ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେବେ ୧୪ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୭।୧(ଡି.ଏନ.ଏ)- ଗତବର୍ଷ ମାଟ୍ରିକ ରେଜଲ୍ଟ ଖରାପକୁ ନେଇ କନ୍ଧମାଳ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଚୟନ କରି ଛାତ୍ରୀଛାତ୍ରଙ୍କୁ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ କରାଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଗୁରୁବାର ଦାରିଙ୍ଗବାଡ଼ି ଥାନା ସୋନପୁର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷାରୁ ବଞ୍ଚତ୍ତ ୧୪ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ଅସନ୍ତୋଷ ବ୍ୟକ୍ତକରି ଜିଲା ପ୍ରଶାସନକୁ ଚିଠି ଲେଖିଛନ୍ତି। ଉକ୍ତ ବିଦ୍ୟାଳୟରେ ମୋଟ ୨୫ ଛାତ୍ରୀଛାତ୍ର ଦଶମରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଚଳିତ ବୋର୍ଡ଼ ପରୀକ୍ଷା ପାଇଁ ଫର୍ମ ପୂରଣ କରାଇ ଦିଆଯାଇନାହିଁ। ଏନେଇ ଅଭିଭାବକ ଏବଂ ଛାତ୍ରୀଛାତ୍ର ଜିଲାପାଳ ଡ.ବୃନ୍ଦା ଡିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କୁ ଏଥିପାଇଁ ଦାୟୀ କରିବା ସହ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଶିକ୍ଷକ ଏବଂ ଶିକ୍ଷା ବିଭାଗ ଖେଳୁଥିବା ଅଭିଭାବକ ତାଜୁସା ମଲ୍ଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅଙ୍କ ସମେତ ମୋଟ ୧୪ ଛାତ୍ରୀଛାତ୍ର ଚଳିତ ବର୍ଷ ବୋର୍ଡ଼ ପରୀକ୍ଷାରୁ ବଞ୍ଚତ୍ତ ହେବେ। ଜିଲାପାଳଙ୍କ ସମେତ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ମଧ୍ୟ ଡାକଯୋଗେ ଚିଠି ପଠାଇଛନ୍ତି। ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ତାଙ୍କ ନିକଟରେ କୌଣସି ଅଭିଯୋଗ ପହଞ୍ଚତ୍ ନାହିଁ, ପାଇଲେ ତଦନ୍ତ କରିବେ। ଏନେଇ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁ କହିଛନ୍ତି ଯେ, ୨୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧ଙ୍କୁ ବୋର୍ଡ଼ ପରୀକ୍ଷା ପାଇଁ ଚୟନ କରାଯାଇଛି ା ଅନ୍ୟ ୧୪ ଜଣଙ୍କ ମଧ୍ୟରୁ ୩ ଜଣ ବିଦ୍ୟାଳୟକୁ ଆସୁ ନ ଥିବାବେଳେ ଅନ୍ୟମାନେ ନିୟମିତ ବିଦ୍ୟାଳୟକୁ ଆସୁନାହାନ୍ତି। ଗତବର୍ଷ ମାଟ୍ରିକ୍‌ ରେଜଲ୍ଟ ୫୦ ପ୍ରତିଶତରୁ ମଧ୍ୟ କମ୍‌ ହୋଇଥିବାରୁ ଚଳିତବର୍ଷ ଭଲ ନମ୍ବର ରଖି ପାସ୍‌ ସହ ହାର ବୃଦ୍ଧିରେ ଯେପରି ଛାତ୍ରୀଛାତ୍ର ସହାୟକ ହେବେ ସେମାନଙ୍କୁ ଚୟନ କରି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ବର୍ଷାରେ ପଡ଼ିଗଲା କାନ୍ଥ, ମୁଣ୍ଡରେ କାଠ ବାଡେଇ ହୋଇ ମହିଳା ମୃତ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍‌ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି ।…

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା…

ଜୋରଦାର ଚର୍ଚ୍ଚା, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ

ଭୁବନେଶ୍ବର,୧।୯(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri