ମା’ ଗୁଣେ ଝିଅ

ଡା. ଶୁଭଶ୍ରୀ ମିଶ୍ର

କୁହାଯାଏ- ଝିଅମାନେ ବାପାଙ୍କର ବେଶି ପ୍ରିୟ, ଆଉ ପୁଅମାନେ ମା’ଙ୍କର ବେଶି ପ୍ରିୟ। ଏହା ତ ନିଶ୍ଚିତ ଭାବରେ ଠିକ୍‌ କଥା। କିନ୍ତୁ ଏଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିରଖିବା ଉଚିତ, ଝିଅମାନେ ମା’ଙ୍କଠାରୁ ଅନେକ କଥା ଶିକ୍ଷା କରିଥାନ୍ତି। ଏହା ସେମାନଙ୍କର ଜନ୍ମଗତ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଶିଖାଇବା ପୂର୍ବରୁ ଝିଅମାନେ ମା’ମାନଙ୍କର ଅନେକ କଥାକୁ ନିଜ ଭିତରେ ଗ୍ରହଣ କରିନେଇଥାନ୍ତି। ବିଶେଷକରି, ନାରୀସୁଲଭ ଗୁଣଗୁଡ଼ିକୁ ସେମାନେ ସମସ୍ତଙ୍କ ଅଜାଣତରେ ତଥା ବିନା ଶିକ୍ଷାରେ ଗ୍ରହଣ କରିନେଇଥାନ୍ତି। ସେହିଭଳି ସନ୍ତାନର ଲାଳନପାଳନ ଗୁଣଟିକୁ ସେମାନେ କେବେ ବି ମା’ଙ୍କ ପାଖରେ ସୀମିତ ହୋଇ ରହିବାକୁ ଦିଅନ୍ତି ନାହିଁ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଝିଅଟିଏ ଯେତେବେଳେ ବୟସ ପ୍ରାପ୍ତ ହୋଇଯାଏ ସେତେବେଳେ ସେ ତା ମନକୁ ମନ ମା’ଙ୍କ ଠାରୁ ସବୁକଥା ଶିଖିବାକୁ ଆରମ୍ଭକରେ। ସେହିଭଳି ଅନେକ କିଛି ଗୁଣ ତା’ ନିଜ ଭିତରେ ଥାଏ, ଯାହା ବୟସର କ୍ରମାନ୍ବୟରେ ସେସବୁ ତା’ ନିକଟରେ ଆତ୍ମପ୍ରକାଶ କରେ। ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହେଉଛି ମାନବୀୟ ବ୍ୟବହାର (ବିଶେଷକରି ନାରୀଙ୍କ କ୍ଷେତ୍ରରେ)ର ଏକ ସିକ୍ରେଟ୍‌।
ନାରୀମାନଙ୍କୁ ସାଧାରଣତଃ ରହସ୍ୟମୟୀ ବୋଲି କୁହାଯାଇଥାଏ। କିନ୍ତୁ ବାସ୍ତବରେ ଠିକ୍‌ କି ଭୁଲ୍‌ ତାହା ଗବେଷଣାସାପେକ୍ଷ। ତେବେ ସେମାନଙ୍କ ଗୁଣାବଳୀରେ ଅନେକ ରହସ୍ୟ ଖୁନ୍ଦିରୁନ୍ଧି ହୋଇ ରହିଛି ବୋଲି ବହୁ ପ୍ରମାଣିତ। ଏହି ତଥ୍ୟକୁ ଆଧାର କରି ଆମେରିକାର ଓହାୟୋ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ଷ୍ଟେଟ୍‌ ୟୁନିଭର୍ସିଟିର ଏକ୍ସପର୍ଟମାନେ ଏହି ଗବେଷଣାକୁ ଫଳପ୍ରଦ କରିବା ପାଇଁ ଦୁଇ ଜେନେରେଶନର ମହିଳାଙ୍କୁ ସାମିଲ କରିଥିଲେ। ଏହାବ୍ୟତୀତ ସେହି ମହିଳାମାନଙ୍କର ବିଭିନ୍ନ ବୟସର ପିଲା, ବିଶେଷକରି ଝିଅମାନଙ୍କୁ ସାମିଲ କରିଥିଲେ। ଏକାଧିକ ବର୍ଷଧରି ଗବେଷଣା କରାଯାଇଥିଲା। ଦେଖାଯାଇଥିଲା ଯେ, ଝିଅମାନେ ସିଧାସଳଖ ମା’ଙ୍କର ଗୁଣାବଳୀକୁ ଗ୍ରହଣ କରି ନେଉଛନ୍ତି, ଯାହା ପୁଅମାନଙ୍କ କ୍ଷେତ୍ରରେ ହେଉନାହିଁ। ସେହିଭଳି ଗବେଷକମାନେ ମା’ମାନଙ୍କୁ ଅନେକ କାମ କରାଇଥିଲେ ଆଉ ଝିଅମାନଙ୍କ କ୍ଷେତ୍ରରେ ତାହାର କିଭଳି ପ୍ରଭାବ ପଡ଼ୁଛି, ସେକଥା ଦେଖିବାର ପ୍ରୟାସ କରିଥିଲେ। ଶେଷରେ ସେମାନଙ୍କର ଧାରଣା ସତ୍ୟ ପ୍ରତିପାଦିତ ହୋଇଥିଲା।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିପାଇଁ ଜିନ୍‌କୁ ହିଁ ଦାୟୀ କରାଯାଇପାରିବ। କାରଣ ଜିନ୍‌ର ପ୍ରଭାବ ସମଲିଙ୍ଗୀଙ୍କ ଉପରେ ସର୍ବାଧିକ ପଡ଼ିଥାଏ। ବାୟୋଲୋଜିକାଲ ବିଶ୍ଳେଷଣରୁ ଜଣାପଡ଼େ ଯେ, ମହିଳାଙ୍କ ନିକଟରେ ସମଗୁଣର ଦୁଇଟି ଜିନ୍‌ ଥାଏ, ଯାହାକୁ ପ୍ରାଣୀବିଜ୍ଞାନୀମାନେ ଇଂଲିଶ୍‌ର ‘ଏକ୍ସ’ ଅକ୍ଷର ବୋଲି ନାମିତ କରିଥାନ୍ତି। ଅର୍ଥାତ୍‌ ଏକ୍ସ ଏକ୍ସ। ସେହି ଅନୁଯାୟୀ ଦୁଇ ମହିଳାଙ୍କ ମଧ୍ୟରେ ଅନେକ ମାନସିକ ସାମଞ୍ଜସ୍ୟ ମିଳିପାରିଥାଏ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ମା’ଠାରୁ ଜିନ୍‌ ବାଟଦେଇ ଝିଅ ନିକଟକୁ ଅନେକ ଗୁଣ ଆସିବା ସ୍ବାଭାବିକ। ଏହାକୁ ଆମେ ସାଧାରଣତଃ ‘ସହଜାତ ଗୁଣ’ ବୋଲି କହିଥାଉ। ଏହି ସହଜାତ ଗୁଣଗୁଡ଼ିକ ବୟସର କ୍ରମାନୁସାରେ ଆପଣାଛାଏଁ ଜଣକ ନିକଟରେ ଆତ୍ମ ପ୍ରକାଶ ହୋଇଥାଏ। ସେଥିପାଇଁ ଗ୍ରାମାଞ୍ଚଳରେ ବେଳେବେଳେ କୁହାଯାଏ – ମା’ ଗୁଣେ ଝିଅ, ବାପ ଗୁଣେ ପୁଅ। ଅବଶ୍ୟ ଅନେକ କ୍ଷେତ୍ରରେ ଏହାର ବିରୋଧାଭାସ ଦେଖାଯାଏ। ଅର୍ଥାତ୍‌ ଝିଅଟିଏ ନିକଟରେ ମା’ର ସବୁ ଗୁଣ ପ୍ରକଟିତ ହୋଇ ନ ପାରେ। କିନ୍ତୁ ଭଲ ଭାବରେ ଧ୍ୟାନଦେଲେ ଅନେକ କ୍ଷେତ୍ରରେ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ। ମା’ଙ୍କଠୁ ଝିଅ ଶିଖିବାର ଗୁଣଟି ପିଢ଼ି କ୍ରମରେ ପୁନରାବୃତ୍ତି ହୋଇଥାଏ। ଏହା ପୁନରାବୃତ୍ତି ହୋଇଥାଏ – ଅର୍ଥାତ୍‌ ମା’ଠୁ ଝିଅ ପାଖକୁ ଯେଉଁଗୁଣ ଆସିଥାଏ ସେହି ଗୁଣଟିକୁ ମା’ ତାଙ୍କର ମା’ଠାରୁ ହିଁ ଶିଖିଥାନ୍ତି। ଠିକ୍‌ ସେହିଭଳି ଝିଅଟିଏ ତା’ ମା’ଠାରୁ ଯେଉଁଗୁଣ ଶିଖିଥାଏ ବା ହାସଲ କରିଥାଏ ସେହିଗୁଣକୁ ତା’ର ଝିଅ ତା’ଠାରୁ ଗ୍ରହଣ କରିନେଇଥାଏ। ଏହା ଏକ ଜୈବିକ ବାଧାପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଜିନ୍‌ର ଏହି ପ୍ରକ୍ରିୟା କେବେ ବି ବାଧାପ୍ରାପ୍ତ ହୋଇ ନ ଥାଏ। ଏକାଧିକ ଝିଅ ଥିଲେ ହୁଏତ ସମସ୍ତଙ୍କ ନିକଟକୁ ମା’ର ଗୁଣଟି ସଞ୍ଚରିତ ହୋଇଯାଏ। ମା’ ଏବଂ ଝିଅଙ୍କ ମଧ୍ୟରେ ଏଭଳି ଜିନ୍‌ଗତ ବୁଝାମଣା ରହିଥିବା ବେଳେ ବାପ ଏବଂ ପୁଅଙ୍କ ମଧ୍ୟରେ ବି କିଛି ପରିମାଣରେ ଜିନ୍‌ଗତ ବୁଝାମଣା ରହିଥିବା ଅନୁମାନ କରାଯାଏ। ତେବେ ଏହାକୁ ନେଇ ଅଧ୍ୟୟନ କିମ୍ବା ଗବେଷଣା ହୋଇନାହିଁ। କିନ୍ତୁ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ, ବାପାର ଅନେକ ଗୁଣ ପୁଅ କ୍ଷେତ୍ରରେ ପ୍ରତିଫଳିତ ହୋଇଥାଏ। ତେବେ ପୁଅଟିଏ ପ୍ରାପ୍ତବୟସ୍କ ହେବା ପରେ ହିଁ ତା’ ନିକଟରେ ବାପାଙ୍କର କିଛି ଗୁଣ ଠାବ କରାଯାଇପାରେ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ମୋ: ୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri