Posted inଖେଳ

ଯଶସ୍ବୀ ଜୈଶଓ୍ବାଲଙ୍କୁ ଉପହାରରେ ମିଳିଲା କାର୍‌, ଗ୍ରହଣ କରିବା ପରିବର୍ତ୍ତେ କହିଲେ ଏମିତି, କୋଚ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ୩ ଉଇକେଟରେ ହରାଇ ପ୍ରଥମଥର ଟାଇଟଲ ଜିତିଛି। ଯଦିଓ ଏହି ମ୍ୟାଚରେ ଭାରତ ପରାଜିତ ହୋଇଛି କିନ୍ତୁ ଷ୍ଟାର୍‌ ଓପନର ଯଶସ୍ବୀ ଜୈଶଓ୍ବାଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ କରି ମ୍ୟାନ ଅଫ୍‌ ଦ ସିରିଜ୍‌ ବିବେଚିତ ହୋଇଥିଲେ। ବିଶ୍ୱକପ୍‌ ପରାଜୟ ପରେ ଭାରତୀୟ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଫେରିବା ପରେ ଜଶସ୍ବୀଙ୍କ କୋଚ ଜ୍ୱାଲା ସିଂ ଉପହାରରେ ଏକ କାର୍‌ ଦେବା ପାଇଁ କହିଥିଲେ। କିନ୍ତୁ ଜୈଶଓ୍ବାଲ ବିନମ୍ରତାର ସହ ଏହାକୁ ନେବା ପାଇଁ ମନା କରିଦେଇଥିଲେ। ସେ କୋଚଙ୍କୁ କହିଥିଲେ ଆପଣ  ନୂଆ କାର୍‌ ନେଇ ପୁରୁଣା କାର୍‌ଟିକୁ ମୋତେ ଦିଅନ୍ତୁ। ଯଶସ୍ବୀଙ୍କଠାରୁ ଏତିକି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୋଚ।
ଯଶସ୍ବୀ ଅଣ୍ଡର୍‌-୧୯ ବିଶ୍ୱକପରେ ପାଞ୍ଚଥର ୫୦ରୁ ଅଧିକ ରନ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଯଶସ୍ବୀଙ୍କ ପୂର୍ବରୁ ବ୍ରିଟ ୱିଲିୟମ୍ସ ଓ ସର୍ଫରାଜ ଖାନ ଏହି କାରନାମା ଦେଖାଇଥିଲେ। ଅଷ୍ଟ୍ରେଲୀୟ କ୍ରିକେଟର୍‌ ବ୍ରିଟ ୱିଲିୟମ୍ସ ୧୯୮୮ରେ ଏହି କାରନାମା କରିଥିଲେ। ସେହିପରି ଭାରତର ସର୍ଫରାଜ ୨୦୧୬ ବିଶ୍ୱକପରେ ଏହି ରେକର୍ଡ ନିଜ ନାଁରେ କରିଥିଲେ। ଚଳିତ ବିଶ୍ୱକପରେ ଯଶସ୍ବୀ ଯଥାକ୍ରମେ ୫୯, ୨୯ରେ ଅପରାଜିତ, ୫୭ରେ ଅପରାଜିତ, ୬୨, ୧୦୫ରେ ଅପରାଜିତ, ୮୮ ରନ କରିଛନ୍ତି। ସେ ମୋଟ ୬ ଇନିଂସରେ ୪ଥର ୫୦ରୁ ଅଧିକ ସ୍କୋର କରିଛନ୍ତି ଏବଂ ଗୋଟିଏ ଶତକ ମଧ୍ୟ ମାରିଛନ୍ତି। ଯଶସ୍ବୀ ଚଳିତ ସଂସ୍କରଣରେ ୪୦୦ ରନ କରି ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ସ୍କୋରର ହୋଇଛନ୍ତି। ଯଶସ୍ବୀଙ୍କୁ ଭାରତୀୟ କ୍ରିକେଟ ଦଳର ଆଗାମୀ ଷ୍ଟାର୍‌ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri