ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସେମାନଙ୍କୁ ନେଇ ଯାଇଥିବା ସୁରଧ୍ୱନି ସଂସ୍ଥାର ମାଲିକ ରବୀନ୍ଦ୍ର ପାଢ଼ୀ ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ପଣ୍ଡାଙ୍କୁ ଗିରଫ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି।
ଯେ, ରଣପୁର ଥାନା ଲଡୁକେଶର ପ୍ରସାଦ ଗାମର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଦୁଇ ପୁଅ ଲକ୍ଷ୍ମୀଧର ପ୍ରଧାନ ଓ ଅରୁଣ ପ୍ରଧାନ , କୁଶ ବେହେରା, ଆଲୋକ ବେହେରା ଓ ଡମ୍ବରୁଧର ସ୍ବାଇଁ ପ୍ରମୁଖ ୫ ଜଣଙ୍କୁ ରବୀନ୍ଦ୍ର ମାଲେସିଆରେ ଚାକିରି କରାଇଦେବାକୁ କହି ସେମାନଙ୍କଠାରୁ ଅକ୍ଟୋବର ମାସରେ ୬୦ ହଜାର ଟଙ୍କା ଅଗ୍ରିମ ନେଇଥିଲେ। ଏହାପରେ ୧୧ ଅକ୍ଟୋବରରେ ୫ ଜଣଙ୍କୁ ମାଲେସିଆରେ ଏକ ଶପିଙ୍ଗମଲ୍‌ରେ ମାସିକ ୨୫ ହଜାର ଟଙ୍କାରେ କାମ କରାଇଦେବା କହି ସେଠାକୁ ପଠାଇଥିଲେ। ମାଲେସିଆରେ ଯାଇ ଶପିଙ୍ଗ ମଲ୍‌ ବଦଳରେ ଏକ କମ୍ପାନୀରେ ସେମାନଙ୍କୁ କାର୍ଯ୍ୟ କରିବାକୁ କୁହାଗଲା। ସେଠାରେ ମାଲିକ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ ଏକ ଭିଡ଼ିଓ ଭାଇରାଲ କରିଥିଲେ। ପରିବାର ଲୋକ ଏ ନେଇ ରଣପୁର ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ଏସ୍‌ପିଙ୍କୁ ଭେଟିବାକୁ ଆସିଥିଲେ।
କିଛି କାମଧନ୍ଦା ନ ମିଳିବାରୁ ସମସ୍ତେ ଚାକିରି କରିବାକୁ ଯାଇ ଫସି ଯାଇଥିବା ବେଳେ ପରିବାର ଲୋକ ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରକାଶ କରିଛନ୍ତି। ସେହିଭଳି ରବୀନ୍ଦ୍ରଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ନେଇଥିବା ଟଙ୍କା ଫେରାଇବା ପାଇଁ ପରିବାର ଲୋକ ଦାବି କରିଛନ୍ତି। ଶରଣକୁଳ ହରିହରପୁର ଗ୍ରାମର ରବୀନ୍ଦ୍ର ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ସ୍ଥିତ ଲକ୍ଷ୍ମଣନଗରଠାରେ ସୁରଧ୍ୱନି ନାମରେ ଏକ ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ବିଦେଶରେ ଚାକିରି କରାଇଦେବାକୁ କହି ଯୁବକମାନଙ୍କ ଠାରୁ ୬୦ରୁ ୮୦ ହଜାର ଟଙ୍କା ଆଦାୟ କରୁଥିଲା। ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଗ୍ରାମରୁ ପ୍ରାୟ ୫୦୦ ଯୁବକଙ୍କଠାରୁ ଟଙ୍କା ଠକେଇ କରି ନେଇଛି। ୧୮ ତାରିଖରେ ରଣପୁର ବ୍ଲକର ୧୭, ନୟାଗଡ଼ ବ୍ଲକର ୧୫ ଓ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୨୮ ଜଣ ଏହିଭଳି ମୋଟ ୬୦ ଜଣ ଯୁବକ ମାଲେସିଆ ଯିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟଠାରେ ପହଞ୍ଚତ୍ଥିଲେ । ସେଠାରେ ସୁରଧ୍ୱନି ସଂସ୍ଥାର ୩ ଜଣ କର୍ମଚାରୀ ସେମାନଙ୍କୁ ଭେଟି ଭିଜା ଓ ଫ୍ଲାଇଟ ଟିକେଟ ପ୍ରଦାନ କରିଥିଲେ। ଯୁବକମାନେ ଏହା ନକଲି ବୋଲି ଜାଣିବା ପରେ ସମ୍ପୃକ୍ତ ୩ ଜଣଙ୍କୁ ସେମାନେ ଆଣି ରଣପୁର ଥାନା ଅନ୍ଧାରୁଆ ଗ୍ରାମରେ ଅଟକ ରଖିଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରଣପୁର ପୋଲିସ ଉକ୍ତ ଗ୍ରାମରେ ପହଞ୍ଚତ୍ ୩ ଜଣଙ୍କୁ ଉଦ୍ଧାର କରିଥିଲା। ପରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ଜେଲ୍‌କୁ ପଠାଇଛି। ସେମାନେ ହେଲେ ଶରଣକୁଳ ଥାନା କରଡ଼ା ଗ୍ରାମର ଦୀନବନ୍ଧୁ ପ୍ରଧାନ, ଗୋଲଗାଁର ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଓଡ଼ଗାଁ ଥାନା କୋମଣ୍ଡ ଗ୍ରାମର ଶତ୍ନୁଘ୍ନ ବେହେରା। ହେଲେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ପାଖରେ ପହଞ୍ଚତ୍ ପାରିନି ପୋଲିସ। ଏହି ଘଟଣା ପ୍ରଚାରିତ ହେବା ପରେ ଦମ୍ପତି ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରାଯାଉଥିବା ଜିଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri