ମା’ ମାଟି – ମଣିଷ

ଶ୍ରୀମାନ୍‌ ସର୍ବଗିଳା

ଚାଳିଶି ବରଷ ପୂର୍ବରୁ ଚାଳିଆରେ ଥିବା ଆମ ଗ୍ରାମଦେବତୀ, ଏବେ ବି ସେଇଜାଗାରେ ସେମିତି ବସିଛନ୍ତି ଦେଖି ଲମ୍ବହେଇ ପ୍ରଣାମ କଲି ା ମା’ର ଧୈର୍ଯ୍ୟକୁ ଧନ୍ୟବାଦ ଦେଲି ା ଆମ୍ଭ ଭଳି ଯୋଗ୍ୟ ପୁତ୍ରଙ୍କର ଗ୍ରାମଦେବୀ ମା’ ପେଚାଚଢ଼େଇ ଭଳି ଜାକିଜୁକି ହୋଇ ନଈକୂଳର ବରଗଛ ମୂଳେ କୋଡ଼ିଏ ତିରିଶିଟା ଇଟା ଗଢ଼ା ଆସନରେ ସେବେ ବସିଥିଲେ ା ଏତେଦିନ ହେଲା ଖରା, ବର୍ଷା, ଶୀତ, କାକର, ଝଡ଼ ବତାସ ସହି ସେଇଠି ରହି ଗାଁକୁ ଏଯାଏ ଶୁଭଦୃଷ୍ଟିରେ ଅନେଇଛନ୍ତି ା ଧନ୍ୟ ଲୋ ମା’ ତୁ ! ତୋ’ରି ଗାଁର ସନ୍ତାନଗଣ ଛଣଛପର ଟିଣଛପର ଘରଭାଙ୍ଗି ଏକ ମହଲାରୁ ଚାରିମହଲା କୋଠା ତୋଳି, ବିଜୁଳି ଆଲୁଅ ଜାଳି, ତାଳପତ୍ର ବିଞ୍ଚଣା ପଙ୍ଖାରୁ ଏସି ଘରେ ରହିଲେଣି । ହେଲେ ତୁ କେବେ ଆପତ୍ତି ଅଭିଯୋଗ କରିନୁ କି ଫନୀ-ହୁଡୁହୁଡୁ ଭଳିଆ ମହାବାତ୍ୟାରେ ସମସ୍ତେ କୋଠାର ନିରାପଦ କୋଠରିରେ ରହିଲେ ବି ତୁ କୁଆଡ଼େ ନ ଯାଇ ସବୁ ଝଡ଼ପବନ ବର୍ଷା ମାଡ଼ ଖାଇ ସେଇଠି ବସିଛୁ ଯେ ବସିଛୁ ା
ମା’ଲୋ ! ଗାଁ ଲୋକଙ୍କ ପୁଅଝିଅ ବାହାଘର ହେଲେ ଲୁଗାକିଣା ତାଲିକା କଲାବେଳେ ଆଗେ ତୋ’କଥା ମନେପକେଇ ତୋ ପିନ୍ଧା ପାଇଁ ପୂରା ପାଞ୍ଚଟଙ୍କିଆ କରିଆ କନାଟେ ଲେଖନ୍ତି ା ତା’ ପରେ ଝିଅ ଜ୍ୱାଇଁଙ୍କ ବସ୍ତ୍ରଠୁ ଅନ୍ୟମାନଙ୍କ ଲୁଗାପଟା ପଚାଶ ହଜାରରୁ ଲାଖେ ଟଙ୍କିଆ ଶାଢ଼ି ସୁନାଗହଣା କିଣାଯାଏ ା ମା’ଲୋ ! ସେମିତି ଭୋଜିଭାତର ଚିଠା କଲାବେଳେ ତୋ ପାଇଁ ଭାବଭକତି ଉଛୁଳି ପଡ଼ିବାରୁ ତୋ ଲାଗି ଦଶଟଙ୍କିଆ ଉଖୁଡ଼ା ପାକେଟ୍‌ ଗୋଟେ, ଆନ୍ଧେରା କଦଳୀ ଯୋଡ଼େ କିଣା ସରିବା ପରେ ବାକି ପଚାଶ ଶହେ ପ୍ରକାର ଆଇଟମ୍‌ ପାଇଁ ମାଛ, ମାଂସଠୁ ଯାବତୀୟ ତେଲ ମସଲା ନାଲିପାଣିବୋତଲ ଇତ୍ୟାଦି ସରଞ୍ଜାମ ଆୟୋଜନ ହୁଏ ା ଦିନେ ଜଣେ ବନ୍ଧୁଙ୍କ ଝିଅ ବାହାଘର ସଉଦା କିଣା ବେଳେ ପଚାରୁ ପଚାରୁ ପଚାରିଦେଲି, ‘ତମ ପାଇଁ ଏତେ ସବୁ ଆୟୋଜନ, ମା’ଙ୍କ ପାଇଁ ଉଖୁଡ଼ା, କରିଆ ଦାନ ?’
ବନ୍ଧୁ ବୁଝେଇଦେଲେ ଏଗୁଡ଼ା ଗୋଟେ ବିଧି ା ସତରେ କ’ଣ ମା’ ଖାଏ ନା ପିନ୍ଧେ? ମୁଁ ମନେମନେ ଭାବୁଥିଲି ସତରେ ମା’ ଖାଏନି କି ପିନ୍ଧେନି ା ସବୁ ମିଛିମିଛିକା ା ସେମିତି ମା’ ବି ମିଛିମିଛିକା ଆମକୁ ବିପଦ ଆପଦରେ ରକ୍ଷା କରୁଥିବ ା ମା’ ଯେମିତି ଘରେ ଖାଇ ନ ଥିଲେ ବି ମିଛିମିଛିକା ଖାଇଛି କହି ସନ୍ତାନର ଇଜ୍ଜତ ରଖେ ା ଏ ଗ୍ରାମଦେବୀ ବି ସେମିତି ମିଛେଇ ା ତଥାପି ପ୍ରବଳ ଆବେଗରେ ପୁଅ ଝିଅଙ୍କ ବାଡୁଆଦୋଷ କଟିବାକୁ ସୁଖରେ ସଂସାର ଚଳିବାକୁ ଆଗ ତୋତେ ଗାଧୋଇ, ଶାଢ଼ି ସୁନା ତତେ ଦେଖେଇ ଦେଇ ବରକନିଆ ପିନ୍ଧି ସଜେଇ ହୋଇ ଚାଲିଯା’ନ୍ତି ା ତୁ’ ବି ପାଞ୍ଚଦଶଟଙ୍କିଆ ଦରବରେ ସନ୍ତୁଷ୍ଟ ହୋଇ ସୁଖ ସଂସାର ପାଇଁ ବର ଯାଚିଦଉ ା ଧନ୍ୟ ତୋ ମଙ୍ଗଳମୟୀ ରୂପ ା
ମା’ ! ତୁ ତ ଗ୍ରାମଦେବତୀ ା ଘରେ ଜନମକଲା ମା’ ବାପ ବି ତୋରି ଦଶା ଭୋଗୁଛନ୍ତି ା ଯାହିତାହି ଗଣ୍ଡେ ଖୋଇଦେଇ, ଖଣ୍ଡେ ପିନ୍ଧେଇ କର୍ତ୍ତବ୍ୟ ସାରିଦିଅନ୍ତି ପିଲାଏ ା ତୁ ଯେମିତି କୋଉକାଳୁ ଗଛମୂଳେ ପଡ଼ିଛୁ ା ବୁଢ଼ାବୁଢ଼ୀ ବାପା ମା’ ବି ଘରେ ଅଲୋଡ଼ା ହୋଇ କୋଠାର ଶିଡ଼ିଘର ତଳେ ପଡ଼ି ଗଡୁଛନ୍ତି, ରଡୁଛନ୍ତି ା ତାଙ୍କ ସେବା ଯତ୍ନ ପାଇଁ କିଏ ବା ଆଖେଇଛନ୍ତି ?
ମା’ଲୋ ତତେ ଯେମିତି ପଚାଶ ଶହେ ଟଙ୍କିଆ ଦରବ ଭୋଗ ଯାଚି କେସ୍‌ ଫଇସଲା କି ପିଲାର ଚାକିରି ପ୍ରମୋଶନ, ଧନଲାଭ, ଭଲ ବେପାର ପାଇଁ ବାଧ୍ୟକରି ଖିରିପୁରି ଭୋଗ ଲଗାଯାଏ ଆଉ ମାନସିକ ପୂରଣ ନ ହେଲେ ମନଇଚ୍ଛା ଗାଳିଦିଅନ୍ତି, ଠିକ୍‌ ସେମିତି ଆଜିକାଲି ଅନେକ ଭେଣ୍ଡିଆ ପୁଅବୋହୂଙ୍କଠୁ ବୁଢ଼ାବୁଢ଼ୀ ବି ନିଇତି ଗାଳିଖାଆନ୍ତି । ତଥାପି ତୋ ଧୈର୍ଯ୍ୟକୁ ମାନିବାକୁ ପଡ଼ିବ ା ମା’ଲୋ ! ଯିଏ ଜନମକଲା ମା’ ବାପାଙ୍କୁ ହତାଦର କରି କଲବଲ କରନ୍ତି, ସିଏ ତତେ କେମିତିକା ଭକତିରେ ପୂଜା କରନ୍ତି ା ତୁ କ’ଣ ଜାଣିନୁ ? ଅଧିକାଂଶ ବିରାଟ କୋଠାର ବହୁ କୋଠରିରେ ରହୁଥିଲେ ବି ତତେ ବା ଅନ୍ୟ ଦେବଦେବୀଙ୍କଠୁ କାନ୍ଥରେ ପିରକ କଣ୍ଟା ବାଡ଼େଇ ସେଇଥିରେ ଝୁଲେଇ ଧୂପ ବୁଲେଇକି କାମ ସାରନ୍ତି ତ କେହି କେହି କାନ୍ଥ ଖୋଳା ଠଣାରେ ଖୁନ୍ଦାଖୁନ୍ଦି କରି ରଖି ଟିକେ ଚିନି ଗୁଡ଼ ଭୋଗଲଗେଇ କେତେ କ’ଣ ମାଗିଯା’ନ୍ତି ା ତୁ ଦୟାମୟୀ କାହା କୋଳରେ ସନ୍ତାନ ଦେଉ ତ କାହାକୁ ଉଚ୍ଚ ଦରମାରେ ଚାକିରି ା କାହାକୁ ପରୀକ୍ଷାରେ ପାସ୍‌ କରାଉ ତ କାହାକୁ ବେପାରରେ ଲାଭ ପୁଣି କାହାର କୋର୍ଟ କଚେରି କେସ୍‌ରେ ଜିତାପଟ କରାଉ ା ତୁ ଦୟାକରି କାହା ଭଙ୍ଗା କୁଡ଼ିଆକୁ ଅଟ୍ଟାଳିକା ବନାଉ ା ଏମିତି କି ଡାକ୍ତର ବଇଦ ଭଲ କରିପାରୁ ନ ଥିବା ରୋଗକୁ ତୋ ପାଦୁକ ପାଣି ଛଡ଼ା ତୁଳସୀରେ ଆରୋଗ୍ୟ କରୁ ା ସବୁ କାମ ସରିଗଲା ପରେ ସବୁ ଶ୍ରେୟ ମଣିଷ ଆଡ଼କୁ ଯାଏ ା ତଥାପି ତୁ କିଛି କହୁନା ା ଯେମିତି ମା’ ବାପର ତ୍ୟାଗରେ ମଣିଷ ହେଲା ପରେ ପୁଅ ସବୁ ଭୁଲିଯାଏ ା
ମା’ଲୋ ! ତୁ ଯେମିତି ସବୁ ଯାତନା-ନିର୍ଯ୍ୟାତନା ସହି ପଡ଼ି ରହିଛୁ, ସେମିତି ଜନନୀଠୁ ମାଟିମା’ ଜନ୍ମଭୂମି ବି ସବୁ ସହୁଛି ା ମାଟି ମା’ ଜନ୍ମଭୂମି ଉପରେ ଯେତେ ଅତ୍ୟାଚାର ପ୍ରଦୂଷଣଠାରୁ ପଡ଼ୋଶୀ ରାଜ୍ୟ କି ରାଷ୍ଟ୍ରର ଘନଘନ ଆକ୍ରମଣ ପରେ ବି ତୋ ପିଲାଙ୍କର ପାଟି ଖୋଲୁନି କି ରକ୍ଷା କରିବାକୁ ଅସ୍ତ୍ର ଉଠୁନି ା
ଯେଉଁ ମଣିଷ ଆପଣା ପାଚେରି କାନ୍ଥରେ କିଏ ମୂତିଦେବ ବୋଲି ଦିଅଁ ଦେବତାଙ୍କ ଚିତ୍ର ଆଙ୍କେ, ଫଟୋ ମାରେ, ଆପଣା ବେପାର ଖ୍ୟାତି ବଢ଼ିବ ବୋଲି ଦେବମୂର୍ତ୍ତିଙ୍କି ହୋଟେଲ ଅଟ୍ଟାଳିକା ଆଗରେ ଦରୁଆନ୍‌ ପରି ଖରାବର୍ଷାରେ ଠିଆ କରାଏ, ଯେଉଁ ମଣିଷ ସାରା ବର୍ଷ ମଦ ନିଶାରେ ବୁଡ଼ି କେବଳ ମଦର୍ସ ଡେ, ଦିନଟିଏ ମାଆକୁ ମନେ ପକେଇ ତାକୁ ସଜେଇ ସୋସିଆଲ୍‌ ମିଡିଆରେ ଫଟୋ ଛାଡ଼ିଲା ପରେ ମା’କୁ ପୁଣି ଗାଁରେ ଛାଡ଼ି ସହରକୁ ଚାଲିଆସେ, ଯିଏ ମା’ ପେଟରୁ କନ୍ୟାଭ୍ରୂଣ ମାରି, କୁଆଁରୀ ଝିଅଙ୍କୁ ଅତ୍ୟାଚାର, ହତ୍ୟା କରିପାରେ, ଯୌତୁକ ଜୁଇରେ ନାରୀଙ୍କୁ ନିଯର୍‌ୟାତନା ଦେଇପାରେ ତ କାହାକୁ ଅତ୍ୟାଚାର କରି ଜିଅନ୍ତା ପୋଡ଼ିପାରେ, ସେଇ ମଣିଷ ‘ଜନନୀ-ଜନ୍ମଭୂମି-ଜଗତଜନନୀ’ଙ୍କର ମହତ୍ତ୍ୱ କେବେ ବୁଝିଲାଣି ନା ଆଗକୁ କେବେ ବୁଝିବ ? ଦେଖାଯାଉ ଆଗକୁ କ’ଣ ଘଟୁଛି ସମୟ କହିବ…ା

ଶ୍ରୀମାନ୍‌ ସର୍ବଗିଳା

-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri