ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜରପଡ଼ା ଥାନା କତଡ଼ା ଗ୍ରାମର ଖଗେଶ୍ୱର ପ୍ରଧାନଙ୍କୁ ତାଙ୍କ ସ୍ତ୍ରୀ ସୁଲୋଚନା ପ୍ରଧାନ ପୁରୁଷ ଓ୍ବାର୍ଡରେ ଭର୍ତ୍ତି କରିଛନ୍ତି। ସୋମବାର ଖଗେଶ୍ୱରଙ୍କ ଛାତି ଏକ୍ସ-ରେ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମଙ୍ଗଳବାର ଦମ୍ପତି କାଜୁଆଲଟି ପାଖରେ ଥିବା ଏକ୍ସ-ରେ ଘରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ କାଜୁଆଲଟି ସମ୍ମୁଖରେ ଛିଡ଼ା ହୋଇଥିବା ଦଲାଲ ଜଣଙ୍କ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଓ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ ଦ୍ୱାରା ୩୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିବ ବୋଲି କହିଥିଲେ। ଏପରିକି ବୃଦ୍ଧାଙ୍କୁ ନେଇ ଡାକ୍ତରଖାନାର ବୀମା ଅଫିସକୁ ଯାଇଥିଲେ। ୫ ଶହ ଟଙ୍କା କାଗଜପତ୍ର ବାବଦକୁ ବୃଦ୍ଧାଙ୍କ ଠାରୁ ନେବା ପରେ ପୁଣି ସାଢ଼େ ୩ହଜାର ଟଙ୍କା ନେଇ ଆଉ ଫେରି ନ ଥିଲେ। ବୃଦ୍ଧା ଜଣଙ୍କ ଅପେକ୍ଷା କରି ଶେଷରେ ସନ୍ଧ୍ୟାରେ ମେଡିକାଲକୁ ଫେରି ସ୍ବାମୀଙ୍କ ଆଗରେ ଠକେଇ ସମ୍ପର୍କରେ କହିଥିଲେ। ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।
Posted inHome Middle, ଅନୁଗୋଳ View All
ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ
ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…
ଟ୍ରମ୍ପଙ୍କୁ ନିର୍ବାଚନୀ ଝଟ୍କା: ହାରୁ ହାରୁ ଇରାନୀ ତୈଳ ନେଟୱର୍କ ଉପରେ ନେଲେ ଆକ୍ସନ, ଭାରତୀୟ କମ୍ପାନୀକୁ କଲେ ବ୍ୟାନ୍
ଓ଼୍ବାଶିଂଟନ,୫।୧୧: ଆମେରିକା ଇରାନ ବିରୋଧରେ ପୁଣି ଥରେ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଛି। ଏଥର ସେମାନଙ୍କର ତୈଳ ନେଟୱର୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭାରତରେ ଅବସ୍ଥିତ…
ଡେମୋକ୍ରାଟ୍ଙ୍କ ବିଜୟ, ଟ୍ରମ୍ପ୍ ପ୍ରତ୍ୟାଖ୍ୟାତ
ୱାଶିଂଟନ, ୫ା୧୧ (ରଏଟର୍ସ/ଏପି): ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ୱାଚନର ଫଳାଫଳ ବୁଧବାର ପ୍ରାୟତଃ ଆସିଯାଇଥିବାବେଳେ ଦେଶର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି। ଆମେରିକୀୟ ଭୋଟର ମଙ୍ଗଳବାର ଅନୁଷ୍ଠିତ ଏହି…
ଟ୍ରମ୍ପଙ୍କ ପରାଜୟରେ ଭାରତରେ ବଡ଼ ପ୍ରଭାବ: ପେଟ୍ରୋଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?
ନୂଆଦିଲ୍ଲୀ,୪।୧୧: ସୁପରପାୱାର ଆମେରିକାର ରାଜନୀତିରେ ଏକ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଆମେରିକୀୟ (ମଧ୍ୟବର୍ତ୍ତୀକାଳୀନ) ନିର୍ୱାଚନର ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…
ଅଗ୍ନିବୀରଙ୍କ ପାଇଁ ଖୁସିଖବର: ୪ ବର୍ଷ ପରେ ମଧ୍ୟ ସେନାରେ ରହିବେ ଯବାନ
ନୂଆଦିଲ୍ଲୀ,୪।୧୧: ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ 2022 ମସିହାରେ ଆରମ୍ଭ କରାଯାଇଥିବା ‘ଅଗ୍ନିପଥ ଯୋଜନା’ରେ ବଡ଼ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ଚାରି…
କୋଟିଆ ଓ ମହାନଦୀ
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ବହୁ ପୁରୁଣା। ଏହାର ୨୮ ଗାଁ ମଧ୍ୟରୁ ୨୧ଟି ଗ୍ରାମକୁ ନେଇ ଓଡ଼ିଶା ଏବଂ…
୯ରେ ରାଜ୍ୟ କ୍ୟାବିନେଟ୍: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…
ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟସ୍ ଜିତିଲା ଭାରତ, ଦେଖନ୍ତୁ ୨ ଦଳର ପ୍ଲେଇଙ୍ଗ୍ ୧୧
ନୂଆଦିଲ୍ଲୀ, ୪।୧୧: ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅକ୍ଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ତେବେ ଭାରତର ଅଧିନାୟକ ଶୁଭମନ ଗିଲ ଟସ୍ ଜିତି ପ୍ରଥମେ…

