ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ମୃତ୍ୟୁ ପୂର୍ବରୁ କୃତ୍ତିକାଙ୍କ ଦେହରେ ଥିଲା ବିଷ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବଡଗଡ ଥାନା ଅନ୍ତର୍ଗତ ବିଜେବିନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଓ ମୁଣ୍ଡରେ ରହିଥିବା କିଛି ଲେଖାକୁ ନେଇ ପୂରା ଘଟଣା ରହସ୍ୟମୟ ହୋଇପଡିଥିଲା। ଇତିମଦ୍ୟରେ କୃତ୍ତିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଉକ୍ତ ରିପୋର୍ଟରେ ଏକ ଚାଞ୍ଚଲ୍ୟକର ତଥ୍ୟ ଆଉ ଏକ ରହସ୍ୟ ସୃଷ୍ଟି କରିଛି। ଆପାର୍ଟମେଣ୍ଟରୁ ଡେଇଁବା ପୂର୍ବରୁ କୃତ୍ତିକାଙ୍କ ଦେହରେ ବିଷାକ୍ତ ପ୍ରଦାର୍ଥ ରହିଥିଲା। ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। କୃତ୍ତିକା କ’ଣ ଆତ୍ମହତ୍ୟା କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇଥିଲେ। ଯଦି ନେଇଥିଲେ ତେବେ ସେ ବିଷପିଇ ଆତ୍ମହତ୍ୟା ନ କରି କାହିଁକି ୪ ମହଲାରୁ ଡେଇଁ ମୃତ୍ୟୁକୁ ଆପଣାଇଥିଲେ? ନା କେହି ତାଙ୍କୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଆପାର୍ଟମେଣ୍ଟରୁ ତଳଖୁ ଠେଲି ଦେଇଛନ୍ତି? ଏଭଳି ଅନେକ ପ୍ରଶ୍ନକୁ ନେଇ ପୋଲିସ ନୂଆ କିଛି ଖୁଲାସା କରିବାକୁ ଲାଗିପଡିଛି। ତେବେ ବିଷ ସର୍ମ୍ପକରେ ଅଧିକ ଜାଣିବା ପାଇଁ ଭିସେରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି। ତେଣୁ ପୋଲିସ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରୁଛି। ପୋଲିସ କୃତ୍ତିକାଙ୍କ ସ୍କୁଲକୁ ଯାଇ ସାଙ୍ଗମାନଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି।
ବଡ଼ କଥା ହେଲା ମୃତ୍ୟୁ ପୂର୍ବରୁ କୃତ୍ତିକା ଇନ୍‌ଷ୍ଟାଗ୍ରାମରେ ଯେଉଁ ପୋଷ୍ଟ କରିଥିଲେ ତାହା ମୃତ୍ୟୁ ପଛରେ ଅନେକ ଦିଗକୁ ଇସାରା କରୁଥିଲା। କୃତ୍ତିକା ସେଥିରେ ଲେଖିଥିଲେ ଯେ, ବାଏ ବାଏ ପିପୁଲ, ଅର୍ଥାତ ସମସ୍ତଙ୍କୁ ବିଦାୟ। ତାଙ୍କ ସହ ଚାର୍ଟ କରୁଥିବା ଜଣେ ସାଙ୍ଗ ପଚାରିଥିଲେ – କୁଆଡେ ଯାଉଛ? କୃତ୍ତିକା ଲେଖିଥଲେ-ନର୍କ ନ ହେଲେ ସ୍ବର୍ଗ। ପୁଣି ସାଙ୍ଗ ଜଣକ ପଚାରିଥିଲେ ମୋତେ ବି ସାଙ୍ଗରେ ନେଇଯାଆ। କୃତ୍ତିକା ଉତ୍ତର ଦେଇଥିଲେ-ତମକୁ ସାଙ୍ଗରେ ନେବି ନା ନାହିଁ କାଲି ତୁମେ ନିଶ୍ଚିତ ହୋଇଯିବ। ପରଦିନ ରବିବାର ଆସିଲା କୃତ୍ତିକାଙ୍କ ମୃତ୍ୟୁ ଖବର। ଅନ୍ୟପକ୍ଷରେ କୃତ୍ତିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟକୁ ନେଇ ପୋଲିସ ଅଡୁଆରେ ପଡିଥିବାବେଳେ ଏବେ ପୋଷ୍ଟମର୍ଟମ ରିପୋର୍ଟ ମାମଲାକୁ ଅଧିକ ଜଟିଳ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri