‘ଯବାନମାନେ ହିଁ ପ୍ରକୃତ ସ୍ବାଧୀନତା ସଂଗ୍ରାମୀ’

ନୟାଗଡ଼ ଅଫିସ,୧୫।୮-୧୯୪୭ ମସିହା ଅଗଷ୍ଟ ୧୫। ୭୨ ବର୍ଷ ତଳେ ଏହି ଦିନ ଆମ ଦେଶ ଚାଖିଥିଲା ସ୍ବାଧୀନତାର ସ୍ବାଦ। ଗୁରୁବାର ଦେଶ ପାଳନ କରିବ ୭୩ ତମ ସ୍ବାଧୀନତା ଦିବସ। ଦିଲ୍ଲୀର ଲାଲକିଲାଠାରୁ ଆରମ୍ଭ କରି ଗ୍ରାମରେ ଥିବା କୋଠ ଘରେ ସବୁଠି ଉଡ଼ିବ ଆମ ଜାତୀୟ ପତାକା ତ୍ରିରଙ୍ଗା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଜାତୀୟ ପତାକା ଆଗରେ ମୁଣ୍ଡ ନୁଆଇଁ ଦେଶ ଜାତି ପାଇଁ ବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଜଣାଇବେ ସମ୍ମାନ। ଜାତୀୟ ସଙ୍ଗୀତ, ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ଧ୍ୱନିରେ ପ୍ରକମ୍ପିତ ହେବ ଗଗନ ପବନ। କେବଳ ଗୋଟିଏ ଦିନ ଏହି ଦିବସକୁ ପାଳନ କରିଦେଇ ଭୁଲିଯାଉ ଆମେ ଆମର କର୍ତ୍ତବ୍ୟ। ଜାତିର ପିତା ମହାତ୍ମା ଗାନ୍ଧୀ ଯେଉଁ ସ୍ବାଧୀନତାର ସ୍ବପ୍ନ ଦେଖିଥିଲେ ତାହା କ’ଣ ଆଜି ସତ ହୋଇଛି। ରାଜ୍ୟର ଅନେକ ଗ୍ରାମ ଏବେ ବି ନଗଡ଼ା ପରି ରହିଛି। ଯେଉଁଠି କି ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ଏବେ ବି ଅପହଞ୍ଚ। ଜିଲାରେ କେତେଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ଭେଟିଥିଲୁ। ସ୍ବାଧୀନତା ପୂର୍ବରୁ ସେମାନେ ଦେଖିଥିବା ସ୍ବପ୍ନ ଓ ପରବର୍ତ୍ତୀ ସ୍ଥିତିକୁ ନେଇ ସେମାନଙ୍କ ମତାମତ ନେଇଥିଲୁ।

— ମହାତ୍ମା ଗାନ୍ଧୀ ଯେଉଁ ସ୍ବପ୍ନ ଦେଖି ଦେଶକୁ ସ୍ବାଧୀନ କରିଥିଲେ ତାହା ଆଜି ସଫଳ ହୋଇପାରି ନାହିଁ। ଗାନ୍ଧିଜୀ ମଦକୁ ଘୃଣା କରୁଥିଲେ। ବର୍ତ୍ତମାନର ଯୁବପିଢ଼ି ମଦ ପାଇଁ ପାଗଳ। ମଦ କବଳରୁ ସେମାନେ ସ୍ବାଧୀନତା ପାଇପାରୁ ନାହାନ୍ତି। ବ୍ରିଟିଶ ସରକାର ଥିଲେ ଲୋକମାନେ ଏପରି ମଦ ପିଇ ପାରନ୍ତେ ନାହିଁ। ସରକାର କେବଳ ଲୋକମାନଙ୍କ ପାଇଁ ଯୋଜନା କରିଦେଇଛନ୍ତି ହେଲେ ତାହା ସଫଳ ହୋଇପାରୁନାହିଁ। ସବୁ ଲୋକଙ୍କୁ କାର୍ଯ୍ୟ ମିଳିଲେ ସ୍ବାଧୀନତା ଦିବସ ପ୍ରକୃତରେ ସଫଳ ହୋଇପାରିବ।
ଶତ୍ରୁଘ୍ନ ପଢ଼ିଆରୀ (୯୩), ସ୍ବାଧୀନତା ସଂଗ୍ରାମୀ, ଶିମିଳିସାହି, ନୂଆଗଁା

— ସରକାର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଯେଉଁଭଳି ଭାବେ ପଚାରିବା କଥା ପଚାରୁନାହାନ୍ତି। କେବଳ ଅଗଷ୍ଟ ୧୫ ଓ ଜାନୁୟାରୀ ୨୬ରେ ବିଭିନ୍ନ କାର୍ଯ୍ୟକ୍ରମରେ ଡାକୁଛନ୍ତି। ସ୍ବାଧୀନତା ସଂଗ୍ରାମୀଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହେଉନାହାନ୍ତି। ସ୍ବାଧୀନତା ପରେ ଦେଶ ବହୁ ଆଗେଇ ଯାଇଛି। ବିଜ୍ଞାନ ଯୁଗରେ ଚନ୍ଦ୍ରପୃଷ୍ଠରେ କ’ଣ ହେଉଛି ଲୋକେ ଜାଣି ପାରୁଛନ୍ତି। ହେଲେ ଅନେକ ଲୋକ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅଜ୍ଞ। ସ୍ବାଧୀନତା କହିଲେ ସେମାନେ ଜାଣନ୍ତି ଯେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରିବା । ଯେଉଁ ଦିନ ସେହି ଅଜ୍ଞ ଲୋକମାନେ ତାଙ୍କର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇପାରିବେ ସେହିଦିନ ଦେଶ ପ୍ରକୃତ ସ୍ବାଧୀନ ହୋଇପାରିବ।
ହରିବନ୍ଧୁ ପାତ୍ର (୯୦), ସ୍ବାଧୀନତା ସଂଗ୍ରାମୀ, ଗୋଳଗୋଳା ଗ୍ରାମ, ନୂଆଗଁା

 

— ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ବର୍ତ୍ତମାନ ଆମ ଦେଶରେ ଢେର ପରିବର୍ତ୍ତନ ହୋଇଛି। ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଗରିବ ଓ ନିମ୍ନ ଶ୍ରେଣୀର ଲୋକମାନେ ଉପକୃତ ହେଉଛନ୍ତି। ବିଟ୍ରିଶ୍‌ ସରକାର ଅମଳରେ ଯେଉଁଭଳି ଭାବେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା ତାହା ନ କହିବା ଭଲ। ବର୍ତ୍ତମାନ ଆମେ ଘରେ ଶାନ୍ତିରେ ଶୋଇପାରୁଛେ। ହେଲେ ସେତେବେଳେ ଏହା ସମ୍ଭବ ହୋଇ ପାରୁ ନ ଥିଲା। ଗୃହବନ୍ଦୀ ଥିବା ସମୟରେ ଆମକୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ମୋ ମତରେ ଆମ ଦେଶର ଯବାନମାନେ ହିଁ ପ୍ରକୃତ ସ୍ବାଧୀନତା ସଂଗ୍ରାମୀ ।
ଶ୍ରୀବତ୍ସ ଜେନା (୯୧), ସ୍ବାଧୀନତା ସଂଗ୍ରାମୀ, ହରେକୃଷ୍ଣପୁର, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri