ମୋ ସରକାର କାର୍ଯ୍ୟକ୍ରମର ପ୍ରଭାବ; ଗତବର୍ଷ ତୁଳନାରେ ବଢିଛି ମାମଲା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ):  ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ। ହେଲେ ୨୦୧୯ରେ ବିଭିନ୍ନ ଥାନାରେ ବଢିଥିବା ମାମଲା ସଂଖ୍ୟା କମିଶନରେଟ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟଛି। କାରଣ ମୋ‘ ସରକାର କାର୍ଯ୍ୟକ୍ରମ ପରଠୁ କମିଶନରେଟ ପୋଲିସର ଏକାଧିକ ଥାନାରେ ମାମଲା ସଂଖ୍ୟା ଗତବର୍ଷ ତୁଳନାରେ ଅହେତୁକ ବୃଦ୍ଧି ପାଇଛି। ହେଲେ ଯେଉଁ ପରିମାରଣ ମାମଲା ରୁଜୁ କରାଯାଉଛି ସେହି ଅନୁପାତରେ ଥାନାଗୁଡ଼ିକରେ ତଦନ୍ତକାରୀ ଅଧିକାରୀ ନ ଥିବାରୁ ତଦନ୍ତ ଦିଗହରା ହେଉଛି। ନା ଠିକ୍‌ରେ ମାମଲାର ତଦନ୍ତ ହୋଇଛି ନା ଅଭିଯୁକ୍ତ ଗିରଫ ହେଉଛନ୍ତି। ମୋ’ ସରକାର କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଭୟରେ ଥାନାରେ ମାମଲାକୁ ରୁଜୁ କରିବାକୁ ପୋଲିସ ବାଧ୍ୟ ହେଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ କ୍ୟାପିଟାଲ ଥାନାରେ ୫୩୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ଡିସେମ୍ବର ୨୯ ତାରିଖ ସୁଦ୍ଧା ୫୪୫ ମାମଲା ରୁଜୁ ହୋଇଛି। ସେହିପରି ଖାରବେଳନଗର ଥାନାରେ ଗତ ବର୍ଷ ୩୪୭ ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୬୦ରେ ପହଞ୍ଚିଛି। ଶହୀଦନଗର ଥାନାରେ ଗତ ବର୍ଷ ୫୭୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ତାହା ୭୦୦ ଛୁଇଁଛି। ନୟାପଲ୍ଲୀ ଥାନାରେ ଗତବର୍ଷ ୫୮୯ ମାମଲା ରୁଜୁ ହୋଇଥିବାବେଳେ ବର୍ତ୍ତମାନ ୬୮୭ଟି ମାମଲା ରୁଜୁ କରାଯାଇଛି। ଖଣ୍ଡଗିରି ଥାନାରେ ଗତବର୍ଷ ୬୨୧ଟି ମାମଲା ହୋଇଥିବାବେଳେ ଚଳିତବର୍ଷ ଏବେ ସୁଦ୍ଧା ୭୫୬ଟି ମାମଲା ପଞ୍ଜୀକୃତ କରାଯାଇଛି। ମଞ୍ଚେଶ୍ୱର ଥାନାରେ ଗତବର୍ଷ ୬୦୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୬୩୦ ଛଇଁଛି। ଚନ୍ଦ୍ରଶେଖରପୁର ଥାନାରେ ଗତବର୍ଷ ୫୩୪ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୫୩୦ରେ ପହଞ୍ଚିଲାଣି। ଲିଙ୍ଗରାଜ ଥାନାରେ ଗତବର୍ଷ ୨୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ୨୬୬ଟି ରୁଜୁ ହେଲାଣି। ସେହିପରି ବଡଗଡ ଥାନାରେ ଗତବର୍ଷ ୩୬୮ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ଅଦ୍ୟାବଧି ୪୫୦ ଛୁଇଁଲାଣି। ଏୟାରଫିଲ୍ଡ ଥାନାରେ ଗତ ବର୍ଷ ୪୨୬ଟି ମାମଲା ହୋଇଥିବା ବେଳେ ତାହା ଚଳିତବର୍ଷ ୨୪୫ଟିରେ ପହଞ୍ଚିଛି। ସେହିପରି ଲକ୍ଷ୍ମୀସାଗର ଥାନାରେ ଗତବର୍ଷ ୩୩୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ତାହା ୪୦୦କୁ ଛୁଇଁଛି। ମହିଳା ଥାନାରେ ଗତବର୍ଷ ୧୨୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ୧୩୨ଟି ମାମଲା ପଞ୍ଜୀକୃତ କରାଯାଇଛି। ଇନ୍‌ଫୋସିଟି ଥାନାରେ ଗତବର୍ଷ ୨୬୩ଟି ମାମଲା ହୋଇଥିବା ବେଳେ ବର୍ତ୍ତମାନ ୨୭୦ଟି ମାମଲା ରୁଜୁ କରାଯାଇଛି। ଧଉଳି ଥାନାରେ ଗତବର୍ଷ ୧୮୫ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ୨୦୦ଟି ମାମଲା ରୁଜୁ କରାଯାଇଛି। ସେହିପରି ଏୟାରପୋର୍ଟ ଥାନାରେ ୧୧ଟି ମାମଲା ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୨୪୫ ହେଲାଣି। ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ପଚାରିବାରେ କହିଛନ୍ତି, ଥାନାକୁ ଆସୁତ୍ଥିବା ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଉଛି। ମୋ’ ସରକାର କାର୍ଯ୍ୟକ୍ରମ ପରଠୁ ଲୋକଙ୍କୁ ଥାନାକୁ ଗଲେ ତ୍ୱରିତ ନ୍ୟାୟ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri