ମାନବ ସଭ୍ୟତା ପାଇଁ ସତର୍କଘଣ୍ଟି

ଅକ୍ଷୟ କୁମାର ବଡ଼ସେଠ

ସମୟକ୍ରମେ ମାନବ ସଭ୍ୟତା ସଂପ୍ରତି ବିଜ୍ଞାନ ଯୁଗରେ ପଦାର୍ପଣ କରିଛି। ମନୁଷ୍ୟ ଆଜି ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ବହୁତ କିଛି ସଫଳତା ପାଇଛି ସତ କିନ୍ତୁ ମନୁଷ୍ୟକୃତ ଗୋଟାଏ ଗୋଟାଏ ସାଧାରଣ ଭୁଲ୍‌ ଏ ମାନବ ସମାଜ ପାଇଁ ବିପର୍ଯ୍ୟୟର କାରଣ ସାଜିଛି, ଯାହାକୁ ନିୟନ୍ତ୍ରଣ କରିବା ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ।
ମାନବ ସଭ୍ୟତାର ବିପର୍ଯ୍ୟୟର କେତେକ କାରଣ ରହିଛି। ପ୍ରଥମତଃ ଜନସଂଖ୍ୟା ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ଦ୍ୱାରା ମନୁଷ୍ୟ ନିଜର ସମ୍ବଳର ଆବଶ୍ୟକତା ପୂରଣ ପାଇଁ ଅନବରତ ଜଙ୍ଗଲକୁ ଧ୍ୱଂସ କରିବାରେ ବ୍ୟସ୍ତ। ଖାଦ୍ୟାଭାବ ସଂକଟ ଦୂର କରିବାକୁ ଯାଇ ଅଧିକ ଅମଳ ନିମନ୍ତେ କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିରୁ ରାସାୟନିକ ପଦ୍ଧତି ଅବଲମ୍ବନ କରିବାକୁ ବାଧ୍ୟ ହୋଇଛି। ପୁନଶ୍ଚ ବର୍ତ୍ତମାନର ସୌଖୀନ ଯୁଗରେ ମନୁଷ୍ୟର ବିଭିନ୍ନ ଚାହିଦା ପୂରଣ ପାଇଁ ଅନେକ କଳକାରଖାନା ସ୍ଥାପନର ଆବଶ୍ୟକତା ଦେଖାଦେଇଛି। ଏତଦ୍‌ ବ୍ୟତୀତ ଏଥିରୁ ନିର୍ଗତ ବିଷାକ୍ତ ଜଳ, ଧୂଆଁର କୁପ୍ରଭାବ ସିଧାସଳଖ ପରିବେଶ ଉପରେ ପଡୁଛି, ଯାହାଫଳରେ ପ୍ରଦୂଷିତ ଜଳବାୟୁ ମାନବ ସମାଜ ପାଇଁ ଆଜି ଗରଳ ସଦୃଶ୍ୟ। ଦ୍ୱିତୀୟତଃ ବିଜ୍ଞାନର ଅଗ୍ରଗତି ଦ୍ୱାରା ସୌରଜଗତର ସୃଷ୍ଟି ସମ୍ବନ୍ଧରେ ଜାଣିବାର ଜିଜ୍ଞାସା ଏବଂ ଅତ୍ୟାଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ରର ପରୀକ୍ଷା ନିରୀକ୍ଷା କରିବା ଏଥିପାଇଁ ଉପଗ୍ରହ ପ୍ରେରଣ କରାଯାଉଛି। ତା’ସହିତ ଆଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ରମାନ ତିଆରି କରି ତାହାର ପରୀକ୍ଷଣ କରାଯାଉଛି। ଏଥିରୁ ନିର୍ଗତ ବିଷାକ୍ତ ଧୂଆଁର କୁପ୍ରଭାବ ସିଧାସଳଖ ବାୟୁମଣ୍ଡଳ ଉପରେ ପଡ଼ିଥାଏ। ଯାହାଫଳରେ ପୃଥିବୀର ରକ୍ଷାକବଚ ଓଜୋନସ୍ତର କ୍ଷତି ହେବାରେ ଲାଗିଛି।
ଆମେ ନିଶ୍ଚିତ ହେବା ଯେ କୃଷି ତଥା ଅନ୍ୟାନ୍ୟ କ୍ଷେତ୍ରରେ ରାସାୟନିକ ପଦ୍ଧତିର ବହୁଳ ବ୍ୟବହାର ଏବଂ ପ୍ରଦୂଷଣଯୁକ୍ତ ଜଳବାୟୁ ତଥା ଓଜନ ସ୍ତରର କ୍ଷତି ଯୋଗୁ ଆଗାମୀ ଦିନମାନଙ୍କରେ ମାନବ ସଭ୍ୟତା ବିଭିନ୍ନ ପ୍ରକାର ଅଜଣା ରୋଗର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୁନଶ୍ଚ ପୃଥିବୀର ବିଭିନ୍ନ ଦେଶ ବିଭିନ୍ନ ପ୍ରକାର ପ୍ରାଣୀ, କୀଟ ପତଙ୍ଗ ତଥା ସରୀସୃପ ମାଂସ ଖାଇଥାନ୍ତି। କିନ୍ତୁ ଚାଇନାବାସୀ ସମସ୍ତଙ୍କଠାରୁ ଟିକିଏ ଅଲଗା। ଯେଉଁ ଦେଶରେ କି ପ୍ରାୟ ସବୁ ପ୍ରକାର ଜୀବଜନ୍ତୁ ମାଂସ ଖାଇଥାନ୍ତି। ଯେଉଁ କାରଣ ପାଇଁ ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣଜନିତ ରୋଗର ମୁଖ୍ୟ କାରଣ ରୂପେ ସାରା ବିଶ୍ୱ ନିକଟରେ ଚାଇନା ଆଜି ନିନ୍ଦିତ। ଏହା ପୁଣି ଅନ୍ୟ କେଉଁ କାରଣ ହୋଇପାରେ, ତାହା ସମୟ କହିବ। ଦୈନନ୍ଦିନ ଏହା ଆତି ମାରାତ୍ମକ ରୂପ ଧାରଣ କରି ସାରା ବିଶ୍ୱକୁ କବଳିତ କରିଚାଲିଛି। ବର୍ତ୍ତମାନ ସ୍ଥିତି ଯାହା ମନୁଷ୍ୟ ସମାଜକୁ ଏ ପ୍ରକାର ସଂକଟ ସମୟରେ ମରଣ ମୁଖରୁ ମୁକୁଳାଇବା ପାଇଁ ଚିକିତ୍ସା ବିଜ୍ଞାନ ମଧ୍ୟ ବିଫଳ ସାବ୍ୟସ୍ତ ହେଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଜି ସ୍ତବ୍ଧ, ସ୍ଥାଣୁ ପାଲଟି ଯାଇଛି ମାନବ ସଭ୍ୟତା। ମନୁଷ୍ୟର ଜୀବନଯାପନ ଶୈଳୀରେ ସଂପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ସମଗ୍ର ମାନବ ସମାଜ ଆତଙ୍କିତ । ଏସବୁ ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ରୂପେ ଘୋଷଣା କରିବାକୁ ବାଧ୍ୟ ହୋଇଛି। ଏହାର ପ୍ରଭାବ ଏତେ ଗମ୍ଭୀର ଯେ, ଉତ୍ପାଦନ, ରପ୍ତାନି, ଗମନାଗମନ, କ୍ରୀଡ଼ା ଜଗତ, ସିନେ ଜଗତ ତଥା ଶିକ୍ଷା ଆଦି ପ୍ରମୁଖ କ୍ଷେତ୍ର ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛିା ଫଳରେ ଭାରତ ଏବଂ ବିଶ୍ୱ ଅର୍ଥନୈତିକ କ୍ଷେତ୍ରରେ ଘୋର ସଙ୍କଟ ପରିସ୍ଥିତି ସୃଷ୍ଟି କରିଛି।ଅପରପକ୍ଷରେ କଳିଯୁଗର ଧର୍ମ ଅଧର୍ମ ନିକଟରେ ବନ୍ଧାପଡ଼ିଛି। ଧର୍ମ ଆଗରେ ଅଧର୍ମର ଅନ୍ୟାୟ ଅତ୍ୟାଚାର ପାପ ବିଚାର ବଢ଼ିଚାଲିଛି। ଧର୍ମନିକିତି କୁହାଯାଉଥିବା ନ୍ୟାୟାଳୟ ଆଜି ଦିଗହରା। ଫଳତଃ ନ୍ୟାୟାଳୟ ପ୍ରତି ଲୋକଙ୍କର ଆସ୍ଥା ତୁଟି ଯାଉଛି। ମନୁଷ୍ୟ ଆଜି ଅର୍ଥ ଲୋଭରେ ଚୋରି, ଡକାୟତି, ମର୍ଡର, ଦୁର୍ନୀତିଗ୍ରସ୍ତ ତଥା ବିଶ୍ୱାସରେ ବିଷ ଦେବା ଭଳି ପାପକର୍ମରେ ଲିପ୍ତ ରହୁଛି। ଏସବୁ ଅସାମାଜିକ କାର୍ଯ୍ୟକଳାପ ତଥା ଅଧର୍ମୀୟ ବିଚାରଧାରା କ’ଣ ମାନବ ସମାଜ ପାଇଁ ବିପଦ ନୁହେଁ କି। ତେଣୁ ଏହା ମାନବ ସଭ୍ୟତା ପାଇଁ କଳଙ୍କିତ ଅଧ୍ୟାୟ ରୂପେ ସାବ୍ୟସ୍ତ ହୋଇଛି।
ଆଧ୍ୟାତ୍ମିକ ବିଚାରଧାରାନୁସାରେ ମହାମାରୀ କରୋନା ଭଳି ବିଭିନ୍ନ ପ୍ରକାର ଭୂତାଣୁଜନିତ ରୋଗ ଏବଂ ଅସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରଭୃତିକୁ ଭଗବାନଙ୍କ ଲୀଳା ବୋଲି ବିବେଚନା କରୁଥାଏ। ତେବେ ମନୁଷ୍ୟ ଏହାକୁ ସତର୍କତାର ସମୟ ରୂପେ ଗ୍ରହଣ କରିବା ଉଚିତ। ମନୁଷ୍ୟ ଧନ ସମ୍ପତ୍ତି ଲୋଭରେ ଅନ୍ୟାୟ, ଅତ୍ୟାଚାର ଭଳି ଅସାମାଜିକ କାର୍ଯ୍ୟରୁ ନିଜକୁ ନିବୃତ୍ତ କରିବା ଉଚିତ। ପୁନଶ୍ଚ ଏହାକୁ ବିଜ୍ଞାନ ସମ୍ମତ ଦୃଷ୍ଟିରୁ ଯଦି ବିଚାର କରାଯାଏ, ସେଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣ କରି ଜଙ୍ଗଲ ଓ ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ସଦ୍‌ବିନିଯୋଗ ଏବଂ କୃଷିକ୍ଷେତ୍ରରେ ରାସାୟନିକ ପଦ୍ଧତି ଅପେକ୍ଷା ଜୈବିକ ପଦ୍ଧତି ଅବଲମ୍ବନ କରିବା ଆଦି କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ମନୁଷ୍ୟ ପାଇଁ ଅପରିହାର୍ଯ୍ୟ। ଆହୁରି ମଧ୍ୟ ସୌଖୀନ ବୈଦ୍ୟୁତିକ ସାମଗ୍ରୀ ଓ ଯାନବାହନର ଆବଶ୍ୟକତା ଅନୁଯାୟୀ କ୍ରୟ କରିବା, ଯାହାକି ଅଧିକ କମ୍ପାନୀ ସ୍ଥାପନର ଆବଶ୍ୟକତାକୁ ରୋକିପାରିବ।
ଉଭୟ ଦୃଷ୍ଟିକୋଣରୁ ଏପରି ବିପର୍ଯ୍ୟୟ ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି। ତେଣୁ ସୃଷ୍ଟିରେ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ନିଜର ଧ୍ୱଂସ ପୂର୍ବରୁ ଯଥା ସମୟରେ ସଜାଗ ସଚେତନ ହେବା ଉଚିତ। ସେଥିପାଇଁ ମନୁଷ୍ୟ ମାନସିକ ଭାବେ ନିଜେ ନିଜ ପରିବାର, ଅଞ୍ଚଳ, ଦେଶ ତଥା ବିଶ୍ୱସ୍ତରରେ ସାମଗ୍ରିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ସୁବିଚାର, ଉତ୍ତମ ଚିନ୍ତାଧାରା ତଥା ଭିନ୍ନ ଏକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, ଯାହା କି ମାନବ ସଭ୍ୟତାକୁ ଧ୍ୱଂସ ମୁଖରୁ ରକ୍ଷା କରବ।
ଗୁମା, ତୁମୁଡ଼ିବନ୍ଧ, କନ୍ଧମାଳ
ମୋ: ୯୪୩୯୪୫୫୬୦୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri