Posted inଖେଳ

ମୃତ୍ୟୁର ୫ ବର୍ଷପରେ ହ୍ୟୁଗ୍ସଙ୍କୁ ପ୍ରଶଂସା

ମେଲବୋର୍ନ,୨୬।୧୧(ପି.ଟି.)- ମୃତ୍ୟୁର ୫ ବର୍ଷ ପରେ ଫିଲିପ୍‌ ହ୍ୟୁଗ୍ସଙ୍କୁ ପୁଣି ମନେ ପକାଇଛି କ୍ରିକେଟ ଅଷ୍ଟ୍ରେଲିଆ। ଏକ ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବା ଅବସରରେ ଶର୍ଟ ପିଚ୍‌ ବଲ୍‌ ଦ୍ୱାର ଆହତ ହୋଇ ଅଷ୍ଟ୍ରେଲୀୟ କ୍ରିକେଟର ହ୍ୟୁଗ୍ସ ପ୍ରାଣତ୍ୟାଗ କରିଥିଲେ। ଏବେ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ୨୦୧୪ ନଭେମ୍ବର ୨୫ ତାରିଖରେ ଦକ୍ଷିଣ ଅଷ୍ଟ୍ରେଲିଆ ତରଫରୁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ବିପକ୍ଷରେ ଶେଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳିବା ଅବସରରେ ମାତ୍ର ୨୫ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ। ସେ ହେଲ୍‌ମେଟ ପିନ୍ଧିଥିଲେ। ତେବେ ହେଲମେଟ୍‌ର ତଳେ ବାମ କାନର ଠିକ୍‌ ତଳେ ବଲ୍‌ ବାଜିବା କାରଣରୁ ସେ ଅଚେତ୍‌ ହୋଇଯାଇଥିଲେ ଓ ଏହାର ୨ ଦିନ ପରେ ଏକ ସ୍ଥାନୀୟ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ। ପ୍ରତିଦିନ ଆମେ ହ୍ୟୁଗ୍ସଙ୍କୁ ମନେ ପକାଉଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍‌ ରବର୍ଟ କହିଛନ୍ତି। ହ୍ୟୁଗ୍ସ ଅଷ୍ଟ୍ରେଲିଆ ପାଇଁ ୨୫ଟି ଟେଷ୍ଟ ଓ ୨୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଇଂଲଣ୍ଡରେ ମଧ୍ୟ ସେ କେତେବର୍ଷ କାଉଣ୍ଟି କ୍ରିକେଟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri