ହକି ସମ୍ପର୍କିତ ସଂକଳ୍ପକୁ ସମର୍ଥନ: ମୁଖ୍ୟମନ୍ତ୍ରୀଙ୍କୁ ସବୁ ଦଳ ସଦସ୍ୟଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୨୦୨୩ରେ ରାଜ୍ୟରେ ଦ୍ୱିତୀୟ ଥର ଲାଗି ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହାର ସଫଳତା କାମନା କରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ସଂକଳ୍ପ ଆଣିଥିଲେ। ଏହି ଅବସରରେ ନରସିଂହ କହିଛନ୍ତି, ହକି ହେଉଛି ଓଡିଶାର ଏକ ଲୋକପ୍ରିୟ କ୍ରୀଡା। ସୁନ୍ଦରଗଡ ଜିଲାର ଅଧିକାଂଶ ପିଲା ହକି ଖେଳିବାକୁ ପସନ୍ଦ କରୁଛନ୍ତି। ସେଠାରୁ କେବଳ ଅନ୍ତର୍ଜାତୀୟ ହକି ଖେଳାଳି ନୁହନ୍ତି ବରଂ କ୍ୟାପ୍‌ଟେନ୍‌ ବାହାରୁଛନ୍ତି। ଏସିଆନ ଆଥ୍‌ଲେଟିକ କ୍ରୀଡା ପ୍ରତିଯୋଗିତା କଥା ମନେପଡୁଛି। ଯେତେବେଳେ ଛତିଶଗଡ ଏବଂ ଆଉ କେତୋଟି ରାଜ୍ୟ ଏହି ପ୍ରତିଯୋଗିତା ନିଜ ରାଜ୍ୟରେ କରିବା ଲାଗି ମନା କରିଦେଲେ ଓଡିଶା ସରକାର ଏହି କ୍ରୀଡା ଆୟୋଜନ ପାଇଁ ରାଜି ହୋଇଗଲେ। ଏହାଦ୍ୱାରା ଓଡ଼ିଶାର ନାଁ ରହିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଅବଦାନ ରହିଛି। ଆଗକୁ ୨୦୨୩ରେ ହକି ବିଶ୍ୱକପ୍‌ ଦ୍ୱିତୀୟ ଥର ଲାଗି ଓଡିଶାରେ ହେବାକୁ ଯାଉଛି। ଦଳମତ ନିର୍ବିଶେଷରେ ସମସ୍ତେ ଏଥିପାଇଁ ହାତ ବଢାଇବା ଦରକାର। ଏଥିରେ ରାଜନୀତି ନ ପଶାଇବା ଲାଗି ସେ ଅନୁରୋଧ କରିଛନ୍ତି। ତୃଳମୂଳସ୍ତରରୁ ପିଲାଙ୍କ ମଧ୍ୟରେ କ୍ରୀଡା ପ୍ରତି ଭଲ ମନୋଭାବ ସୃଷ୍ଟି କରିବା ଦରକାର। ସବୁ ଜିଲା ମୁଖ୍ୟାଳୟରେ ଜାତୀୟସ୍ତରର ଷ୍ଟାଡିୟମ ଏବଂ ବ୍ଲକସ୍ତରରେ ମିନି ଷ୍ଟା଼ଡିୟମ ଖୋଲିବା ପାଇଁ ନରସିଂହ କହିଛନ୍ତି।
ଭାଜପା ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ନେତା ଆଣିଥିବା ପ୍ରସ୍ତାବକୁ ସମର୍ଥନ ଜଣାଉଛି। ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ହକି ବିଶ୍ୱକପ ଓଡିଶାରେ କରିବାକୁ ଘୋଷଣା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରୋହିତ ପୂଜାରୀ,ଅନନ୍ତ ନାରାୟଣ ଜେନା ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ଏହାସହ ନରସିଂହ ଆଣିଥିବା ସଂକଳ୍ପକୁ ସମର୍ଥନ ମଧ୍ୟ ଜଣାଇଥିଲେ। ରୋହିତ ପୂଜାରୀ ମଧ୍ୟ ଏହି ସଂକଳ୍ପକୁ ସମର୍ଥନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?