ଯନ୍ତ୍ର ମାନବ ମାଗେ ଅଧିକାର

ଡ. ନରେନ୍ଦ୍ର ସେଠୀ

କିଛିଦିନ ତଳେ ସାଉଦି ଆରବ ସୋଫିଆ ନାମକ ଏକ ରୋବୋକୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପରେ ତାହା ଅନେକ ଲୋକଙ୍କ ଭ୍ରୂକୁଞ୍ଚନ କରିଥିଲା। ସୋଫିଆ ଏମିତି ଏକ ରୋବୋ ଯିଏ ଚିତ୍ର ଆଙ୍କିବା ଓ କଥା କହିବା ସହିତ ଏକ ମା’ ହେବାର ଅଭିଳାଷ ମଧ୍ୟ ପ୍ରକଟ କରୁଥିଲା। ତେବେ ସୋଫିଆ ଏକ ଦେଶର ନାଗରିକ ହୋଇଯିବା ପରେ ଏକ ଯନ୍ତ୍ର ମାନବ ହୋଇ ମଧ୍ୟ ତା’ର ଆଇନ ଅନୁସାରେ ସେ ଦେଶର ସବୁ ଅଧିକାର ମିଳିବା କଥା। କିନ୍ତୁ ସତରେ କ’ଣ ସୋଫିଆ ବିବାହ କରି ମା’ ହେବାର ଅଭିଳାଷ ପୂରଣ କରିପାରିବ ନା ଭୋଟଦାନର ଅଧିକାର ପାଇପାରିବ! ଏହି ପରିସ୍ଥିତି ନ୍ୟୁଜିଲାଣ୍ଡ ଦେଶରେ ନିର୍ମିତ ସାମ ଦି ରୋବୋ ନାମକ ଅନ୍ୟ ଏକ ଯନ୍ତ୍ର ମାନବ ପାଇଁ ଉପୁଜିଛି ଯିଏ ବିଶ୍ୱର ପ୍ରଥମ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ରାଜନେତା ଭାବରେ ସେହି ଦେଶରେ ଆଖ୍ୟା ପାଇଛି। ଯଦି କଥା ସାହିତ୍ୟ କିମ୍ବା ଶବ୍ଦକୋଷକୁ ଅଣ୍ଡାଳିବା ରୋବୋ ମାନେ ଏକ ଯନ୍ତ୍ର, ଯିଏ ଅନେକ ଜଟିଳ କାମ ନିଜେ ସୁଚାରୁ ଭାବେ କରିପାରେ। କିନ୍ତୁ ରୋବୋକୁ ଏକ ଯନ୍ତ୍ର ଭାବରେ ଉପସ୍ଥାପିତ କରି ଶବ୍ଦକୋଷ ବିଶେଷଜ୍ଞମାନେ ଅଟକି ଯିବା ବେଳେ ଆଇନ ବିଶାରଦ ଓ ବିଜ୍ଞାନ ଜଗତ ଉଭୟ ସୋଫିଆ ଓ ସାମକୁ ଆଇନ ଅଧିକାର ଥିବା ଯନ୍ତ୍ର ମାନବ ଭାବରେ ବିବେଚନା କରୁଛନ୍ତି।
ଏହା ସତ୍ୟ ଯେ ଆମ ଦେଶରେ ପବିତ୍ର ଗଙ୍ଗା ନଦୀ ଓ ଭଗବାନ ରାମ ଲାଲାଙ୍କୁ ମଧ୍ୟ ଆଇନ ଅଧିକାର ଦିଆଯାଇଛି। ସେପରି ସ୍ଥଳରେ ଶବ୍ଦକୋଷ ବିଶେଷଜ୍ଞ, ଆଇନ ବିଶାରଦ ଓ ବିଜ୍ଞାନ ଜଗତ ରୋବୋକୁ ଏକ ଆଇନ ଅଧିକାର ଥିବା ଯନ୍ତ୍ର ମାନବ ଭାବେ ବିବେଚନା କରିବା ଯୁକ୍ତିଯୁକ୍ତ ଲାଗେ। ଏହି ବର୍ଷ ଆରମ୍ଭରେ ଏକ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋ ଓକିଲ ଭାବରେ ଆମେରିକାର ଏକ ଗୁପ୍ତ ନ୍ୟାୟାଳୟରେ ନିଜକୁ ଉପସ୍ଥାପିତ କରିବାର ଚେଷ୍ଟା ଚାଲୁଥିଲାବେଳେ ଆଇନଜୀବୀମାନଙ୍କ ଧମକ ଯୋଗୁ ଶେଷ ମୁହୂର୍ତ୍ତରେ ଓହରି ଦିଆଯାଇଥିଲା। ତେବେ ଏହାକୁ ବିଜ୍ଞାନ ଇତିହାସରେ ଏକ ଐତିହାସିକ ଦିନ ଭାବରେ ବିବେଚନା କରାଗଲା।
ତେବେ ରୋବୋ ତିଆରି କରୁଥିବା ନୂତନ ଜ୍ଞାନ କୌଶଳ ଉପରେ ଆଇନଗତ ଅଧିକାର ନେଇ ମଧ୍ୟ ଏକ ସମସ୍ୟା ଉପୁଜିଛି। ରୋବୋର ନିଜସ୍ବ ଆଇନଗତ ଅଧିକାର ରହିବ ନା ନାହିଁ ତା’ ଉପରେ ନାନା ମୁନି ନାନା ମତ ରହିଛି I ୨୦୧୫ ରେ ରୋବୋ ପ୍ରଥମ କରି ଏକ ଆତ୍ମ-ସଚେତନତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୟୁରୋପୀୟ ୟୁନିଅନ ଆଇନ ବ୍ୟାପାର କମିଟି ଏହାର ରିପୋର୍ଟରେ ଅତି ଆଧୁନିକ ସ୍ବୟଂ ଚାଳିତ ରୋବୋକୁ ନିର୍ଦ୍ଦିଷ୍ଟ କିଛି ଆଇନ ଅଧିକାର ସହିତ ଯନ୍ତ୍ର ମାନବର ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଥିଲେ। ଯେହେତୁ ମଣିଷ ଜୀବନର ପ୍ରତ୍ୟେକ ସ୍ତରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରବେଶ ଫଳରେ ଦିନକୁ ଦିନ ମଣିଷ ଓ ଯନ୍ତ୍ର ମାନବ ଭିତରେ ଥିବା ବିଭାଜନ ରେଖା ଫିକା ହେବାରେ ଲାଗିଛି ଓ ରୋବୋ ସବୁ କାମ କରିପାରୁଛି ଯାହା ମଣିଷ କରେ, ତେଣୁ ଏହାକୁ ଆଇନଗତ ଅଧିକାର ଦେବାରେ ଭୁଲ୍‌ ରହିଲା କେଉଁଠି। ଭାରତୀୟ ଆଇନ ବ୍ୟବସ୍ଥା ଓ ନ୍ୟାୟାଳୟ ଏପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତ୍ତାସମ୍ପନ୍ନ ରୋବୋ ଦ୍ୱାରା ତିଆରି କାର୍ଯ୍ୟର ବୌଦ୍ଧିକ ସମ୍ପତ୍ତି ଅଧିକାର ବିଷୟରେ କିଛି ସ୍ପଷ୍ଟ କରିନାହିଁ, ତେବେ ନିକଟ ଅତୀତରେ ଏ ବିଷୟରେ ନିଶ୍ଚିତ ତର୍ଜମା ହେବ। ଏପରିକି ଆମେରିକାରେ ଯନ୍ତ୍ର ମାନବ ଦ୍ୱାରା ହୋଇଥିବା ମୂଲ୍ୟବାନ କାର୍ଯ୍ୟକୁ ଆଇନଗତ ସୁରକ୍ଷା ଦିଆଯାଇ ନାହିଁ। କିନ୍ତୁ ଭବିଷ୍ୟତରେ ରୋବୋ ଦ୍ୱାରା ହେବାକୁ ଯାଉଥିବା ବେକାରି ସମସ୍ୟା କିମ୍ବା ଅନିୟନ୍ତ୍ରିତ ବିନାଶକାରୀ ଶକ୍ତିର କ୍ଷମତା ରଖିଥିବା ସ୍ବୟଂଚାଳିତ ଯାନ୍ତ୍ରିକ ଯୋଦ୍ଧାଙ୍କ ଭୟକୁ ଦେଖି ଏହା ବିଡ଼ମ୍ବନାର ବିଷୟ ହୋଇପାରେ ଯେ ରୋବୋ ଆଇନ ଅଧିକାର ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ବିତର୍କର ବିଷୟ ପାଲଟିଛି। ଆମ ସମାଜରେ କଷ୍ଟ ଓ ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା, ବାହ୍ୟ କ୍ରିୟାର ପ୍ରତିକ୍ରିୟା କରିବା ଭଳି ଚେତନା ଥିବା ଜୀବକୁ ଆଇନଗତ ଅଧିକାର ମିଳିଥାଏ। କିନ୍ତୁ ରୋବୋ ହସ ଖୁସି ଦୁଃଖ ଯନ୍ତ୍ରଣା ଭଳି ଚେତନାକୁ ଅନୁଭବ କରିପାରୁ ନ ଥିବାରୁ ଏହାକୁ ଆଇନଗତ ଅଧିକାର ଦେବା ନିରର୍ଥକ ବୋଲି କେହି କେହି ମତବ୍ୟକ୍ତ କରିଛନ୍ତି। ଏକ ଜୀବ ଯନ୍ତ୍ରଣା ଓ କଷ୍ଟକୁ ପସନ୍ଦ କରେନା କାରଣ ଏହାର ମସ୍ତିଷ୍କ ତାକୁ ସୁସ୍ଥ ଓ ନୀରୋଗ ରହି ବଞ୍ଚିବାକୁ ଚେତାଇଥାଏ, ଯାହା ଫଳରେ ମଣିଷ ସମେତ ସମସ୍ତ ଜୀବ ନିଜକୁ ସବୁ ବାହ୍ୟ ଉଲ୍ଲଂଘନରୁ ମୁକ୍ତ ରଖିବାକୁ ସ୍ବତଃ ପ୍ରସ୍ତୁତ ରହେ ଯାହା ତାକୁ ଯନ୍ତ୍ରଣା ଓ କଷ୍ଟ ଦିଏ। କିନ୍ତୁ ଏକ ଯନ୍ତ୍ର ମାନବ ବା ରୋବୋ ଯନ୍ତ୍ରଣା, କଷ୍ଟ , ହସ ଖୁସି ଭଳି ଚେତନାକୁ ଅନୁଭବ କରିପାରେନି। ଯଦି ନିକଟରେ ମଣିଷ ଭଳି ଯନ୍ତ୍ରଣା ଓ କଷ୍ଟର ଅନୁଭବ ମଧ୍ୟ ରୋବୋ କରିପାରିବ ସେତେବେଳେ ରୋବୋକୁ ଆଇନଗତ ସୁରକ୍ଷା ଦେବାକୁ ଆମେ ପ୍ରସ୍ତୁତ ତ?
ନିକଟରେ ଆମେରିକାର ପେନ୍‌ସିଲଭାନିଆରେ ସ୍ବୟଂଚାଳିତ ଜିନିଷ ପହଞ୍ଚେଇବା ରୋବୋ ଡ୍ରୋନଗୁଡିକୁ ରାସ୍ତାର ଦୁଇ କଡ଼ରେ ଥିବା ଚାଲିବା ରାସ୍ତାରେ ଯିବା ପାଇଁ ଅନୁମତି ପ୍ରଦାନ କରି ପଥଚାରୀ ଭାବରେ ବିବେଚନା କରାଯିବା ଓ ମାନବ ପଥଚାରୀ ସମକକ୍ଷ ତୁଳନା କରିବା ଏକ ଯୁଗାନ୍ତକାରୀ ଘଟଣା। ଚଳିତ ଶତାବ୍ଦୀର ବିଚକ୍ଷଣ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗ ସମଗ୍ର ମାନବ ଉପରେ ରୋବୋର ଆଧିପତ୍ୟ ହେବ ବୋଲି ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା କେବଳ ଏକ କାଳ୍ପନିକ ଚଳଚ୍ଚିତ୍ରର ଦୃଶ୍ୟ ହୋଇପାରେ। ଯଦିଓ ଏକ ରୋବୋ ମଣିଷଠାରୁ ଅଧିକ ଜଟିଳ କାର୍ଯ୍ୟ ଖୁବ୍‌ ସହଜରେ କରିପାରେ, ମାତ୍ର ଶେଷରେ ଏହା ମଣିଷ ଦ୍ୱାରା ଖଞ୍ଜାଯାଇଥିବା ଅନେକ ଟିକିନିଖି କଳ କବ୍‌ଜାର ଏକ ସମାହାର ମାତ୍ର ଯାହାଠାରେ ରକ୍ତ ମାଂସରେ ଗଢ଼ା ମଣିଷ ଭଳି ଚେତନା ନାହିଁ। ତେଣୁ ଏହାକୁ ଆଇନର ଅଧିକାର ଦେବା ପୂର୍ବରୁ ତର୍ଜମା କରିବାର ସମୟ ଆସି ପହଞ୍ଚତ୍ଛି।
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri