ମା’, ପତ୍ନୀଙ୍କ ପ୍ରେରଣା ଆଗେଇ ନଉଛି: ଯାତ୍ରା ଜଗତର ବ୍ୟାଡ୍‌ ବୟ ଶୁଭ

‘ମୁଁ ଶୁଭଙ୍କର ସାମନ୍ତରାଏ! ମୋ ସହ ବନ୍ଧୁତା କଲେ ମୁଁ ଶୁଭଫଳ ଦିଏ। ଆଉ ବେଇମାନି କଲେ ଅଶୁଭ ଗ୍ରହ ସାଜି ବରବାଦ କରିଦିଏ। ବରବାଦ!’ ଚଳିତ ଯାତ୍ରା ଋତୁରେ ଲୋକପ୍ରିୟ ଯାତ୍ରାନୁଷ୍ଠାନ ‘ପାର୍ବତୀ ଗଣନାଟ୍ୟ’ର କ୍ୟାମ୍ପ୍‌ରେ ଶୁଭୁଛି ଏଭଳି ସଂଳାପ। ନାଟକଟି ହେଉଛି ଦୀପକ ଜେନାଙ୍କ ରଚିତ ତଥା ବିନୋଦ ରାଉତଙ୍କ ନିର୍ଦ୍ଦେଶିତ ‘ବାହା ହଉଥିଲୁ କାହିଁକି’। ଉପରୋକ୍ତ ଅଭିନୟରେ ଦର୍ଶକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଅଭିନେତା ହେଉଛନ୍ତି ଯାତ୍ରା ଜଗତର ଜଣେ ଜଣାଶୁଣା ଖଳ ଅଭିନେତା ଶୁଭ ଖୁଣ୍ଟିଆ। ଜଗତ୍‌ସିଂହପୁର ମଣିଜଙ୍ଗା ଗ୍ରାମର ଏହି କଳାକାର ଜଣକ ୨୦୧୦ରେ ଯୋଗଦିଅନ୍ତି ‘ଯାତ୍ରା ତ୍ରିରଙ୍ଗା’ରେ। ଆଗରୁ ତ ଡ୍ରାମା, ଯାତ୍ରା ପ୍ରତି ରୁଚି ଥିଲା। ଗଁାରେ ଯାତ୍ରା କରୁଥିଲେ। ତେବେ ‘ଯାତ୍ରା ତ୍ରିରଙ୍ଗା’ରୁ ହିଁ ଆରମ୍ଭ ହେଲା ତାଙ୍କର ପେସାଦାର କଳାକାର ଜୀବନ। ପ୍ରଥମ ନାଟକ ‘ରାତିର ରାଣୀ’। ଏଥିରେ ସେ ଜଣେ ଖଳ ପୋଲିସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଇତିମଧ୍ୟରେ ସେ ବହୁ ପ୍ରତିଷ୍ଠିତ ଯାତ୍ରାନୁଷ୍ଠାନରେ ଯୋଗଦେଇ ଅଭିନୟ କରିଛନ୍ତି ଏବଂ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଯାତ୍ରା ତ୍ରିରଙ୍ଗାରୁ ଆରମ୍ଭ କରି ‘ଶିବାନୀ’, ‘ପାର୍ବତୀ’ ଓ ‘ଗୌରୀ’ ଆଦି ଅନୁଷ୍ଠାନରେ ଅଭିନୟ କରି ସେ ଏବେ ଆସି ପୁଣି ପହଞ୍ଚତ୍ଛନ୍ତି ‘ପାର୍ବତୀ’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ରଙ୍ଗବତୀ ରୁଷିଛି’, ‘ସୁନାଝିଅ ଶିବାନୀ’, ‘ଭୁଲ୍‌ ବୁଝିବନି ରହିଲା ରାଣ’, ‘ହ୍ୟାଲୋ ମାଡାମ୍‌’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ସବୁ ଉପରବାଲାର ଖେଳ’, ‘ବାହା ହଉଥିଲୁ କାହିଁକି’, ‘ମୁଖା ମଣିଷ’, ‘ମୋତେ ବିଚାର ଦିଅ’, ‘ଅଲିଅଳି ଅଞ୍ଜଳି’। ତାଙ୍କ ମନ ପସନ୍ଦର ନାଟକ ହେଉଛି ‘ସ୍ବାମୀର ସିନ୍ଦୂର ସତ ଲାଗୁନି’। ଏଥିରେ ସେ ଅଭିନୟ କରିଥିବା ବବି ବାଉନ୍‌ସର ଭୂମିକାଟିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ ଆଉ ତାଙ୍କୁ ଢେର୍‌ ବାହାବାଃ ମିଳିଥିଲା। ବାପା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଥିଲେ ଜଣେ ସୌଖୀନ କଳାକାର। ତେଣୁ ଉତ୍ତରାଧିକାର ସୂତ୍ରରେ ତାଙ୍କୁ ଅଭିନୟ ମିଳିଥିଲା ବୋଲି କହନ୍ତି ଏହି ଅଭିନେତା। ଏଥିସହିତ ମା’ ସୁଖଲତା ଖୁଣ୍ଟିଆ ଓ ପତ୍ନୀ ବୈଶାଳୀ ଖୁଣ୍ଟିଆଙ୍କ ପ୍ରେରଣା ତାଙ୍କୁ ଆଗକୁ ଆଗେଇ ନଉଛି ବୋଲି ସେ ସ୍ବୀକାର କରନ୍ତି। ଦର୍ଶକମାନେ ଯାତ୍ରାକୁ ଭଲପାଆନ୍ତୁ। କଳାକାରଙ୍କୁ ଭଲପାଆନ୍ତୁ। ଫଳରେ ଆମେ ସେମାନଙ୍କୁ ନୂଆ ଢଙ୍ଗରେ ମନୋରଞ୍ଜନ କରିପାରିବୁ ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri