ମା’, ପତ୍ନୀଙ୍କ ପ୍ରେରଣା ଆଗେଇ ନଉଛି: ଯାତ୍ରା ଜଗତର ବ୍ୟାଡ୍‌ ବୟ ଶୁଭ

‘ମୁଁ ଶୁଭଙ୍କର ସାମନ୍ତରାଏ! ମୋ ସହ ବନ୍ଧୁତା କଲେ ମୁଁ ଶୁଭଫଳ ଦିଏ। ଆଉ ବେଇମାନି କଲେ ଅଶୁଭ ଗ୍ରହ ସାଜି ବରବାଦ କରିଦିଏ। ବରବାଦ!’ ଚଳିତ ଯାତ୍ରା ଋତୁରେ ଲୋକପ୍ରିୟ ଯାତ୍ରାନୁଷ୍ଠାନ ‘ପାର୍ବତୀ ଗଣନାଟ୍ୟ’ର କ୍ୟାମ୍ପ୍‌ରେ ଶୁଭୁଛି ଏଭଳି ସଂଳାପ। ନାଟକଟି ହେଉଛି ଦୀପକ ଜେନାଙ୍କ ରଚିତ ତଥା ବିନୋଦ ରାଉତଙ୍କ ନିର୍ଦ୍ଦେଶିତ ‘ବାହା ହଉଥିଲୁ କାହିଁକି’। ଉପରୋକ୍ତ ଅଭିନୟରେ ଦର୍ଶକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଅଭିନେତା ହେଉଛନ୍ତି ଯାତ୍ରା ଜଗତର ଜଣେ ଜଣାଶୁଣା ଖଳ ଅଭିନେତା ଶୁଭ ଖୁଣ୍ଟିଆ। ଜଗତ୍‌ସିଂହପୁର ମଣିଜଙ୍ଗା ଗ୍ରାମର ଏହି କଳାକାର ଜଣକ ୨୦୧୦ରେ ଯୋଗଦିଅନ୍ତି ‘ଯାତ୍ରା ତ୍ରିରଙ୍ଗା’ରେ। ଆଗରୁ ତ ଡ୍ରାମା, ଯାତ୍ରା ପ୍ରତି ରୁଚି ଥିଲା। ଗଁାରେ ଯାତ୍ରା କରୁଥିଲେ। ତେବେ ‘ଯାତ୍ରା ତ୍ରିରଙ୍ଗା’ରୁ ହିଁ ଆରମ୍ଭ ହେଲା ତାଙ୍କର ପେସାଦାର କଳାକାର ଜୀବନ। ପ୍ରଥମ ନାଟକ ‘ରାତିର ରାଣୀ’। ଏଥିରେ ସେ ଜଣେ ଖଳ ପୋଲିସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଇତିମଧ୍ୟରେ ସେ ବହୁ ପ୍ରତିଷ୍ଠିତ ଯାତ୍ରାନୁଷ୍ଠାନରେ ଯୋଗଦେଇ ଅଭିନୟ କରିଛନ୍ତି ଏବଂ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଯାତ୍ରା ତ୍ରିରଙ୍ଗାରୁ ଆରମ୍ଭ କରି ‘ଶିବାନୀ’, ‘ପାର୍ବତୀ’ ଓ ‘ଗୌରୀ’ ଆଦି ଅନୁଷ୍ଠାନରେ ଅଭିନୟ କରି ସେ ଏବେ ଆସି ପୁଣି ପହଞ୍ଚତ୍ଛନ୍ତି ‘ପାର୍ବତୀ’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ରଙ୍ଗବତୀ ରୁଷିଛି’, ‘ସୁନାଝିଅ ଶିବାନୀ’, ‘ଭୁଲ୍‌ ବୁଝିବନି ରହିଲା ରାଣ’, ‘ହ୍ୟାଲୋ ମାଡାମ୍‌’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ସବୁ ଉପରବାଲାର ଖେଳ’, ‘ବାହା ହଉଥିଲୁ କାହିଁକି’, ‘ମୁଖା ମଣିଷ’, ‘ମୋତେ ବିଚାର ଦିଅ’, ‘ଅଲିଅଳି ଅଞ୍ଜଳି’। ତାଙ୍କ ମନ ପସନ୍ଦର ନାଟକ ହେଉଛି ‘ସ୍ବାମୀର ସିନ୍ଦୂର ସତ ଲାଗୁନି’। ଏଥିରେ ସେ ଅଭିନୟ କରିଥିବା ବବି ବାଉନ୍‌ସର ଭୂମିକାଟିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ ଆଉ ତାଙ୍କୁ ଢେର୍‌ ବାହାବାଃ ମିଳିଥିଲା। ବାପା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଥିଲେ ଜଣେ ସୌଖୀନ କଳାକାର। ତେଣୁ ଉତ୍ତରାଧିକାର ସୂତ୍ରରେ ତାଙ୍କୁ ଅଭିନୟ ମିଳିଥିଲା ବୋଲି କହନ୍ତି ଏହି ଅଭିନେତା। ଏଥିସହିତ ମା’ ସୁଖଲତା ଖୁଣ୍ଟିଆ ଓ ପତ୍ନୀ ବୈଶାଳୀ ଖୁଣ୍ଟିଆଙ୍କ ପ୍ରେରଣା ତାଙ୍କୁ ଆଗକୁ ଆଗେଇ ନଉଛି ବୋଲି ସେ ସ୍ବୀକାର କରନ୍ତି। ଦର୍ଶକମାନେ ଯାତ୍ରାକୁ ଭଲପାଆନ୍ତୁ। କଳାକାରଙ୍କୁ ଭଲପାଆନ୍ତୁ। ଫଳରେ ଆମେ ସେମାନଙ୍କୁ ନୂଆ ଢଙ୍ଗରେ ମନୋରଞ୍ଜନ କରିପାରିବୁ ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri