ଯାତ୍ରା ଦାଣ୍ଡରେ ୨୨ କଳାକୁଞ୍ଜ, ୬ ରଥ

ବ୍ରହ୍ମପୁର ଅଫିସ,୭ା୬- ବ୍ରହ୍ମପୁର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ଗୁରୁବାର ୧୯ ଦିନରେ ପହଞ୍ଚିଛି।
ଯାତ୍ରାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଯାତ୍ରାସ୍ଥଳ ତଥା ସମଗ୍ର ଲାଞ୍ଜିପଲ୍ଲୀ ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇଉଠିଛି। ଯାତ୍ରାକୁ ଅଧିକ ଆକର୍ଷଣୀୟ କରୁଛି ବିଭିନ୍ନ ସାହି ଆଲୋକ ସାଜସଜ୍ଜା, ରଥ ଓ କଳାକୁଞ୍ଜ। ରଥ ଓ କଳାକୁଞ୍ଜ ଦେଖିବାକୁ ପ୍ରତ୍ୟେକ ସାହିରେ ଭିଡ ଜମୁଛି। ଯାତ୍ରାର ୧୯ତମ ଦିନରେ ମା’ ଅସ୍ଥାୟୀ ପୀଠରେ ବିଶ୍ରାମ ନେଇଥିଲେ। ଭୋରରୁ ମା’ଙ୍କ ରୀତିନୀତି ସହ ପୂଜାର୍ଚ୍ଚନା ହୋଇଥିଲା। ସକାଳୁ ମା’ଙ୍କ ନିକଟରେ ବାଳଭୋଗ, ଦହି ଅନ୍ନଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ଦେଖିବାକୁ ଅସ୍ଥାୟୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଅନ୍ୟପକ୍ଷରେ ଗୁରୁବାର ସୁଦ୍ଧା ଯାତ୍ରା ଦାଣ୍ଡରେ ୬ ରଥ ଆସିଥିବା ବେଳେ ୨୨ କଳାକୁଞ୍ଜ ଯାତ୍ରା ଦାଣ୍ଡରେ ପ୍ରଦର୍ଶିତ ହୋଇଛି। ସେଥିମଧ୍ୟରେ ବ୍ରହ୍ମଣସାହିରେ ଲକ୍ଷ୍ମଣ ରଥ, ରେଡିକା ସାହି ରାମ ରଥ, ଚାଣକ୍ୟ ନଗର କୃଷ୍ଣ ରଥ, ତୋଟା ସାହିର ସାନ ଜ୍ୱଳାମୁଖୀ ଓ ହନୁମାନ ରଥ, ଦଣ୍ଡାସି ସାହିର ବନଦୁର୍ଗା ରଥ ଯାତ୍ରା ଦଣ୍ଡକୁ ଓହ୍ଲାଇଛନ୍ତି। ସେହିପରି ରେଡିକା ସାହି ଓ ପାଢୀ କଲୋନୀରେ ଜଗନ୍ନାଥ କଳାକୁଞ୍ଜ, ରାଧାକୃଷ୍ଣ ମଠ ସାହି ପଞ୍ଚୁପାଣ୍ଡବ ମହାମିଳନ, ଜେଲ ସାହି ତ୍ରିପତୀ ବାଲାଜୀ, କେଶବ ନଗର ତାରାଦେବୀ ଠାକୁରାଣୀଙ୍କ କଳାକୁଞ୍ଜ, ହାଇସ୍କୁଲ ଛକରେ ବାଦ୍ରା ଚାଲମଠାକୁରାଙ୍କ କଳାକୁଞ୍ଜ ପ୍ରଦର୍ଶିତ ହୋଇଛି। ଯାତ୍ରାର ୧୯ତମ ଦିବସରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଲୋକନୃତ୍ୟ ଦାସ କାଠିଆର ଆୟୋଜନ କରାଯାଇଥିଲା। ତେବେ ଆଉ ୪ ଦିନ ପରେ ଯାତ୍ରା ଶେଷ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁକ୍ଷା ୩୦ ସାହିରେ ମା’ଙ୍କ ଘଟ ପରିକ୍ରମା ଶେଷ ହୋଇଛି। ଯାତ୍ରା ଉପଲକ୍ଷେ ବିଭିନ୍ନ ସାହି ବାସୀନ୍ଦାଙ୍କ ପକ୍ଷରୁ ଖୋଚୁଡି, ହାଲୁଆ ଆଦି ଭୋଗ ବଣ୍ଟନର ବ୍ୟବସ୍ଥା କରାଯାଉଥିବା କମିଟି ପକ୍ଷରୁ କୁହାଯାଇଥିବା ସନ୍ଧ୍ୟାରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା। ସମ୍ମିଳନୀରେ ସଭାପତି ଭାଗବତ ପ୍ରସାଦ ସିଂ ଦେଓ, ସମ୍ପାଦକ ବି. ହୃଷୀକେଶ ପାତ୍ର, ସହ ସମ୍ପାଦକ ଲଡୁ କିଶୋର ପାଣ୍ରିଗାହୀ, ଉପସଭାପତି ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ, ସିଏଚ ଗଙ୍ଗାଧର ପାତ୍ର, କେ. ବଳରାମ ଦାଶ ଓ ସଙ୍ଗଠକ କାହ୍ନୁଚରଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri