ମୟୂରଭଞ୍ଜରେ ୧୦୦୦ ଫୁଟର ଜଳପ୍ରପାତ

ବାରିପଦା ଅଫିସ,୫।୯:ମୟୂରଭଞ୍ଜ ପର୍ଯ୍ୟଟନର ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ବର୍ଷ ଧରି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଜାରି ରଖିଥିବା ‘ମୟୂରଭଞ୍ଜ ମିରର ଟିମ୍‌’ ପକ୍ଷରୁ ୧୦୦୦ ଫୁଟର ଜଳପ୍ରପାତ ଠାବ କରାଯାଇଛି। ଏହି ଜଳପ୍ରପାତ ବାଙ୍ଗିରିପୋଷି ନିକଟସ୍ଥ କୁଣ୍ଡଳବଣି ଜଙ୍ଗଲ ମଧ୍ୟରେ ଅବସ୍ଥିତ। ସର୍ବଦା ଦୁଃସାହସିକ ଯାତ୍ରାରେ ନୂତନ ପର୍ଯ୍ୟଟନସ୍ଥଳୀକୁ ଲୋକଲୋଚନକୁ ଆଣୁଥିବା ମୟୂରଭଞ୍ଜ ମିରର ଟିମ୍‌ର ଏହି ନୂତନ ଆବିଷ୍କାର ନିମନ୍ତେ ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ପ୍ରକାଶ ଥାଉକି ’ମୟୂରଭଞ୍ଜ ମିରର ଟିମ୍‌’ ଦ୍ବାରା ଜିଲାରେ ବହୁ ନୂତନ ପର୍ଯ୍ୟଟନସ୍ଥଳୀ ଆବିଷ୍କାର କରାଯାଇଛି। ସେଥିରୁ ଅନେକ ନିକଟ ଅତୀତରେ ମୟୂରଭଞ୍ଜ ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ଅଫବିଟ ଡେଷ୍ଟିନେଶନର ମାନ୍ୟତା ଲାଭ କରିଥିଲା। ଏହି ନୂତନ ଜଳପ୍ରପାତଟି ‘ଘୋଡ଼ାଗାଧୁଆ’ ଜଳପ୍ରପାତ ନାମରେ ନାମିତ କରାଯାଇଛି। ଏହାର ଉଚ୍ଚତା ୧୦୦୦ ଫୁଟରୁ ଅଧିକ ହୋଇଥିବାର ଆକଳନ କରାଯାଇଛି। ଏହି ଦୁଃସାହସିକ ଯାତ୍ରାରେ ମୟୂରଭଞ୍ଜ ମିରର ଟିମର କୁମାରେଶ ନାୟକ, ଲୋକେଶ୍ବର ଭଞ୍ଜ, ରଞ୍ଜିତ ପଲେଇ, ଜୟ ପ୍ରକାଶ ସିଂହ, ଋଷିରାଜ ପଟ୍ଟନାୟକ ତଥା ନିକଟସ୍ଥ ଜଳଡିହା ଗ୍ରାମର ଜଗବନ୍ଧୁ ପାତ୍ର, ପ୍ରମୋଦ ପାତ୍ର, ସୁଶିଲ କୁମାର ମାର୍ଣ୍ଡି ପ୍ରମୁଖ ସାମିଲ ହୋଇଥିଲେ। ସରକାର ଏହାର ପାରିପାର୍ଶ୍ୱିକ ବିକାଶ ପ୍ରତି ଦୃଷ୍ଟି ଦେଲେ ଭବିଷ୍ୟତରେ ଏ ସ୍ଥାନଟି ଲୋକଲୋଚନକୁ ଆସିବା ସହିତ ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri