Posted inଖେଳ

ମୋହନବାଗାନ ଆଇ-ଲିଗ୍‌ ଚାମ୍ପିୟନ ଘୋଷିତ: ବାକି ମ୍ୟାଚ୍‌ ବାତିଲ ନେଇ ଲିଗ୍‌ କମିଟିର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୧।୪ (ପି.ଟି.): ଦେଶର ଅନ୍ୟତମ ପ୍ରମୁଖ ପୁଟବଲ ପ୍ରତିଯୋଗିତା ଆଇ- ଲିଗ୍‌ର ଚାମ୍ପିୟନ ଦଳ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ମୋହନ ବାଗାନକୁ ଏଥର ଆଇ- ଲିଗ୍‌ ଚାମ୍ପିୟନ ଭାବେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଘୋଷଣା କରିଛି। ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ପ୍ୟାନେଲ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲିଗ୍‌ କମିଟିର ସୁପାରିସ୍‌କୁ ଏହି ପ୍ୟାନେଲ ଗ୍ରହଣ କରିଛି। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇ- ଲିଗ୍‌ରେ ବାକିଥବା ୨୮ଟି ମ୍ୟାଚ୍‌କୁ ବାତିଲ କରିବାକୁ କମିଟି ସୁପାରିସ୍‌ କରିଥିଲା। ଶେଷରେ ଏହାକୁ ଗ୍ରହଣ କରିନିଆଯାଇଛି। ଫଳରେ ପଏଣ୍ଟ ତାଲିକା ଶୀର୍ଷରେ ଥିବା ମୋହନ ବାଗାନ କ୍ଲବ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ଖେଳାଳି, ଅଫିସିଆଲ ଓ ପ୍ରଶଂସକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏଆଇଏଫଏଫ୍‌ ଏଭଳି ନିଷ୍ପତ୍ତି ନେଇଛି।

କରୋନା ଭାଇରସ ସଂକ୍ରମଣ ପାଇଁ ଏବେ ସାରା ଦେଶରେ ଫୁଟବଲ ସମେତ ଅନ୍ୟାନ୍ୟ କ୍ରୀଡ଼ା କେବେ ଆରମ୍ଭ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଫଳରେ ଲିଗ୍‌ କମିଟି ବାକି ସବୁ ମ୍ୟାଚ୍‌ ବାତିଲ କରିବାକୁ ପ୍ରସ୍ତାବ ଦେଇଥିଲା। ଫଳରେ ଆଇ- ଲିଗ୍‌ର ୨୦୧୯-୨୦ ସେସନକୁ ଶେଷ ହେଲା ଓ ମୋହନବାଗାନକୁ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ଚାମ୍ପିୟନ ଦଳର ପୁରସ୍କାର ରାଶିକୁ ବାଦ୍‌ ଦେଲେ ବାକି ପୁରସ୍କାର ରାଶିକୁ ଅଂଶଗ୍ରହଣ କରିଥିବା ବାକି ୧୦ ଦଳ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ ବୋଲି କୁହାଯାଇଛି। ତେବେ କୌଣସି ଖେଳାଳିଙ୍କୁ ବାଦ୍‌ ଦିଆଯିବ ନାହିଁ ଓ କାହାକୁ ବ୍ୟକ୍ତିଗତ ଭାବେ ପୁରସ୍କୃତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଚଳିତ ସେସନ୍‌ର ସବୁ ଯୁବ ଲିଗ୍‌ ଯଥା, ସବୁ ଜୁନିୟର ଲିଗ୍‌, ଜୁନିୟର ଲିଗ୍‌, ଏଲାଇଟ ଲିଗ୍‌, ୧୭ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ବାଳିକା ଲିଗ୍‌କୁ ଶେଷ କରାଯାଇଛି ଓ ଏହା ୨୦୨୦-୨୧ ସେସନ୍‌ରେ ନୂଆ କରି ଆରମ୍ଭ ହେବ ବୋଲି କୁହାଯାଇଛି। ୨୦୨୦-୨୧ ସେସନ କ୍ୱାଲିଫିକେଶ ପାଇଁ ସେକେଣ୍ଡ ଡିଭିଜନ କ୍ଲବଗୁଡିକୁ ନେଇ ଏକ ଅପେକ୍ଷାକୃତ ଛୋଟିଆ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ମନସ୍ଥ କରିଛି। ତେବେ ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ସହିତ ଆଲୋଚନା କରାଯିବ ବୋଲି ଏଆଇଏଫ୍‌ଏଫ୍‌ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri