ମାର୍ଥାପୁରରେ ଦଳିତ ପରିବାରଙ୍କୁ ଆକ୍ରମଣ ଘଟଣା: ଏସଡିପିଓ, ତହସିଲଦାରଙ୍କ ଯୁଗ୍ମ ତଦନ୍ତ ,୬ ଲକ୍ଷ ଟଙ୍କା କ୍ଷତିପୁରଣ ସୁପାରିଶ

ଯାଜପୁର ଅଫିସ,୨୦।୮- ଯାଜପୁରରୋଡ ଥାନା ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଓ ଘରପୋଡି ଅଭିଯୋଗ ଘଟଣା ଏବେ ଭିନ୍ନ ମୋଡ ନେଇଛି। ଯାଜପୁରରୋଡ ଥାନାରେ ୧୪୭/ ୧୪୮/ ୩୨୩/ ୨୯୪/ ୩୨୪/ ୩୫୪/ ୧୪୯, ଆଇପିସି ଏବଂ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ(ଆଟ୍ରୋସିଟି ଆକ୍ଟ) ଉପରେ ଏକ ଯୁଗ୍ମ ତଦନ୍ତ କରି ସରକାରଙ୍କୁ କ୍ଷତିପୂରଣ ଦେବାକୁ ସୁପାରିଶ କରାଯାଇଛି ା ଏହି ଘଟଣା ଉପରେ ଦାନଗଦି ତହସିଲଦାର ବୁଲବୁଲ ବେହେରା ଓ ଯାଜପୁରରୋଡ ଏସଡିପିଓ କେଦାରନାଥ ସାହୁ ୩୦ା୪ା୨୦୧୯ରେ ଯୁଗ୍ମ ତଦନ୍ତ କରିଥିଲେ ା ତଦନ୍ତ ସମୟରେ ମାର୍ଥାପୁର ଗ୍ରାମର ମାନସକୁମାର ସେଠୀ, ହରିହର ସେଠୀ ଓ ହେମଲତା ସେଠୀଙ୍କ ଉପରେ ଆକ୍ରମଣ କରାଯାଇ ଅତ୍ୟାଚାର ହୋଇଥିଲା। ସେମାନଙ୍କୁ ନିର୍ଦ୍ଦିଷ୍ଟ ଜାତିର ଆଖ୍ୟା ଦେଇ ଗାଳିଗୁଲଜ କରିବା ସହିତ ତାଙ୍କ ଘର ପୋଡି ଦିଆଯାଇଥିଲା। ଏହି ଘଟଣାରେ ସେହି ଗ୍ରାମର ୯ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ୧୭ା୫ା୨୦୧୯ରେ ଜିଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି ା ରିପୋର୍ଟରେ ଆଟ୍ରୋସିଟିର ଶିକାର ହୋଇଥିବା ୩ଜଣଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୬ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସୁପାରିଶ ହୋଇଛି। ଏଫ୍‌ଆଇଆର ସ୍ଥିତି ସମୟରେ ୧ଲକ୍ଷ ଟଙ୍କା, ଚାର୍ଜସିଟ ଦାଖଲ ପରେ ୫୦ ହଜାର ଓ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେବା ପରେ ୫୦ହଜାର ଟଙ୍କା ଲେଖାଏ ପାଇବେ ବୋଲି ରିପୋର୍ଟରେ ସୁପାରିଶ କରାଯାଇଛି। ଆଇନ ଅନୁସାରେ ଏଟ୍ରୋସିଟି ଆକ୍ଟରେ ଶିକାର ହୋଇଥିବା ବ୍ୟକ୍ତି ଏହି କ୍ଷତିପୁରଣ ପାଇବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ୧୬ା୬ା୨୦୧୮ରେ ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଏକ ଦଳିତ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିବାବେଳେ ଜଣେ ନାବାଳିକାଙ୍କୁ ମଧ୍ୟ ମାଡ଼ ମାରି ଟଣାଓଟଣା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୯ଜଣଙ୍କୁ ଅଭିଯୁକ୍ତ କରାଯାଇଥିବାବେଳେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ବାକି ୮ଜଣ ଅଭିଯୁକ୍ତ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ମଞ୍ଜୁର ହୋଇ ନ ଥିଲା। ଏହାପରେ ଉପଯୁକ୍ତ ତଦନ୍ତ ହେଉ ନ ଥିବା ଦର୍ଶାଇ ଅଭିଯୋଗକାରୀମାନେ ତଦନ୍ତକାରୀ ଅଧିକାରୀ ଏସ୍‌ଡିପିଓଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଉପରେ ସ୍ବତନ୍ତ୍ର କୋର୍ଟରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri