ମୁଲତବୀ ଆଲୋଚନା:ବାଡ ଫସଲ ଖାଇଲେ…

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କେଉଁ ବଣ ଜଙ୍ଗଲ ଅଞ୍ଚଳ ନୁହେଁ,ଖୋଦ ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଉଛି। ବାଡ ଯଦି ଫସଲ ଖାଇବ ତେବେ କଥା ସରିଲା। ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି। ସ୍କୁଲ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ଗର୍ଭବତୀ ହେଉଛନ୍ତି। ରାଜ୍ୟ ସରକାର ୫ ବର୍ଷରେ ୨୦ଜଣ ଝିଅ ଗର୍ଭବତୀ ହୋଇଥିବା ସୂଚନା ଦେଉଛନ୍ତି। ମାତ୍ର ବହୁ ଘଟଣା ଲୋକଲୋଚନକୁ ଆସି ପାରୁନାହିଁ। ଆଦିବାସୀମାନଙ୍କ ପାଇଁ ଆସୁଥିବା ଅର୍ଥ ବିକାଶ କ୍ଷେତ୍ରରେ ଲାଗୁନାହିଁ। ସରକାରଙ୍କ ଜନଜାତିଙ୍କ ପ୍ରତି ଉଦସୀନ ମନୋଭାବ ପୋଷଣ କରୁଛନ୍ତି ବୋଲି ଶୁକ୍ରବାର ମୁଲତବୀ ଆଲୋଚନା ବେଳେ ଭାଜପା ଓ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ କଡା ସମାଲୋଚନା କରିଥିଲେ।
ରାଜ୍ୟରେ ଅନୁସୂଚୀତ ଜନଜାତି ବିଭାଗ ଦ୍ୱାରା ପ୍ରତିଷ୍ଠିତ ଛାତ୍ରୀ ନିବାସରେ ଅବ୍ୟବସ୍ଥା ଓ ଅସଦାଚରଣ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ ସ୍କୁଲରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ବଳାତ୍କାର କରି ଗିରଫ ହୋଇଛନ୍ତି। ଏ ନେଇ ଓଡିଶା ପୋଷ୍ଟରେ ଖବର ପ୍ରକାଶ ପାଇଛି। ସରକାର କହୁଛନ୍ତି ସ୍କୁଲରେ ଛାତ୍ରୀମାନେ ଗର୍ଭବତୀ ହେଉ ନାହାନ୍ତି, ଗାଁରେ ହେଉଛନ୍ତି। ଏହି ଘଟଣାରେ ସରକାର କଣ କହିବେ ବୋଲି ସେ ପ୍ରଶ୍ନ କରିଥିଲେ। କେନ୍ଦୁଝର ଜିଲାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ କରାଯାଇଥିଲା। ସରକାର ଆଦିବାସୀ ବିଭାଗକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ, ସନାତନ ବିଜୁଳି , କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନିପତି ପ୍ରମୁଖ ସ୍କୁଲରେ ଆଦିବାସୀ ଛାତ୍ରୀ ବଳାତ୍କାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଛାତ୍ରୀ ନିବାସ ପରିବେଶକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଛାତ୍ରୀ ନିବାସଗୁଡିକରେ ମହିଳା ଶିକ୍ଷକ ଓ କର୍ମଚାରୀ ନିଯୁକ୍ତ କରିବାକୁ ଦାବି କରିଥିଲେ। ଦୃଷ୍ଟି ଆକର୍ଷଣ ପ୍ରସ୍ତାବ ଆଣି ଶାସକ ଦଳ ସଦସ୍ୟ ପ୍ରମୋଦ ମଲ୍ଲିକ, ଭାଗିରଥୀ ସେଠୀ, ଶ୍ରୀକାନ୍ତ ସାହୁ, ରଘୁରାମ ପଡାଲ ଆଦିବାସୀ ଛାତ୍ରୀଛାତ୍ରଙ୍କ ଶିକ୍ଷା ଓ ବିକାଶ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ଛାତ୍ରୀମାନଙ୍କର ସୁରକ୍ଷା ପାଇଁ ସରକାର ବଦ୍ଧପରିକର ବୋଲି କହିଥିଲେ। ମୁଲତବୀ ପ୍ରସ୍ତାବ ଆଲୋଚନାର ଜବାବରେ ଅନୁସୂଚୀତ ଜାତି, ଜନଜାତି ଓ ପଛୁୂଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ଏସ୍‌ସି, ଏସ୍‌ଟିଙ୍କ ସାମୁହିକ ବିକାଶ ପାଇଁ ଶିକ୍ଷା ମୁଖ୍ୟ ମାଧ୍ୟମ। ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ୬ ଲକ୍ଷ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କୁ ୬୫୦୦ ହଷ୍ଟେଲରେ ରଖାଯାଇ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୩.୩୦ ଲକ୍ଷ ହେଉଛନ୍ତି ଛାତ୍ରୀ। ଛାତ୍ରୀଛାତ୍ରଙ୍କ ସୁରକ୍ଷା, ନିରାପତ୍ତା ଓ ସ୍ବାସ୍ଥ୍ୟ ପ୍ରତି ସରକାର ସଚେତନ ଥିବାରୁ ଏହାକୁ ଗୁରୁତ୍ୱ ଦେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସଓପି) ଅନୁସରଣ କରିବାକୁ ପ୍ରାଧନ ଶିକ୍ଷକ ଓ ମଙ୍ଗଳଅଧିକାରୀଙ୍କୁ ଅବଗତ କରାଯାଇଛି। ୩୦୦ ମାଟ୍ରନ ଛାତ୍ରୀ ନିବାସରେ ନିୟୋଜିତ କରାଯାଇଛି। ଏଏନ୍‌ଏମ୍‌ଙ୍କ ସହ ଯୋଗାଯୋଗ କରି ଛାତ୍ରୀମାନଙ୍କୁ ମାଟ୍ରନମାନେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେଉଛନ୍ତି। ରାଜ୍ୟ ସରକାର ୩୩୮ ଏଏନ୍‌ଏମ୍‌ ପଦବୀ ସୃଷ୍ଟି କରି ପ୍ରତି ୫/୬ଟି ସ୍କୁଲ ହଷ୍ଟେଲ ପାଇଁ ଜେଣ ଲେଖାଏ ଏଏନ୍‌ଏମ୍‌ଙ୍କୁ ନିୟୋଜିତ କରାଯାଇଛି। ଛାତ୍ରୀମାନଙ୍କ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟ ସ୍ତରରେ ଏକ ସ୍ବତନ୍ତ୍ର ସ୍କୁଲ ହଷ୍ଟେଲ ମନିଟରିଂ ୟୁନିଟ ରହିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ଆବାସିକ ବିଦ୍ୟାଳୟ ପରିସର ଉପରେ ନଜର ରଖିବାକୁ ୧୧୨୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?