେ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ: କଙ୍କଡ଼ାହାଡ଼ ଥାନା ଏଏସ୍ଆଇ ନିଲମ୍ବିତ

ଢେଙ୍କାନାଳ ଅଫିସ/କାମାକ୍ଷାନଗର(ଡି.ଏନ୍‌.ଏ.) ୧୧।୧ – ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳାଙ୍କ ଏତଲା ନ ରଖିବା ଏବଂ ଏହାର ପ୍ରତିବାଦ କରିବାରୁ ଜଣେ ଯୁବକଙ୍କୁ ଥାନା ହାଜତରେ ଉଲଗ୍ନ କରି ନିସ୍ତୁକ ମାଡ଼ ମରାଯିବା ଅଭିଯୋଗ ଘଟଣାରେ କଙ୍କଡ଼ାହାଡ଼ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଏଏସ୍‌ଆଇ ଯଶୋବନ୍ତ ପୃଷ୍ଟି। ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏସ୍‌ପି ଅନୁପମା ଜେମ୍‌ସଙ୍କ ହସ୍ତକ୍ଷେପ ପରେ ଅଭିଯୋଗକାରୀ ମହିଳାଙ୍କ ଏତଲା ରଖିଛି ପୋଲିସ। ଆକ୍ରମଣ ମାମଲାରେ ନଂ. ୪/୨୦, ଦଫା ୩୨୫ ଏବଂ ୩୦୭ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୧୩ରେ କଙ୍କଡ଼ାହାଡ଼ ଥାନା ଶଶାପଶି ଗ୍ରାମର ଜନୈକ ଦମ୍ପତିଙ୍କ ମଧ୍ୟରେ ଚାଲିଥିବା କହଳର ସମାଧାନ କରିବାକୁ ଯାଇଥିବାବେଳେ ବବିତା କବି ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ଏ ନେଇ ବବିତାଙ୍କ ସ୍ବାମୀ ଜୟରାମ କବି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ମାମଲା ରୁଜୁ କଲାନାହିଁ। ଘଟଣାର ୩ ସପ୍ତାହ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅଭିଯୋଗକାରୀ ଜୟରାମ ଗ୍ରାମର ଜ୍ଞାନରଞ୍ଜନ ବେହେରା ଏବଂ ଅନ୍ୟ ଜଣଙ୍କୁ ନେଇ ଗତ ଜାନୁୟାରୀ ୭ ସନ୍ଧ୍ୟା ୬ଟାରେ ଥାନାରେ ମାମଲା ରୁଜୁ ହୋଇଛି କି ନାହିଁ ସେ ସମ୍ପର୍କରେ ବୁଝିବାକୁ ଯାଇଥିଲେ। ଏଥିରେ ଉତ୍ତେଜିତ ହୋଇ ଥାନାଧିକାରୀ ଜ୍ଞାନରଞ୍ଜନଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ଼ମାରିବା ସହ ହାଜତ ଭିତରେ ପୂରାଇ ନିର୍ଯାତନା ଦେଇଥିବା ନେଇ ଗୁରୁବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ‘ଧରିତ୍ରୀ’ରେ ଖବର ପ୍ରକାଶିତ ହେବାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri