ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ

ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏହାର କୌଣସି ପ୍ରଭାବ ପଡୁ ନ ଥିବା ଜଣାପଡ଼ିଛି। ରୋଗୀ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଅବହେଳା ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଦିନକୁ ଦିନ ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଏପରିକି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସଚିବ ବାରମ୍ବାର ଗସ୍ତରେ ଆସି ଅଧିକାରୀମାନଙ୍କୁ ତାଗିଦ ମଧ୍ୟ କରିଥିଲେ। ତଥାପି ସ୍ବାସ୍ଥ୍ୟାବସ୍ଥାର ଉନ୍ନତିର କୌଣସି ସୁଧାର ଆସିନାହିଁ।

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ଶତାଧିକ ରୋଗୀ ଆସିଥାଆନ୍ତି। କିନ୍ତୁ ଆରମ୍ଭରୁ ହିଁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସ୍ବାସ୍ଥ୍ୟ ପରୀକ୍ଷଣ ଲାଗି ଘଣ୍ଟା ଘଣ୍ଟା ଧରି ଟିକେଟ କାଉଣ୍ଟରରେ ଅପେକ୍ଷାଠାରୁ ଓପିଡିରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡ଼ୁଛି। ଟିକେଟ କାଉଣ୍ଟର ବୃଦ୍ଧି କରିବା, ଓପିଡିର ଆଶୁ ଚିକିତ୍ସା କେନ୍ଦ୍ର ୪ରୁ ୧୦ଶଯ୍ୟା ଲାଗି ଦାବି ସତ୍ତ୍ୱେ କାର୍ଯ୍ୟକାରୀ କରାଯାଉ ନାହିଁ। ଅନ୍ୟପଟେ ଡିଏଚ୍‌ଏଚ୍‌ରେ ହାଇ ଆଣ୍ଡ ପାଥୋଲାବ ବ୍ୟବସ୍ଥା ରହିିଛି। କିନ୍ତୁ ନିଦାନ ଲାଗି ଆସୁଥିବା ରୋଗୀ ରକ୍ତ ପରୀକ୍ଷା ଏବଂ ରିପୋର୍ଟ ନେବା ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ଅନେକ ସମୟରେ ନିଦାନ କେନ୍ଦ୍ରରେ କର୍ମଚାରୀ ଠିକ୍‌ ସମୟରେ ଆସୁ ନ ଥିବା ଅଭିଯୋଗ ହେଉଛି। ସେହିଭିଳି ନିୟମିତ ୱାର୍ଡ ଶୌଚାଳୟ ସଫେଇ ନ ହେଉଥିବାରୁ ଯିବାଆସିବାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ରୋଗୀଙ୍କ ଚିକିତ୍ସାରେ ଅବହେଳା ନେଇ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଫଟୋ, ଭିଡିଓ ଭାଇରାଲ ହେଉଛି। କିଛିଦିନ ତଳେ ମେଡିସିନ୍‌ ୱାର୍ଡରେ ଡ୍ୟୁଟି କର୍ମଚାରୀ ଅନୁପସ୍ଥିତ ଥିବା ଏବଂ ଡାକ୍ତରଙ୍କ ସିଟ୍‌ରେ ରୋଗୀ ବିଶ୍ରାମ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ମେଡିକାଲରେ ଲୋ-ଭୋଲଟେଜ, ପିଇବାପାଣି ସମସ୍ୟା, ନିରାମୟ କେନ୍ଦ୍ରରେ ସମସ୍ତ ଔଷଧ ନ ରହିବା ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ସାତମହଲା ବିଶିଷ୍ଟ ପ୍ରସୂତି ଓ ଶିଶୁ ଯତ୍ନ କେନ୍ଦ୍ରରେ ଥିବା ୨ଟି ଲିଫ୍ଟରୁ ଗୋଟିଏ ଲିଫ୍ଟ ଗତ ବାତ୍ୟା ଫନୀ ପରଠାରୁ ବନ୍ଦ ହୋଇପଡ଼ିଛି। ଲିଫ୍ଟ ଅଚଳ ଯୋଗୁ ସିଜରିଆନ ମହିଳା ଶିଡ଼ି ଚଢି ବହୁ କଷ୍ଟରେ ଯାତାୟାତ କରୁଛନ୍ତି। ଶବ ବ୍ୟବଚ୍ଛେଦ ଗୃହରେ ଥିବା ଫିଜର ୫ମାସ ହେଲା ଅଚଳ ହୋଇରହିଛି। ସେହିଭଳି ମେଡିକାଲରେ ପାର୍କିଂ ସୁବିଧା ନ ଥିବାରୁ ଓପିଡି ଆଗରେ ଶହ ଶହ ବାଇକ୍‌ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରହୁଛି। ଫଳରେ ରୋଗୀଙ୍କ ଯାତାୟାତରେ ଅସୁବିଧା ହେଉଛି। ଗତ ଶୁକ୍ରବାର ରୋଗୀ କଲ୍ୟାଣ ସମିତିରେ ମେଡିକାଲର ଭିତ୍ତିଭୂମି ପ୍ରତି ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତିବର୍ଷ ଆର୍‌କେଏସ ଓ ଜିକେଏସ୍‌ ବୈଠକ, ଆଲୋଚନା ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ଠିକ ରୂପେ ହୋଇ ନ ପାରିବାରୁ ସମସ୍ୟା ବଢ଼ି ବଢ଼ି ଯାଉଛି। ଏ ନେଇ ସିଡିଏମ୍‌ଓ ନୀଳକଣ୍ଠ ମିଶ୍ର କୁହନ୍ତି, ଆରକେଏସ୍‌ ବୈଠକରେ ମେଡିକାଲର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ପର୍ଯ୍ୟାୟକ୍ରମେ ସମସ୍ତ ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri