Posted inଜାତୀୟ

କ୍ଷମତା ପାଇଁ ଆଇନକୁ ବଳି

 

ପାଟନା/ନୂଆଦିଲ୍ଲୀ,୨୮ା୪: ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ସାଜିଥିବା ଆନନ୍ଦ ମୋହନ ସିଂଙ୍କୁ ବିହାରର ସହର୍ଷ ଜେଲରୁ ଗୁରୁବାର ଭୋର ୩ଟାରେ ମୁକ୍ତ କରାଯାଇଛି। ୨୯ ବର୍ଷ ପୂର୍ବେ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଏମ୍‌ପି ଆନନ୍ଦ ୧୫ ବର୍ଷ ଜେଲରେ ରହିବା ପରେ ରେମିଶନ (ଉତ୍ତମ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅବଧି ଦଣ୍ଡ ଭୋଗିବା ପୂର୍ବରୁ ମୁକ୍ତି) ଆଧାରରେ ନୀତୀଶ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ତାଙ୍କୁ ଛଡ଼ାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଜେଲ ନିୟମରେ ସଂଶୋଧନ ଆଣିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, ଆନନ୍ଦଙ୍କ ସହ ଅନ୍ୟ ୨୬ ଦୋଷୀଙ୍କୁ ମଧ୍ୟ ଆଗୁଆ ଛଡ଼ାଯାଇଛି। ଆନନ୍ଦ ନିଜ ପୁଅ ତଥା ଆର୍‌ଜେଡି ବିଧାୟକ ଚେତନ ଆନନ୍ଦଙ୍କ ନିର୍ବନ୍ଧ ପାଇଁ ୧୫ ଦିନିଆ ପାରୋଲରେ ପାଟନାରେ ଥିବାବେଳେ ଜେଲରୁ ମୁକ୍ତ ହେବା ବିଷୟ ଖବର ପାଇଥିଲେ। ଗଣମାଧ୍ୟମ ଆନନ୍ଦଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କହିଥିଲେ, ପୂର୍ବତନ ଜିଲାପାଳ ଜି. କ୍ରିଷ୍ଣୈୟାଙ୍କ ସ୍ତ୍ରୀ ହୁଅନ୍ତୁ କି ଆଇଏଏସ୍‌ ଅଫିସର୍ସ ଆସୋସିଏଶନ୍‌, ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି। ବର୍ତ୍ତମାନ ସ୍ଥିତିରେ ମୁଁ କିଛି କହିବାକୁ ଚାହୁଁନାହିଁ। ଆଇଏଏସ୍‌ ଅଫିସର୍ସ ଆସୋସିଏଶନ୍‌ ଏବଂ ହାଇଦ୍ରାବାଦରେ ରହୁଥିବା କ୍ରିଷ୍ଣୈୟାଙ୍କ ବିଧବା ସ୍ତ୍ରୀ ଉମା କ୍ରିଷ୍ଣୈୟା ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି।
ବିହାରର ମୁଜାଫରପୁରରେ ଗ୍ୟାଙ୍ଗ୍‌ଷ୍ଟରରୁ ବାହୁବଳୀ ନେତା ପାଲଟିଥିବା ଛୋଟନ୍‌ ଶୁକ୍ଳାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ଧରି ବିକ୍ଷୋଭ ଶୋଭାଯାତ୍ରା ଚାଲିଥିବାବେଳେ ଯୁବ ଆଇଏଏସ୍‌ ଅଫିସର ଗୋପାଲଗଞ୍ଜ ଜିଲାପାଳ ଜି. କ୍ରିଷ୍ଣୈୟାଙ୍କୁ ହତ୍ୟା କରାଯାଇଥିଲା। ଆନନ୍ଦ ଉସୁକାଇବାରୁ ଲୋକେ ତାଙ୍କୁ କାର୍‌ରୁ ଟାଣିନେଇ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୨୦୦୭ ଅକ୍ଟୋବରରେ ଏକ ସ୍ଥାନୀୟ କୋର୍ଟ ହତ୍ୟା ଅଭିଯୋଗରେ ଆନନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହି ରାୟକୁ ସେ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରିଥିଲେ। ଗତ ୧୦ ତାରିଖରେ ରାଜ୍ୟ ସରକାର ବିହାର ପ୍ରିଜନ୍‌ ମାନୁଆଲ୍‌ରେ ସଂଶୋଧନ ଆଣିଛନ୍ତି। ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଦଣ୍ଡମୁକ୍ତି ମିଳିବ ନାହିଁ ବୋଲି ପୂର୍ବରୁ ନିୟମ ଥିଲା। ରାଜ୍ୟ ସରକାର ଏହି ଧାରାକୁ ହଟାଇ ଦେଇଛନ୍ତି। ଆନନ୍ଦଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏପରି କରିଥିବା ସମାଲୋଚକମାନେ କହୁଛନ୍ତି। ମହାମେଣ୍ଟ ସରକାର ବିରୋଧୀଙ୍କ ଟାର୍ଗେଟରେ ଥିବାବେଳେ ଏହି ପଦକ୍ଷେପ ଏକ ନୂଆ ରାଜନୈତିକ ବିବାଦକୁ ଜନ୍ମ ଦେଇଛି। ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି, ନୀତୀଶ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସମର୍ଥନରେ କ୍ଷମତାରେ ରହିବା ପାଇଁ ଆଇନକୁ ବଳି ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri