ମାସ୍କ ତିଆରି କରି ରିହାତି ଦରରେ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ସୋନପୁର, ୨୬।୩(ନି.ପ୍ର.) ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏଭଳି ସମୟରେ ବଜାରରେ ମାସ୍କ ମିଳୁନି। ପ୍ରଶାସନର ପରାମର୍ଶକ୍ରମେ ସୁବର୍ଣ୍ଣପୁର ଜିଲାର ୧୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। କରୋନା ଆତଙ୍କ ସମୟରେ ମହିଳାମାନେ ମାସ୍କ ତିଆରି କରୁଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ପରାମର୍ଶକ୍ରମେ ସେମାନେ ମାତ୍ର ୧୦ଟଙ୍କାରେ ଗୋଟିଏ ମାସ୍କ ଯୋଗାଇ ଦେଉଛନ୍ତି। ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ସହଯୋଗକ୍ରମେ ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟାମାନେ ୫ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରି ପ୍ରଶାସନ ଓ ବ୍ୟବସାୟୀଙ୍କୁ ଯୋଗାଇ ସାରିଲେଣି। ଏସ୍‌ଏଚ୍‌ଜିର ସଦସ୍ୟାମାନେ ୪ପ୍ରକାରର ମାସ୍କ ତିଆରି କରି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଣ୍ଡାଙ୍କୁ ଦେଖାଇଥିଲେ। ଡାକ୍ତର ପଣ୍ଡା ସେଥି ମଧ୍ୟରୁ ଗୋଟିଏ ଡିଜାଇନକୁ ଅନୁମୋଦନ କରିଥିଲେ । ମହିଳାମାନେ ସେହି ପ୍ରକାରେ ମାସ୍କ ତିଆରି କରି ପ୍ରଶାସନକୁ ଯୋଗାଉଛନ୍ତି । ସ୍ବାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ଥାନରେ କାମ କରିବାକୁ ଯାଉଥିବା ସରକାରୀ କର୍ମଚାରୀ, ବ୍ୟାଙ୍କ, ପୋଷ୍ଟ ଅଫିସରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଔଷଧ ଦୋକାନୀଙ୍କୁ ମାସ୍କ ଯୋଗାଇ ଦିଆଯାଉଛି। କରୋନା ମୁକାବିଲା ଅଭିଯାନରେ ସାମିଲ ହୋଇ ଏସ୍‌ଚ୍‌ଜି ସଦସ୍ୟାମାନେ ଏକ ବାର୍ତ୍ତା ଦେବା ସହ ସେମାନଙ୍କ ସାମାଜିକ ଦାୟିତ୍ୱକୁ ନିଖୁଣ ଭାବେ ନିର୍ବାହ କରୁଛନ୍ତି। ଜିଲା ସଦର ମହକୁମା ଝୁପୁଡିପଡାର ସରସ୍ବତୀ ଏସ୍‌ଏଚ୍‌ଜି, ଖଦାଳପଡାର ମାଣିକେଶ୍ୱରୀ ଏସ୍‌ଏଚ୍‌ଜି, ସୁରେଶ୍ୱରୀ ଏସ୍‌ଏଚ୍‌ଜି, ହଲଦିପାଲିର ସନ୍ତୋଷୀ ଏସ୍‌ଏଚ୍‌ଜି, ଶ୍ରୀମା ଏସ୍‌ଏଚ୍‌ଜି, ଜନମୁରାର କନାକାଳୀ ଏସ୍‌ଏଚ୍‌ଜି, ସମଲେଶ୍ୱରୀ ଏସ୍‌ଏଚ୍‌ଜି, ଡୁଙ୍ଗୁରିପାଲି ବ୍ଲକର ଓଁଶାନ୍ତି ଏସ୍‌ଏଚ୍‌ଜି, ଉଲୁଣ୍ଡାର ଜଗନ୍ନାଥ ଏସ୍‌ଏଚ୍‌ଜି, ମହୁଲପାଲିର ମାହେଶ୍ୱରୀ ଏସ୍‌ଏଚ୍‌ଜି, ଗୟେଲଗୁଡିର ଖମ୍ବେଶ୍ୱରୀ ଏସ୍‌ଏଚ୍‌ଜି ଓ ବୈରାଗୀପାଲିର ମଙ୍ଗଳା ଏସ୍‌ଏଚ୍‌ଜିର ସଦସ୍ୟାମାନେ ମାସ୍କ ତିଆରି କାମରେ ନିୟୋଜିତ ଅଛନ୍ତି। ଝୁପୁଡିପଡା ସରସ୍ବତୀ ଏସ୍‌ଏଚ୍‌ଜିର ସଭାନେତ୍ରୀ କୃଷ୍ଣପ୍ରିୟା ନାଗ କୁହନ୍ତି, ଆମ ଗ୍ରୁପ୍‌ର ୧୦ମହିଳା ମିଶି ୪ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲୁଣି। ତେବେ ଲକ୍‌ଡାଉନ ଘୋଷଣା ଯୋଗୁଁ ଦୋକାନ ବନ୍ଦ ରହିଛି। ସୂତା କପଡା ମିଳୁ ନ ଥିବାରୁ ବୁଧବାର ମାସ୍କ ତିଆରିରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ଏ ଦିଗରେ ସହଯୋଗ କଲେ ଆମେ ଜିଲାବାସୀଙ୍କୁ ଅଧିକ ମାସ୍କ ଯୋଗାଇ ପାରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri