ମୌଳିକ ସୁବିଧାରୁ ବଞ୍ଚିତ ବସ୍ତିବାସିନ୍ଦା

ତେଲକୋଇ, ୨୫।୪(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ କାଳିଆହତା ପଞ୍ଚାୟତରେ ରହିଛି ରଙ୍ଗମାଟିଆ ବସ୍ତି । ଏହି ବସ୍ତିରେ ୩୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ତେବେ ପ୍ରଶାସନର ଅଣଦେଖା ଓ ପଞ୍ଚାୟତ ପ୍ରତିନିଧିଙ୍କ ଅବହେଳା ଯୋଗୁଁ ମୈାଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ବସ୍ତି ବାସିନ୍ଦା । ଗାଁ କୁ ରାସ୍ତା ନ ଥିବା ବେଳେ ଶିକ୍ଷା ସ୍ବାସ୍ଥ୍ୟ, ପାନୀୟଜଳ ଏହି ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଛି । ଏହି ଗ୍ରାମରେ ଶହେରୁ ଊର୍ଦ୍ଧ୍ୱ ଲୋକେ ବସବାସ କରନ୍ତି । ଅଦ୍ୟାବଧି ଗ୍ରାମରେ ଥିବା ବିଧବା ଓ ବାର୍ଦ୍ଧକ୍ୟଙ୍କ ପାଇଁ ଭତ୍ତା ହୋଇନଥିବା ବେଳେ ଇନ୍ଦିରା ଆବାସ ,ମୋ କୁଡିଆ କେହି ପାଇ ପାରିନାହାନ୍ତି। ଗ୍ରାମରେ ସ୍କୁଲ ନଥିବା ଯୋଗୁଁ ୩ କି.ମି. ଜଙ୍ଗଲ ରାସ୍ତା ଦୂରରେ ରହିଛି ଲକ୍ଷ୍ମୀନାରାୟଣ ପୁରର ପ୍ରାଥମିକ ବିଦ୍ୟାଳୟ। ଦୂରତା ଅଧିକା ହେଉଥିବା ଯୋଗୁଁ  ଗ୍ରାମରେ ପ୍ରାୟ ପିଲା  ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଗାଁ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ ମଜୁରୀ କରି ପରିବାର ଚଳାନ୍ତି । ପାନୀୟଜଳ ପାଇଁ ଝରଣାର ଚୁଆ ପାଣିକୁ ବର୍ଷ ତମାମ ଭରସା କରିଥାନ୍ତି । ସ୍ବାସ୍ଥ୍ୟ ସେବା ପାଇଁ ୧୦ କି.ମି. ଗଲେ କାଳିଆହତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ହେଲେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଦିର୍ଘଦିନ ହେବ ଡାକ୍ତର ରହୁନଥିବା ଯୋଗୁଁ ଗ୍ରାମବାସୀ ଚେରମୂଳି ଓ ଝଡାଫୁଙ୍କା ଉପରେ ନିର୍ଭର କରୁଥିବା ଗ୍ରାମର ଦୁଲି ହେମ୍ବ୍ରମ, ମହେଶ୍ୱର ଝୁଡୁ, ଖୁଦିଆ ଝୁଡୁ, ବାନୀ ସୋରେନ ପ୍ରକାଶ କରିଛନ୍ତି। ବିଦ୍ୟୁତ ଏହି ବସ୍ତି ପାଇଁ ସାତ ସପନ ହୋଇ ରହିଛି। ରାସ୍ତା ପାଇଁ କେବଳ ପ୍ରତଶ୍ରୁତି ଦେଇ ପ୍ରତି ପରିବାରର ମୁଖିଆଙ୍କ ନାମ ନେଉଥିବା ଉକ୍ତ ବସ୍ତିର ୱାର୍ଡମେମ୍ବର, ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ପାଖରେ ଲୋକଙ୍କ ଦୁଃଖ ଜଣାଇ ଦାବି ହାସଲ କାହିଁକି କରୁନ ପଚରାଯିବାରୁ  ବାରମ୍ବାର ଦୁଃଖ ଜଣାଇ ବିଫଳ ହୋଇଛୁ । ଏସମ୍ବନ୍ଧରେ ବିଡିଓ ଦିଲ୍ଲିପ କୁମାର ବାରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଏହି ବସ୍ତି ପାଇଁ ନିଶ୍ଚିତ ଦୃଷ୍ଟି ଦିଆଯିବା ସହ କାର୍ଯ୍ୟ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?