Posted inଖେଳ

ମୁକ୍ତିଙ୍କ କ୍ଲିନିକ୍‌ରେ ସର୍ଦ୍ଦାର, ଧରମବୀର

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- କେବଳ ଓଡ଼ିଶାର ନୁହେଁ, ଭାରତର ଅନ୍ୟତମ ପ୍ରତିଷ୍ଠିତ ଫିଜିଓ ମୁକ୍ତି ପ୍ରସାଦ ଦାଶଙ୍କ ପାଇଁ ବୁଧବାର ସନ୍ଧ୍ୟା ଆଣିଥିଲା ସ୍ମରଣୀୟ ମୁହୂର୍ତ୍ତ। ସହିଦ ନଗରସ୍ଥିତ ତାଙ୍କ ଗ୍ଲୋବାଲ ଫିଜିଓ ସେଲ୍‌ରେ ପହଞ୍ଚତ୍ଥିଲେ ଭାରତୀୟ ହକି ଦଳର ଦୁଇ ତାରକା ଖେଳାଳି ସର୍ଦ୍ଦାର ସିଂ ଓ ଧରମବୀର ସିଂ। ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଉଭୟ ଖେଳାଳି ଓଡ଼ିଶା ଭୁବନେଶ୍ୱର ଆସିଛନ୍ତି। ସର୍ଦ୍ଦାର ହରିୟାଣା ଓ ଧରମବୀର ପଞ୍ଜାବ ପୋଲିସ ପକ୍ଷରୁ ଟୁର୍ନାମେଣ୍ଟରେ ପ୍ରତିନିଧିତ୍ୱ କରୁଛନ୍ତି। ଆହତ ଜନିତ ସମସ୍ୟାର କିଛି ପରାମର୍ଶ ନେବାପାଇଁ ଏବଂ ବ୍ୟକ୍ତିଗତ ସାକ୍ଷାତପାଇଁ ଉଭୟ ଖେଳାଳି ମୁକ୍ତିଙ୍କ କ୍ଲିନିକ୍‌ରେ ପହଞ୍ଚତ୍ଥିବା ଜଣାଯାଇଛି। ଏହା ମୁକ୍ତିଙ୍କୁ ବେଶ୍‌ ଉଲ୍ଲସିତ କରିଥିଲା। ସେତେବେଳେ କ୍ଲିନିକ୍‌ରେ ଉପସ୍ଥିତ ଥିବା ଓଡ଼ିଶାର ଅନ୍ତର୍ଜାତୀୟ ମହିଳା କ୍ରିକେଟର ରଶନାରା ପରବିନ ଓ ଚିକିତ୍ସାଧିନଥିବା ଅନ୍ୟ ବ୍ୟକ୍ତିମାନେ ଏହି ଦୁଇ ତାରକା ଖେଳାଳିଙ୍କ ଉପସ୍ଥିତିରେ ନିଆରା ଅନୁଭୂତି ଲାଭ କରିଥିଲେ। ଏହି ଅବସରରେ ମୁକ୍ତିଙ୍କ କ୍ଲିନିକ୍‌ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ସର୍ଦ୍ଦାର ଓ ଧରମବୀରଙ୍କ ସହ ଫଟୋ ଉଠାଇବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ। ମୁକ୍ତିପ୍ରସାଦ ଭାରତୀୟ ଜୁନିୟର ହକି ଦଳର ଫିଜିଓ ଥିବାବେଳେ ଧରମବୀର ଖେଳୁଥିଲେ। ତେଣୁ ଅତୀତର ସ୍ମୃତି ଧରମବୀରଙ୍କୁ ମୁକ୍ତିଙ୍କ କ୍ଲିନିକ୍‌ ପର୍ଯ୍ୟନ୍ତ ଟାଣି ଆଣିଥିଲା। ”କିମ୍ବଦନ୍ତୀ ହକି ଖେଳାଳି ସର୍ଦ୍ଦାର ଆହତ ଜନିତ ସମସ୍ୟା ସମ୍ପର୍କିତ କେତେକ ପରାମର୍ଶ ନେବାକୁ ମୋ ନିକଟକୁ ଆସିଥିଲେ। ଧରମବୀର କିନ୍ତୁ କେବଳ ସାକ୍ଷାତ ପାଇଁ କ୍ଲିନିକ୍‌ରେ ପହଞ୍ଚତ୍ଥିଲେ। ରଶନାରା ସେହି ସମୟରେ କ୍ଲିନିକ୍‌ରେ ଥିଲେ। ତେଣୁ ଏକାବେଳେ ୩ ଜଣଯାକ ଅନ୍ତର୍ଜାତୀୟ ଖେଳାଳିଙ୍କ ଉପସ୍ଥିତି ମୋତେ ବେଶ୍‌ ଉତ୍ସାହିତ କରିଥିଲା। ମୁଁ ଦୁଇ ହକି ତାରକାଙ୍କୁ ଭୁବନେଶ୍ୱରକୁ ସ୍ବାଗତ କରିଥିଲି। ସେମାନଙ୍କ ଉପସ୍ଥିତି ମୋ ପାଇଁ ଅନନ୍ୟ ଅନୁଭୂତି ଥିଲା“ ବୋଲି ମୁକ୍ତି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri