ମ୍ୟାଲେରିଆ ନିରାକରଣ ଅସ୍ତ୍ର

କ୍ରିଷ୍ଟିନା
ଡୋନିନି,

ଡୋରିନ ଆକିୟୋ

ୟୋମୋହ

ସ୍ବସ୍ଥ୍ୟ କ୍ଷେତ୍ରରେ ବିଗତ ୩ ବର୍ଷ ହେଲା କୋଭିଡ୍‌-୧୯ ପ୍ରମୁଖ ଖବର ହୋଇଆସିଛି ଏବଂ ଏହା ମଧ୍ୟ ବୈଜ୍ଞାନିକ ଗବେଷଣାକୁ ଅଧିକ ଗତିଶୀଳ କରିଛି। ଏହି ମହାମାରୀକୁ ନେଇ ବିଶେଷଜ୍ଞମାନେ ସଂସାଧନ ଓ ଅତ୍ୟଧିକ ଉପଯୋଗୀ ଟେକ୍‌ନୋଲୋଜି ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ଅନେକ ସମୟରେ ଦାରିଦ୍ର ଏବଂ ବିଶେଷକରି ଦୁର୍ବଳ ଅର୍ଥ ବ୍ୟବସ୍ଥା ଓ କମ୍‌ ଶିଳ୍ପୋନ୍ନତ ଦେଶଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍ୟ ସଂକ୍ରାମକ ରୋଗର ମୁକାବିଲା କରିବା ଜରୁରୀ। ଉଦାହରଣ ସ୍ବରୂପ, ମ୍ୟାଲୋରିଆ ଯୋଗୁ ୨୦୨୧ରେ ବିଶ୍ୱରେ ମୋଟ ୨୪୭ ମିଲିୟନ ଲୋକ ସଂକ୍ରମିତ ହୋଇଥିଲେ। ଏହି ସମୟରେ ସାହାରାର ଦକ୍ଷିଣକୁ ଥିବା ଆଫ୍ରିକୀୟ ଦେଶଗୁଡ଼ିକରେ ୬,୧୯,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା,ଯେଉଁମାନଙ୍କ ମଧ୍ୟରେ ପିଲାଙ୍କ ସଂଖ୍ୟା ଅଧିକ। ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ଏବଂ ଏହାର ଚିକିତ୍ସା ମଧ୍ୟ ସମ୍ଭବ । ଏଥିପାଇଁ ଗବେଷକମାନେ ବି ଅନେକ କିଛି ବିକାଶ କରିଛନ୍ତି। ଦୃଷ୍ଟାନ୍ତ ସ୍ବରୂପ, ମାର୍ଚ୍ଚରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମ୍ୟାଲେରିଆ ସଂକ୍ରମଣ କରୁଥିବା ଏନୋଫିଲିସ ମଶା କବଳରୁ ରକ୍ଷା ପାଇବା ଲାଗି ଦୁଇଟି ନୂଆ କୀଟନାଶକ ଦ୍ୱାରା ଏକାଠି ଉପଚାରିତ ହୋଇଥିବା ମଶାରିକୁ ଅନୁମୋଦନ କରିଛି। ସବୁଠୁ ଘାତକ କୀଟନାଶକ ମିଶ୍ରଣ ଥିବା ମଶାରି ମଶାର ବିକାଶ ଓ ବଂଶବୃଦ୍ଧିରେ ବାଧା ସୃଷ୍ଟି କରିବ। ଏହାବ୍ୟତୀତ ମୂଲ୍ୟ ଦୃଷ୍ଟିରୁ ସୁହାଇବା ଭଳି ମ୍ୟାଲେରିଆ ବିରୋଧୀ ଓଷଧ ମଧ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ବା ଅସ୍ତ୍ର। ୨୦୨୧ରେ, ୩ରୁ ୫ ବର୍ଷ ବୟସର ପାଖାପାଖି ୪୫ ମିଲିୟନ ପିଲାଙ୍କ କ୍ଷେତ୍ରରେ ଋତୁଭିତ୍ତିକ ମ୍ୟାଲେରିଆକୁ କେମୋପ୍ରିଭେନ୍‌ଶନ (ଓଷଧ କିମ୍ବା ଅନ୍ୟ ରସାୟନ ବ୍ୟବହାର କରି ରୋଗକୁ ରୋକିବା ପ୍ରକ୍ରିୟା) ଲାଗୁ କରାଯାଇଥିଲା। ଏଥିରେ ପ୍ରତ୍ୟେକ ପିଲା ୪ ଡଲାରରୁ କମ୍‌ ମୂଲ୍ୟରେ ରୋଗନିଦାନ ଔଷଧର ଡୋଜ ନେଇଥିଲେ। ତେବେ ନିକଟରେ ଏକ ବ୍ୟାପକ ପରିବର୍ତ୍ତନକାରୀ ଟିକା ଜିଏସ୍‌କେର ମସକ୍ୟୁରିକ୍ସ (ଏହା ମଧ୍ୟ ଆର୍‌ଟିଏସ୍‌,ଏସ୍‌ ଭାବେ ଜଣାଶୁଣା)ସମ୍ପର୍କରେ ପ୍ରକାଶିତ ଖବର ଏକ ନୂଆ ଆଶା ସୃଷ୍ଟି କରିଛି। ଏହାର ମୂଲ୍ୟ ଅପେକ୍ଷାକୃତ ଅଧିକ ରହିଛି, ଯାହା ପ୍ରତି ପିଲା ପାଇଁ ପ୍ରଥମ ବର୍ଷ ଖର୍ଚ୍ଚ ପାଖାପାଖି ୪୦ ଡଲାର ଲାଗିବ।
ଏହି ସବୁ ପଦକ୍ଷେପ ସତ୍ତ୍ୱେ ମ୍ୟାଲେରିଆ ସ୍ବାସ୍ଥ୍ୟ କ୍ଷେତ୍ରରେ ବିପଦ ସୃଷ୍ଟି କରିଚାଲିଛି। ଏପରିକି ସାହାରାର ଦକ୍ଷିଣକୁ ଥିବା ଆଫ୍ରିକୀୟ ଦେଶଗୁଡ଼ିକରେ ଏହାକୁ ଆୟତ୍ତ କରିବା ଲାଗି ୨୬ ବିଲିୟନ ଡଲାର ନିବେଶ କରାଯିବା ପରେ ମଧ୍ୟ ୨୦୦୦ରୁ ୨୦୧୯ ମଧ୍ୟରେ ସଂକ୍ରମଣ ସଂଖ୍ୟା ସାମାନ୍ୟ ବଢିଛି (ଏହି ସମୟରେ ଯଦିଓ ମୃତ୍ୟୁ ସଂଖ୍ୟା କମିଛି)। ମ୍ୟାଲେରିଆକୁ ରୋକିବା ଲାଗି ବିଶେଷକରି ପିଲାମାନଙ୍କ ପାଇଁ ନିଆଯାଉଥିବା ନୂଆ ପଦକ୍ଷେପଗୁଡ଼ିକର ଆବଶ୍ୟକତା ଅଧିକ। ପୁନଶ୍ଚ କୌଣସି କ୍ଷେତ୍ରରେ ତ୍ୱରିତ ଆବିଷ୍କାର କିଭଳି କରାଯାଇପାରେ ତାହା କୋଭିଡ୍‌-୧୯ ମହାମାରୀରୁ ଶିକ୍ଷା କରିବା ଉଚିତ୍‌। ମହାମାରୀରେ ପରୀକ୍ଷାଗାରରେ ପ୍ରସ୍ତୁତ ହୋଇଥିବା ପ୍ରୋଟିନ୍‌ (ମୋନୋକ୍ଲୋନାଲ ଆଣ୍ଟିବଡି) ଶରୀରରେ ଭଲ ଭାବେ କାମକରିବା ସହ ଏହାର ଶକ୍ତିକୁ ଦର୍ଶାଇଥିଲା।
ଜାତିସଂଘର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥର ଏକ ଗବେଷକ ଗୋଷ୍ଠୀ ସିଏସ୍‌ପି-୧ ବିରୋଧରେ ଦୁଇଟି ଆଣ୍ଟିବଡି ଚିହ୍ନଟ କରିଛନ୍ତି। ସିଏସ୍‌ପି-୧କୁ ମ୍ୟାଲେରିଆ ଭୂତାଣୁ ବ୍ୟବହାର କରି ଲିଭରକୁ କ୍ଷତି କରିଥାଏ। ସିଏସ୍‌ପି-୧କୁ ରୋକାଗଲେ ସଂକ୍ରମଣ ନିଶ୍ଚିତ ଭାବେ ଅଟକି ଯିବ। ଏହି ଦୁଇ ଆଣ୍ଟିବଡି ମଧ୍ୟରେ ସବୁଠୁ ଲାଭଦାୟକ ହେଉଛି ଏଲ୍‌୯ଏଲ୍‌ଏସ୍‌। ପିଲାଙ୍କ କ୍ଷେତ୍ରରେ ଏହାର ସୁରକ୍ଷା ଓ ଦକ୍ଷତାକୁ ନେଇ ମାଲି ଓ କେନିଆରେ ପରୀକ୍ଷଣ କରାଯାଇଛି। ଋତୁଭିତ୍ତିକ ମ୍ୟାଲେରିଆ କ୍ଷେତ୍ରରେ ମାଲିରେ କରାଯାଇଥିବା ଅନୁଧ୍ୟାନ ତାହାର ସଫଳତାକୁ ଆକଳନ କରୁଥିବାବେଳେ କେନିଆରେ କରାଯାଉଥିବା ଗବେଷଣା ଏକ ଅଞ୍ଚଳରେ ବର୍ଷସାରା ହେଉଥିବା ସଂକ୍ରମଣ ଉପରେ ଧ୍ୟାନ ଦେଉଛି। ମୋନୋକ୍ଲୋନାଲ ଆଣ୍ଟିବଡି ମ୍ୟାଲେରିଆକୁ ରୋକିବାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାର ସମ୍ଭାବନା ଅଛି। ଏବେ ମ୍ୟାଲେରିଆ ବିରୋଧୀ ଆଣ୍ଟବଡିକୁ ଏଭଳି ବିକଶିତ କରାଯାଇଛି ଯେ,ଗୋଟିଏ ସିଙ୍ଗଲ ଡୋଜ୍‌ ପିଲାଟିକୁ ଅତିକମ୍‌ରେ ୩ ମାସ ପର୍ଯ୍ୟନ୍ତ ସୁରକ୍ଷା ଦେବ, ଏପରିକି ଆହୁରି ବେଶିଦିନ ବି ସୁରକ୍ଷା ଯୋଗାଇବାର ସମ୍ଭାବନା ଅଛି। ମାନବ ସ୍ବାସ୍ଥ୍ୟ କ୍ଷେତ୍ରରେ ପରୀକ୍ଷଣ ଦ୍ୱାର ହିଁ ଏହାର ଦକ୍ଷତା ଏବଂ ପ୍ରଭାବର ଠିକ୍‌ ସମୟ ଜଣାପଡ଼ିବ । ବର୍ଷକୁ ଥରେ ଗୋଟିଏ ଡୋଜ୍‌ ଇଞ୍ଜେକସନ ଦିଆଯିବା ପାଇଁ ଆଣ୍ଟିବଡିଗୁଡ଼ିକରେ କେତେ ଉନ୍ନତି କରାଯିବା ଦରକାର ସେ ସମ୍ପର୍କରେ ଉକ୍ତ ପରୀକ୍ଷଣ ମାର୍ଗଦର୍ଶନ କରିପାରିବ।
ଆଣ୍ଟିବଡିଗୁଡ଼ିକ ବ୍ୟୟବହୁଳ ସାବ୍ୟସ୍ତ ହୋଇଆସିଛି। ଆମେରିକା ଏବଂ ୟୁରୋପରେ କ୍ୟାନ୍‌ସରରେ ମାସକୁ ୨୦,୦୦୦ ଡଲାରରୁ ଅଧିକ ଖର୍ଚ୍ଚ ହେଉଛି। ତେବେ ଚିକିତ୍ସାର ସାମର୍ଥ୍ୟ ବୃଦ୍ଧି କରିବା ଦ୍ୱାରା ଏବକାର ଏଭଳି ଆଧୁନିକ ଚିକିତ୍ସା ମୂଲ୍ୟ କମିିବା ସମ୍ଭାବନା ଅଛି। ଏପରିକି ମାଲି ଓ କେନିଆରେ ୧ ମିଲିଲିଟରରୁ ବହୁତ କମ୍‌ ପରିମାଣର ଆଣ୍ଟିବଡି ଇଞ୍ଜେକସନ ଉପରେ କରାଯାଇଥିବା ପରୀକ୍ଷା ସଫଳ ହେଲେ ଜଣକ ପିଛା ମାତ୍ର ୫ରୁ ୧୦ ଡଲାର ଖର୍ଚ୍ଚରେ ପିଲାଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଅନେକେ ବିଶ୍ୱାସ କରୁଛନ୍ତି। ଏବେ ମୋନୋକ୍ଲୋନାଲ ଆଣ୍ଟିବଡ଼ିଗୁଡ଼ିକ ଚାହିଦା ବିଶେଷକରି ବିକଶିତ ଦେଶଗୁଡ଼ିକରେ ଦେଖିବାକୁ ମିଳିଛି। ବିଶ୍ୱସ୍ତରରେ ଏହାର ମୋଟ୍‌ ବିକ୍ରିର ମାତ୍ର ୧% ଆଫ୍ରିକାରେ ହେଉଛି। ଏଭଳି ଅସମାନତା ସ୍ପଷ୍ଟ କରୁଛି ଯେ, ଏ କ୍ଷେତ୍ରରେ ଜାତୀୟ ନିୟାମକ ସଂସ୍ଥାଗୁଡ଼ିକ ସହ କାର୍ଯ୍ୟ କରିବାର ଆବଶ୍ୟକତା ଅଧିକ ରହିଛି। ଏହାସହ ଆଣ୍ଟିବଡି ଉପତ୍ାଦନରେ ସଂକ୍ରମିତ ଦେଶଗୁଡ଼ିକୁ ଦୀର୍ଘମିଆଦୀଭିତ୍ତିରେ କିଭଳି ଜଡ଼ିତ କରାଯାଇପାରିବ ତାହା ନିଶ୍ଚିତ କରିବାକୁ ପଡ଼ିବ। ଆଣ୍ଟିବଡି ଉପତ୍ାଦନ କରିବା ଏକ ଜଟିଳ ଓ ଅତ୍ୟଧିକ ନିୟାମକ ପ୍ରକ୍ରିୟା। ତେବେ ଟେକ୍‌ନୋଲୋଜିରେ ନିବେଶ କରିବା ଏବେ ମ୍ୟାଲେରିଆ ବୋଝ ସମ୍ଭାଳୁଥିବା ବିକାଶଶୀଳ ଦେଶଗୁଡ଼ିକ ସକାଶେ ନିଶ୍ଚିତ ଲାଭଦାୟକ ହେବ।
ମ୍ୟାଲେରିଆ ବିରୋଧରେ ମୋନୋକ୍ଲୋନାଲ ଆଣ୍ଟିବଡି ନୂଆ ଭାବେ ଅଗ୍ରଣୀ ଭୂମିକା ନେବ। କିନ୍ତୁ କାମରେ କରିବା ଏତେ ସହଜ ହେବ ନାହିଁ। ଏଥିପାଇଁ ସରକାରୀ ଅଂଶୀଦାର ,ଶିକ୍ଷାବିତ ଓ ଶିଳ୍ପଜଗତ ସହଯୋଗ କରିବା ସହ ସଚେତନତା ବୃଦ୍ଧି କରିବା ଲାଗି ଆଗେଇ ଆସିବା ଉଚିତ। କିିନ୍ତୁ ଆମେ କେବଳ ଏକ ଦୀର୍ଘ ପଥରେ ଠିଆହୋଇ ଗର୍ଜନ କରୁଛୁ। ପ୍ରଥମ ପିଢିର ମ୍ୟାଲେରିଆ ପ୍ରତିରୋଧୀ ଆଣ୍ଟିବଡିଗୁଡ଼ିକ ୨୦୨୭ ସୁଦ୍ଧା ପ୍ରୟୋଗ ହେବାର ସମ୍ଭାବନା ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ, ସେଗୁଡ଼ିକ ଶିଶୁଘାତକ ମ୍ୟାଲୋରିଆକୁ ରୋକିପାରିବ। ତେବେ ପ୍ରୟୋଗ କରାଯାଇଥିବା ଆଣ୍ଟିବଡି ସଫଳ ହୋଇଛି କି ନାହିଁ ତାହା ମାଲି ଓ କେନିଆର କ୍ଲିନିକାଲ ପରୀକ୍ଷାରୁ ଜଣାପଡ଼ିବ। ହେଲେ ଆମକୁ ସଫଳତା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ହିଁ ହେବ ବିଜ୍ଞତାର ପରିଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri