ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୪ ପୂର୍ବତନ ଆଇଏଏସ୍‌, ଆଇଏଫଏସ୍‌ ଅଧିକାର

ଭୁବନେଶ୍ୱର, ୧୧ା୨(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। କେନ୍ଦ୍ରାପଡ଼ାରେ ରଞ୍ଜନ ଦାସ ଓ କନ୍ଧମାଳ ଜିଲାରେ ଅଭିମନ୍ୟୁ ପଣ୍ଡା ଆରଟିଆଇ ତଥ୍ୟ ମାଧ୍ୟମରେ ସତ୍ୟ ସାମ୍ନାକୁ ଆଣିବା ପରେ ସେମାନଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନେବା ସହ ରାଜ୍ୟରେ ସୂଚନା ଓ ମାନବ ଅଧିକାର କର୍ମୀମାନଙ୍କ ସୁରକ୍ଷା ନିମନ୍ତେ ନୂତନ ଆଇନ ପ୍ରଣୟନ କରିବା ଅତ୍ୟାବଶ୍ୟକ ହୋଇପଡିଛି। ଦାୟିତ୍ୱବାନ ନାଗରିକ ହିସାବରେ ଅବସରପ୍ରାପ୍ତ ଆଇଏଏସ୍‌, ଆଇଏଫ୍‌ଏସ୍‌ ଅଫିସରଙ୍କ ସମେତ ୧୪ ଜଣ ବରିଷ୍ଠ ଅଧିକାରୀ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନକରିଛନ୍ତି।
ଅବସରପ୍ରାପ୍ତ ଅଧିକାରୀଙ୍କ ଅଭିଯୋଗ ମୁତାବକ, ଭାରତୀୟ ସମ୍ବିଧାନ ଧାରା ୧୯ରୁ ଆରଟିଆଇର ଉପତ୍ତ୍ତି ହୋଇଛି। ସମ୍ବିଧାନର ଧାରା ୨୧ (ବଞ୍ଚତ୍ବାର ଅଧିକାର) ଓ ଧାରା ୧୪(ସମାନତା ଅଧିକାର)କୁ ସୁରକ୍ଷା ଦେବାରେ ଆରଟିଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହାକି ସମାଜରେ ଜନସାଧାରଣଙ୍କୁ ସମାନ ଅଧିକାରରେ ବଞ୍ଚତ୍ବାକୁ ସକ୍ଷମ କରୁଛି। ଆରଟିଆଇ ଦ୍ୱାରା ବିଭିନ୍ନ ପଦପଦବୀର ଅପବ୍ୟବହାର ଏବଂ ଦୁର୍ନୀତି ଉପରେ ରୋକ ଲଗାଯିବା ସମ୍ଭବପର ହୋଇପାରିଛି। ମାତ୍ର ଗତ ଜାନୁୟାରୀ ୩୧ରେ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କୁ ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ରଞ୍ଜନ ବାଲିମାଫିଆଙ୍କଠାରୁ ଆରମ୍ଭ କରି ଭିତରକନିକା ଉନ୍ନତୀକରଣ ବେଳେ ସରକାରୀ ବାବୁ ଏବଂ ଠିକାଦାରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ନେଇ ଅର୍ଥ ବାଟମାରଣା ସମ୍ପର୍କରେ ଅନେକ ତଥ୍ୟ ଆରଟିଆଇ ଦ୍ୱାରା ଲୋକଲୋଚନକୁ ଆଣିଥିଲେ। ତେଣୁ ତାଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରାଗଲା। ସେହିପରି କନ୍ଧମାଳ ଜିଲାର ଅଭିମନ୍ୟୁ ପଣ୍ଡାଙ୍କୁ ଗତ ଡିସେମ୍ବରରେ ହତ୍ୟା କରାଯିବା ପରେ ମାନବାଧିକାର କର୍ମୀଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟାୟ ବିରୋଧରେ ସ୍ବର ଉଠାଉଥିବା ବ୍ୟକ୍ତିଙ୍କୁ ହତ୍ୟା କରାଯିବା ସମାଜ ପାଇଁ ଅନ୍ୟନ୍ତ ନିନ୍ଦନୀୟ ଘଟଣା । ତେଣୁ ରାଜ୍ୟ ସରକାର ଏ ଦିଗରେ ଅବହେଳା ପ୍ରଦର୍ଶନ ନ କରି ହ୍ୟୁସିଇଲବ୍ଲୋୟର ପ୍ରୋଟେକ୍ସନ୍ସ ଆକ୍ଟ ରାଜ୍ୟରେ ଅନୁମୋଦନ କରି ତୁରନ୍ତ ଲାଗୁ କରନ୍ତୁ। ଏହାସହ ନିହତ ମାନବାଧିକାର କର୍ମୀଙ୍କ ପରିବାରକୁ ସୁରକ୍ଷା ଓ ସହାୟତା, କାର୍ଯ୍ୟରତ ମାନବାଧିକାର କର୍ମୀଙ୍କୁ ସୁରକ୍ଷା ସହ ସୂଚନା ପ୍ରାପ୍ତ ନେଇ ବିଭିନ୍ନ ବିଭାଗର ସହଯୋଗ ଯୋଗାଇଦେବାକୁ ନିବେଦନ କରାଯାଇଛି। ଏଥିସହ ଏନ୍‌ଜିଏନ୍‌ଆର୍‌ଇଜିଏସ୍‌ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଜାରି କରିଥିବା ତଦନ୍ତ ପଦ୍ଧତିକୁ ସବୁ ବିଭାଗରେ ଲାଗୁ କରିବାକୁ ନେପାଳ ପୂର୍ବତନ ରାଷ୍ଟ୍ରଦୂତ ଦେବ ମୁଖାର୍ଜୀ, ରାଜ୍ୟ ସରକାରଙ୍କ ପୂର୍ବତନ ସଚିବ ଅରବିନ୍ଦ ବେହେରା, ପର୍ତ୍ତୃଗାଲ ପୂର୍ବତନ ରାଷ୍ଟ୍ରଦୂତ ମଧୁ ଭାଦୁରୀ, ମହାରାଷ୍ଟ୍ର ସରକାରଙ୍କ ପୂର୍ବତନ ସଚିବ ସୁନ୍ଦର ବୁରା, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ମାନବାଧିକାର କର୍ମୀ ହର୍ଷ ମନ୍ଦେର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଚିଠି ଲେଖି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri