ଯଥାର୍ଥ ଶିକ୍ଷିତ

ଦ୍ୱିତୀ ଚନ୍ଦ୍ର ସାହୁ

ଗାଁର ପ୍ରବେଶ ପଥରେ ବନ୍ଧା ହୋଇଛି ବାଉଁଶ ଠିକ୍‌ ଜଙ୍ଗଲ ବିଭାଗର ଅସ୍ଥାୟୀ ଫାଟକ ଭଳି ା କାଳେ କିଏ ଭିତରକୁ ବାଟ କାଟି ପଶିଯିବେ ବୋଲି ଦୁଇ ପାଖରେ ଥୁଆ ହୋଇଛି ପଥର ା ନାଲି ଅଳତାରେ ଗୋଟିଏ ବିସ୍କୁଟ ପେଟିର ଖଣ୍ଡେ ମଲାଟ ଫଳକରେ ଲେଖା ଅଛି ଭିତରକୁ ପ୍ରବେଶ ମନା ା
ଗାଁଠାରୁ ସାମାନ୍ୟ ଦୂରତାରେ ଏଭଳି ଫାଟକ ସମସ୍ତଙ୍କ ପରି ମୋତେ ବି ଅଟକାଇ ଦେଲା ା ଛୁଟିରେ ସହରଠାରୁ ଦୂର ଗୋଟେ ଆଦିବାସୀ ଗାଁରେ ଏଇ ଚିତ୍ର ଚକିତ କଲା ା ପ୍ରତିବର୍ଷ ଡାଲି ପାଇଁ ଏକକାଳୀନ କାନ୍ଦୁଲ କିଣି ଆସୁଥିବାର ଅଭ୍ୟାସ ମୋତେ ସେହି ଗାଁକୁ ଟାଣି ଆଣିଥିଲା ା ପ୍ରତିଶ୍ରୁତି ପରେ ବି କାଳେ କୌଣସି ବେପାରୀ କିଣି ନେଇଯିବାର ଲୋଭ ଲକ୍‌ଡାଉନ୍‌ରେ ବି ପଦାକୁ ଗୋଡ ବାହାର କରିବାର ଦୁଃସାହସ କରିବାକୁ ପଡିଥିଲା ା ପୂର୍ବ ପରିଚିତି ହେତୁ ସେଇ ଗାଁ ସହ ଭାବଗତ ସମ୍ପର୍କ ଭଲ ା କାନ୍ଦୁଲ ପାଇଁ ବରାଦ କରିଥିବା ସେଇ ଗାଁର ଗୋଟେ ପରିବାର ଦୀର୍ଘ ବର୍ଷ ଧରି ବର୍ଷତମାମ ଲାଗି ଆବଶ୍ୟକ କାନ୍ଦୁଲ ଯୋଗାଇ ଆସୁଛି ା ଅଥଚ ଲୋଭ ଓ ମୋହରେ ମାୟା ହୋଇ ମଣିଷ ବାୟା ହେବାକୁ ପଡୁଛି ା କିନ୍ତୁ ଗାଁରେ ଫାଟକ ଓ ଫାଟକରେ ଲେଖାଥିବା ସୂଚନା ଅବଶ୍ୟ ଚୈତନ୍ୟ ଉଦୟ ଲାଗି ଯଥେଷ୍ଟ ହୋଇପଡିଥିଲା ା ତଥାପି କିଛି ଗାଁର ଲୋକ ଫାଟକ ସେପଟୁ ଗାଡିର ଶବ୍ଦ ଶୁଣି ଚାଲି ଆସିଲେ ା ବାଇକ ରଖି ଠିଆ ହୋଇଥିବା ପରିଚିତ ମଣିଷକୁ ଦେଖି ଗାଁ ଲୋକର ଅନୁରୋଧ ‘ଆଜ୍ଞା! ଗାଁ ଭିତରକୁ ଆସନ୍ତୁ ନାହିଁ ା କାହାକୁ ବି ଗାଁ ଭିତରକୁ ପୂରେଇ ଦେଉନୁ ା ଗାଁରୁ ବି କାହାକୁ ଯିବାକୁ ଦେଉନୁ ା’ ସେଥି ଭିତରୁ ଜଣେ କହିଲା ”ଆଜ୍ଞା! କିମିତି ପଦାକୁ ବାହାରି କି ଇଠିକି ଆସିଲ ! ତୁମେ ଜାଣିନ କି ଆଜ୍ଞା ଘରୁ ପଦାକୁ ବାହାରିବାର ନାହିଁ ବୋଲି ା ଟିଭି ରେଡିଓରେ ଏତେ କଥା ସରକାର କହୁଛନ୍ତି ା ହେଲେ ତୁମେ କିମିତି ଆଇଲ ଆଜ୍ଞା !“
ଏମିତି କଥାରେ ହଡବଡେଇ ଯାଇ ତା’ର ପ୍ରତ୍ୟୁତ୍ତର କ’ଣ ଦେବି ଚିନ୍ତା କଲାବେଳକୁ ଆଉ ଜଣେ କହିଲା ‘ଆଜ୍ଞା! ଖରାପ ଭାବିବେନି ା ଗାଁ ଭିତରକୁ ଆସିବେନି ା ଆନ୍ଧ୍ରକୁ କାମକୁ ଯାଇଥିବା ଆମ ଗାଁର ପିଲାମାନଙ୍କୁ ବି ଆମେ ଗାଁରେ ପୂରେଇ ଦେଉନୁ ା ସେମାନେ ସ୍କୁଲ ଘରେ ରହୁଛନ୍ତି ା ଏଇ କରୋନା ଗାନ୍ଦିକା ତୁଟିଲେ ଆସିବେ !’
ସିଧା ସିଧା ଫେରିଯିବାର ବାଟ ଦେଖେଇଦେଲା ଯେମିତି ା କାନ୍ଦୁଲ ପାଇଁ ଆସିଥିବାର ଉଦ୍ଦେଶ୍ୟ କହି ଅଧିକ ଅପମାନିତ ହେବାକୁ ଇଚ୍ଛା ହେଲାନି ା
ନିପଟ ଆଦିବାସୀ ଗାଁରେ କରୋନାକୁ ନେଇ ଏତେ ସର୍ତକତା ଅବଲମ୍ବନ ଯଦିଓ ଜୀବନତମାମ ସେମାନେ ସଂଗରୋଧରେ ରହି ଆସୁଛନ୍ତିି ା ବାହାର ଦୁନିଆ ସହିତ ମିଶିବା ସେମାନଙ୍କ ଅଭ୍ୟାସ ନୁହଁ ା
ବେଳ ବାହାରିବାର ଢେର ପୂର୍ବରୁ ନିଜର ଘର ଛାଡୁଥିବା ଆଦିବାସୀ ଦିନ ତମାମ ଡଙ୍ଗର, କୁପୁଲି ଭିତରେ ଖଟିଲାବେଳେ ସମୟ ସରିଯାଏ ା ତାକୁ ଆହୁରି ସମୟ ନିଅଣ୍ଟ ପଡେ ା ନିଜର ନିତ୍ୟକର୍ମ ସାରି ଗାଁକୁ ଫେରିଲା ବେଳକୁ ମୁହଁ ସଞ୍ଜ ହୋଇଯାଏ ା
ରାତି ପାଇଁ ହଜିଯାଏ ା ରାତିରେ ମଜ୍ଜିଯାଏ ନିଜ ନିଜ ଭିତରେ ା ଦିନତମାମର ଖଟଣି ଓ ନାଚଗୀତର ଆସର ଭିତରେ ନିଦ କେତେବେଳେ ମାଡି ଆସେ ଜାଣିପାରେନା ା ଦିନତମାମ ଗାଁରେ ଖାଲି ବୁଢ଼ୀବୁଢ଼ା ଓ ଛୋଟ ଛୁଆ ା ବାହାର ଦୁନିଆକୁ ଯିବାର ଆବଶ୍ୟକତା ବି ବିଶେଷ ଲୋଡେନି କେବେ ା ବାଡି ବଗିଚାରେ ଢେର ପରିବା ା ମାଣ୍ଡିଆ ଜାଉ ା ଶାଗ ପଖାଳ ଲୁଣ ଲଙ୍କା ଭିତରେ ସୁଖୀ ମଣିଷ ଭାବେ ବର୍ଷ ବର୍ଷ ଧରି ବଞ୍ଚତ୍ ଆସିଛି ା ସାପ୍ତାହିକ ହାଟରୁ ଥରେ କିଣାକିଣି କରିଦେଲେ ତେଣିକି ତେଲଲୁଣର ଦୁନିଆ ପାଇଁ ଚନ୍ତା ନାହିଁ ଆଉ କିଛି ା ସଭ୍ୟ ସମାଜ ଭଳି ନିତି ନୂଆ ନୂଆ ପୋଷାକ ବି ଖୋଜେନି ା ଜାନିଯାତରେ ନୂଆ ବସ୍ତ୍ରଟି ହୋଇଗଲେ ଯଥେଷ୍ଟ ା
ସଂଗରୋଧରେ ରହି ଆସିଛି ସେ ବର୍ଷ ବର୍ଷ ଧରି ା
ପ୍ରକୃତି ସହିତ ବଞ୍ଚତ୍ଛି ା ପ୍ରକୃତିର କାରକମାନଙ୍କ ସହ ଯୁଝିଛି ା ଟାଇଁ ଟାଇଁ ଖରା, ଢୁ ଢୁ ବର୍ଷା ଆଉ ହାଡ ଭଙ୍ଗା ଶୀତକୁ ତା’ର ଖାତିର ନାହିଁ ା ରୋଗ ବଇରାଗରେ ସଂଘର୍ଷ କରିଛି ା ଆୟୁର୍ବେଦ ଉପରେ ଢେର ଭରସା କରି ଜିଇଛି ା ସାଧାରଣ ମଣିଷଠାରୁ ନିଜ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବେଶି ବୋଲି ପ୍ରମାଣିତ କରିଛି ା ସହରୀ ସଭ୍ୟତାଠାରୁ ଦୂରରେ ଏବଂ ସର୍ବ ନିମ୍ନ ଆବଶ୍ୟକତା ଭିତରେ ବି ମଣିଷ ସୁଖରେ ବଞ୍ଚତ୍ ହେବ ଏକଥାକୁ ଯୁଗେ ଯୁଗେ ପ୍ରମାଣିତ କରି ଆସିଛନ୍ତି ସେମାନେ ା
ଆମର ଆଶା ଅଧିକ ା ଲୋଭ ବହୁତ ା ଇଚ୍ଛା ଅପାର ା ତାକୁ ମେଣ୍ଟାଇବାର ଭୋକରେ ଆମେ ପ୍ରବଳ ଆଗ୍ରହୀ ା ସୁତରାଂ ଆମେ ଏକାନ୍ତରେ ନିଜକୁ ନିଜେ ଚିହ୍ନିବାର ଅବକାଶ ଦେଇପାରୁନୁ ା ନିଜ ଲୋକଙ୍କ ସୁଖ ଭିତରେ ବାଣ୍ଟି ହେବାର ସ୍ବପ୍ନ ଦେଖିନୁ ା ନିତି ଆଦିବାସୀ ନିଜକୁ ନିଜେ ଭେଟେ ସବୁବେଳେ ପ୍ରକୃତିର କୋଳରେ ା ନିଜ ଶକ୍ତି ସାମର୍ଥ୍ୟକୁ ଆକଳନ କରିପାରେ ସହଜରେ ା
ସୁଖ ଓ ଦୁଃଖକୁ ବାଣ୍ଟେ ନିଜ ଗୋଷ୍ଠୀ ଭିତରେ ା
ଏତେସବୁ ବିବିଧତା ଭିତରେ ବି କରୋନାର ମୁକାବିଲା ଲାଗି ସେମାନେ ଗ୍ରହଣ କରିଛନ୍ତି ଯଥାର୍ଥ ପଦକ୍ଷେପ ା କରୋନା ବିରୋଧରେ ଲଢିବା ଲାଗି ଗାଁ ସାମ୍ନାରେ ଫାଟକ ଲଗେଇ ଦେଶର ସଚ୍ଚା ସିପାହିର ଭୂମିକା ନିର୍ବାହ କରିଛନ୍ତି ା ବେଶି ସମୟ ରହି ନିଜକୁ ଅପମାନିତ କରାଇବା ଅପେକ୍ଷା ଘର ଭିତରେ ଶାନ୍ତି ଓ ସୁଖରେ ରହିବା ଯଥାର୍ଥ ବୋଲି ମନେକରି ବାଇକକୁ ପଛ ମୁହଁା କଲି ା ଏତିିକିବେଳେ ତଥାକଥିତ ଆଦିବାସୀ ମୁରବି କହିଲେ – ‘ଆଜ୍ଞା !
ତୁଇ କାନ୍ଦୁଲ ପାଇଁ ମୋ ପାଖକୁ ତନ୍ଦରା ହୋଇ ଆସିଥିଲୁ ଜାଣିଲି ା ହେଲେ ତୁଇ ଡରୁନା ା କରୋନା ଡର ତୁଟିଗଲେ ମୁଇ କାନ୍ଦୁଲ ନେଇ ତୋ ଘରେ ଖେଟେଇ ଦେଇ ଆଇବି ା’ ଯେଉଁ କଥାକୁ ଲୁଚାଇ ବଞ୍ଚିଥିବା ସମ୍ମାନକୁ ଧରି ଫେରିବି ବୋଲି ଭାବୁଥିଲି, ସେତକ ବି ଶେଷରେ ପର୍ଦାଫାଶ ହୋଇସାରିଥିବାରୁ ଅଗତ୍ୟା ସେଠାରେ ନ ରହି ବାଇକ ଷ୍ଟାର୍ଟ କରି ଫେରିଲି ବାଟେ ବାଟେ ା କିନ୍ତୁ ସମସ୍ତ ବାରଣ ସତ୍ତ୍ୱେ ବିଭିନ୍ନ ଆଳରେ ପଦାକୁ ବାହାରି ବିପଦକୁ ଆମନ୍ତ୍ରଣ କରୁଥିବା ଶିକ୍ଷିତମାନଙ୍କଠାରୁ ନିପଟ ଆଦିବାସୀ ମଣିଷ ଯଥାର୍ଥରେ ଶିକ୍ଷିତ ବୋଲି ଏଇ ମରମ କଥାକୁ ବୁଝିବାକୁ ଅସୁବିଧା ନ ଥିଲା କିଛି ା

ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri