Posted inଖେଳ

ମିଶନ୍‌ ଟି୨୦

ଦକ୍ଷିଣ ଆଫ୍ରିକା ସହିତ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ସୁପର ଶୋ ଅବ୍ୟାହତ ରହିଛି। ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ର ବିଶାଳ ବ୍ୟବଧାନରେ ଜିତିବାରେ ଉଭୟ ଅଭିଜ୍ଞ ଏବଂ ନୂତନ ଖେଳାଳିମାନଙ୍କ ସଫଳତା ଏପରି ଏକ ଚିତ୍ତାକର୍ଷକ ବିଜୟ ଆଣିଦେଇଛି। ଯେଉଁଥିରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସଫଳ ଟେଷ୍ଟ ପ୍ରତ୍ୟାବର୍ତ୍ତନ ସାମିଲ ରହିଛି। କର୍ନାଟକର ରଣଜୀ ଓପନର୍‌ ମୟଙ୍କ ଅଗ୍ରୱାଲଙ୍କ ପ୍ରଥମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ ମଧ୍ୟ ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ନାଲିବଲ୍‌ରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଉଭୟ ଇନିଂସ୍‌ରେ ଶତକ ଐତିହାସିକ ଥିଲା। ରବୀନ୍ଦ୍ର ଜାଡେଜାଙ୍କ ଉପଯୁକ୍ତ ସମୟରେ ବ୍ରେକ୍‌ ଥ୍ରୁ ବୋଲର ରୂପେ ଶ୍ରେଷ୍ଠ ପ୍ରଦର୍ଶନ ଏବଂ ଗୋଟିଏ ଟେଷ୍ଟ ମ୍ୟାଚରେ ଉଭୟ ଟିମ୍‌ ପକ୍ଷରୁ ୫ଟି ଶତକ, କେତେଗୁଡିଏ ଦର୍ଶନୀୟ କ୍ୟାଚ୍‌ ସହିତ ଟିମ୍‌ ଇଣ୍ଡିଆ ୧୬୦ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ୧ନଂ ସ୍ଥାନ ହାସଲ କରିଛି। ଟେଷ୍ଟ ସଫଳତା ସହ ଭାରତ ମିଶନ ଟି୨୦ ବିଶ୍ୱକପ୍‌ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।
କ୍ୱଲିଫାଏ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ବାଂଲାଦେଶ ଅନ୍ୟ ଟିମ୍‌ଗୁଡ଼ିକ ସହ ଅବତୀର୍ଣ୍ଣ ହେବେ। ଏହାପରେ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡିକ ନେଇ ସ୍ଥିତି ସ୍ପଷ୍ଟ ହେବ। ଟିମ୍‌ ଇଣ୍ଡିଆ ତା’ର ବିଶ୍ୱକପ୍‌ ମିଶନ ୨୦୨୦ ସାଉଥ୍‌ ଆଫ୍ରିକା ସହିତ ୩ଟି ଟି୨୦ ମ୍ୟାଚ୍‌ରୁ ଆରମ୍ଭ କରିଛି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି୨୦ ବିଶ୍ୱକପ୍‌। ଏଥିପାଇଁ ଟିମ୍‌ ଇଣ୍ଡିଆ ତା’ର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଖେଳିବାକୁ ଥିବା ମ୍ୟାଚ୍‌ଗୁଡିକ ମଧ୍ୟରେ ଟି୨୦ ଫର୍ମାଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଧଳା ବଲରେ ଅଷ୍ଟ୍ରେଲିଆ ପରିବେଶରେ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍‌ ପାଇଁ ଅନେକ ନୂଆ ମୁହଁକୁ ଟିମ୍‌ ଇଣ୍ଡିଆ ଏବେଠାରୁ ସୁଯୋଗ ଦେବାକୁ ଆରମ୍ଭ କରିଛି। ଟି୨୦ ବିଶ୍ୱକପ୍‌ର ଏହି ୭ମ ସଂସ୍କରଣ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବଂ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ପରିଚାଳିତ ହେବ। ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହୋଇ ୧୫ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ମେଗା ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଭାଗନେବାକୁ ଥିବା ବେଳେ ମୋଟ ୪୫ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ୨୦୧୬ରେ ଖେଳାଯାଇଥିବା ଟି୨୦ ବିଶ୍ୱକପର ୬ଷ୍ଠ ସଂସ୍କରଣ ଭାରତରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୱେଷ୍ଟଇଣ୍ଡିଜ ତା’ର ୨ୟ ଟାଇଟଲ ହାସଲ କରିଥିଲା। ଫାଇନାଲରେ ପରାସ୍ତ ହୋଇଥିବା ଇଂଲଣ୍ଡକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିଛି ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ୧-୧ରେ ସମାପ୍ତ ହୋଇଥିବା ବେଳେ ଗୋଟିଏ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ଭାରତ ଅଳ୍ପକେ ଆଉ ଏକ ଟି୨୦ ସିରିଜ ବିଜୟକୁ ସହଜରେ ହାତଛଡା କରିଛି। ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଏବେ ଯୁବ ଖେଳାଳିମାନଙ୍କୁ ଦଳରେ ପ୍ରାଧାନ୍ୟ ଦେବାକୁ ଆରମ୍ଭ କରିଛନ୍ତି। ଭାରତ ଏହି ପ୍ରସ୍ତୁତି ପ୍ରକ୍ରିୟା ୨୦୧୯ ଆଇସିସି ବିଶ୍ୱକପ୍‌ ପରେ ୱେଷ୍ଟଇଣ୍ଡିଜ୍‌ ଗସ୍ତରୁ ଆରମ୍ଭ କରିଛି। ଦଳରେ ଏବେ କେତେକ ଯୁବ ଖେଳାଳି ସ୍ଥାନ ନେଇ ସାରିଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କୁ ମଝିରେ ବ୍ରେକ୍‌ ଦେଇ ସେମାନଙ୍କର ଦକ୍ଷତା ପରଖିନେବାର ସମୟ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ଆସନ୍ତାବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏକଦିବସୀୟ ବିଶ୍ୱକପ୍‌କୁ ନେଇ ଅନେକ ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପରାସ୍ତ ହେବା ସବୁଠାରୁ ଦୁଃଖଦ ଘଟଣା ଥିଲା। କାରଣ ପ୍ରଥମରୁ ଭାରତ ବିଶ୍ୱକପ୍‌ ପାଇଁ ଦୃଢ ଦାବିଦାର ରହିଥିଲା। କେତେଗୁଡିଏ ଭଲ ନିଷ୍ପତ୍ତି ଯୋଗୁଁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡିଲା। ଏକଥା ବିରାଟ କୋହଲିଙ୍କ ମନରୁ ଏପର୍ଯ୍ୟନ୍ତ ପାସୋରି ହୋଇ ନ ଥିବ।
ଚଳିତ ସାଉଥ ଆଫ୍ରିକା ଟି୨୦ ସିରିଜରେ ତା’ର ଫଳାଫଳ ଦେଖିବାକୁ ମିଳିଛି। ଏକ ନିଶ୍ଚିତ ସିରିଜ ବିଜୟକୁ ପୁଣି ହାତଛଡା କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ବାତିଲ ହେବା ପରେ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇ ଉପଯୁକ୍ତ ଗେମ୍‌ପ୍ଲାନ ଅଭାବରୁ ତୃତୀୟ ମ୍ୟାଚ୍‌ ହାତଛଡା କରିବା ଟିମ୍‌ ଇଣ୍ଡିଆର ଦୁର୍ବଳତାକୁ ପଦାରେ ପକାଇଛି। ତେଣୁ ଟିମ୍‌ର ଶ୍ରେଷ୍ଠ ଖେଳାଳିମାନଙ୍କୁ କ୍ରମାଗତ ଭାବେ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି। ଘରୋଇ ସର୍କିଟରେ ପର୍ଯ୍ୟାପ୍ତ ପରିମାଣର ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଫଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମୟ ଆସି ଉପନୀତ ହୋଇଛି।
ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ହାର୍ର୍ଦ୍ଦିିକ ପାଣ୍ଡ୍ୟା, ଲୋକେଶ ରାହୁଲ୍‌ ଏବଂ ରବୀନ୍ଦ୍ର ଜାଡେଜା ଧଳା ବଲରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ଏବେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇ ସେମାନଙ୍କର ପ୍ରତିଭା ମାଧ୍ୟମରେ ଭାରତୀୟ ଦଳକୁ ଆଗକୁ ନେବାର ସମୟ ଆସିଛି। ସମସ୍ତ ଫର୍ମାଟରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦେବା ଫଳରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନରେ ବ୍ୟାହତ ହେଉଥିବା ବେଳେ ଅଧିକ ଚାପ ଦଳ ଉପରେ ପଡୁଛି। ଏହା ସତ୍ୟ ଯେ ବିରାଟ କୋହଲି ଜଣେ ସଫଳ ଏବଂ ବିଚକ୍ଷଣ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ ଦଳ କ୍ରମାଗତ ରୂପେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ତଥାପି ଅନ୍ୟ ଦେଶମାନଙ୍କ ପରି ଟି୨୦, ଏକଦିବସୀୟ ଏବଂ ଟେଷ୍ଟମ୍ୟାଚ୍‌ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ନିୟୋଜନ କଲେ ଭବିଷ୍ୟତ ପାଇଁ ଜଣେ ଦକ୍ଷ ଅଧିନାୟକ ଟିମ୍‌ ଇଣ୍ଡିଆ ପାଇଁ ତିଆରି ହୋଇପାରିବ କେତେକ ବିଚାର କରନ୍ତି। ଏଥିପାଇଁ ସୁନୀଲ ଗାଭାସ୍କର, ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକରଙ୍କ ପରି ମହାନ୍‌ ଖେଳାଳିମାନେ ସେମାନଙ୍କର ମତାମତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଖରେ ରଖି ସାରିଛନ୍ତି।
ଯଦିଓ ଦଳରେ ନବଦୀପ ସଇନି, ୱାଶିଂଟନ ସୁନ୍ଦର, ରିଷଭ ପନ୍ତ, ଦୀପକ ଚହର, କ୍ରୁନାଲ ପାଣ୍ଡ୍ୟା, ଶ୍ର୍ରେୟାସ ଆୟର, ଖଲିଲ ଅହମ୍ମଦଙ୍କ ପରି ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି। ତଥାପି ସେମାନଙ୍କୁ ସେମାନଙ୍କର ପ୍ରଦର୍ଶନରେ ସୁଧାର ଆଣିବା ଆବଶ୍ୟକ। ଏହି ଖେଳାଳିମାନଙ୍କୁ ଯଶପ୍ରୀତ ବୁମରାଙ୍କ ପରି ଚମକ ସୃଷ୍ଟି କରିବା ଆବଶ୍ୟକ। ଏହା ସତ୍ୟ ଯେ ସମୟ କ୍ରମେ ପରିପକ୍ୱତା ଦେଖାଇଥିବା ଭାରତୀୟ ପେସ ବୋଲରମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ଯୁବ ଖେଳାଳିମାନଙ୍କ ରୋଲ ମଡେଲ ହୋଇପାରିଛନ୍ତି। ଏମାନଙ୍କ ଉପସ୍ଥିତିରେ ଭାରତୀୟ ପେସ୍‌ ବୋଲିଂ ବେଶ୍‌ ଶାଣିତ ହୋଇଛି। ସେହିପରି ରାହୁଲ ଚହର, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ପରି ସ୍ପିନରମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାକୁ ସକ୍ଷମ ହୋଇଛନ୍ତି। ତଥାପି ସେମାନଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ବ୍ୟାଟିଂ ବିଭାଗରେ ମଧ୍ୟ କେତେକ ନୂଆ ମୁହଁ ଦେଖିବାକୁ ମିଳିଛି। ନିଜକୁ ଟିମ୍‌ ଇଣ୍ଡିଆର ଜଣେ ବିଶ୍ୱସ୍ତ ବ୍ୟାଟସମ୍ୟାନ ରୂପେ ପ୍ରମାଣିତ କରିବା ପାଇଁ ସେମାନେ ସ୍ବାଧୀନ ଭାବେ ଖେଳିବା ଆବଶ୍ୟକ କରୁଛନ୍ତି। ଶ୍ରେୟାସ ଆୟର ଟି୨୦ ମ୍ୟାଚରେ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ରିଷଭ ପନ୍ତଙ୍କୁ ନେଇ ଚର୍ଚ୍ଚା ଅବ୍ୟାହତ ରହିଛି। ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ଜଣେ ଦକ୍ଷ ଏବଂ ଯୁବ ଆକ୍ରମଣାମତ୍କ ଉଇକେଟକିପର ରୂପେ ଦଳରେ ତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ନିଜକୁ ଠିକ୍‌ ରୂପେ ପ୍ରମାଣିତ କରି ପାରିନାହାନ୍ତି। ସେ ତାଙ୍କର ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବା ଆବଶ୍ୟକ। ସେହିପରି ଲୋକେଶ ରାହୁଲ ମଧ୍ୟ ରୋହିତ ଶର୍ମା ଓ ଶିଖର ଧାୱନଙ୍କ ପରେ ଓପନ୍‌ର ଭୂମିକା ତୁଲାଇବାକୁ ସକ୍ଷମ। କାରଣ ହ୍ବାଇଟ ବଲ୍‌ ଖେଳର ସେ ଜଣେ ଶ୍ରେଷ୍ଠ ଓପନର। ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଜଣେ ଶ୍ରେଷ୍ଠ ଉପଯୋଗୀ ଅଲରାଉଣ୍ଡର ଭାବେ ନିଶ୍ଚିତ ରହିବେ।
ଦକ୍ଷିଣ ଆଫ୍ରିକା ଦଳ ଏବେ ଭାରତ ଗସ୍ତରେ ରହିଛି। ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ରହିଥିବା ବେଳେ ଦଳରେ ଏକାଧିକ ଯୁବ ଖେଳାଳି ରହିଛନ୍ତି। କିଛି ବର୍ଷ ପୂର୍ବେ ଦଳରେ ଥିବା ସମସ୍ତ ଦକ୍ଷ ଖେଳାଳି ବିଭିନ୍ନ ଫର୍ମାଟରୁ ଅବ୍ୟାହତି ନେଇ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇଛନ୍ତି। ବିଶ୍ୱ କ୍ରିକେଟ୍‌ରେ ଅନେକ ଦଳ ମଧ୍ୟରେ ଏପରି ପରିବର୍ତ୍ତନ ଦେଖାଦେଇଛି। ଆଗାମୀ ଅଷ୍ଟ୍ରେଲିଆ ସିରିଜକୁ ଆଖି ଆଗରେ ରଖି ଦଳକୁ ଏବେଠାରୁ ପ୍ରସ୍ତୁତ କରିବାକୁ ହେବ। ଏବେଠାରୁ ଟିମ୍‌ ମ୍ୟାନେଜମେଣ୍ଟ ନାଲିବଲ ଏବଂ ଧଳା ବଲ୍‌ ଫର୍ମାଟ ପାଇଁ ସ୍ବତନ୍ତ୍ର ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଲେ ଦଳ ଆଗାମୀ ଟେଷ୍ଟ, ଏକଦିବସୀୟ ଏବଂ ଟି୨୦ ବିଶ୍ୱକପ୍‌ ପାଇଁ ଏକ ସନ୍ତୁଳିତ ଦଳ ଗଠନ କରିବା ସହିତ ମିଶନ୍‌ ୨୦୨୦ ପାଇଁ ପ୍ରସ୍ତୁତ କରିବା ସହିତ ଦୃଢ ଦାବିଦାର ରୂପେ ନିଜକୁ ପ୍ରମାଣିତ କରିବ।
ଟି୨୦ ବିଶ୍ୱକପ୍‌ ପାଇଁ ଆଇସିସିର ପୂର୍ଣ୍ଣ ସଦସ୍ୟତା ହାସଲ କରିଥିବା ୯ଟି ଦେଶ ସହିତ ଆୟୋଜକ ଅଷ୍ଟ୍ରେଲିଆ ଖେଳିବ। ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ୧୨ ପାଇଁ କ୍ୱାଲିଫାଏ କରିନାହାନ୍ତି। ସମସ୍ତ ୪୫ଟି ମ୍ୟାଚ୍‌ ଆଡିଲେଡ୍‌, ଓଭାଲ, ବ୍ରିସ୍‌ବେନ, ଗିଲଙ୍ଗ, ହୋବାର୍ଟ, ମେଲବୋର୍ନ, ପର୍ଥ ଏବଂ ସିଡନୀରେ ଖେଳାଯିବାକୁ ଥିବା ବେଳେ ମେଲବୋର୍ନ ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଆଗାମୀ ନଭେମ୍ବର ମାସରେ ବାଂଲାଦେଶ ଏବଂ ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ୍‌ ସହିତ ଖେଳାଯିବାକୁ ଥିବା ୩ଟି ଲେଖାଏଁ ଟି୨୦ ମ୍ୟାଚ୍‌ ପାଇଁ ଏବେଠାରୁ ଉପଯୁକ୍ତ ପ୍ରସ୍ତୁତି ଏବଂ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେଇ ଆଗାମୀ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର କରିବା ଆବଶ୍ୟକ।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri