Posted inଫୁରସତ

ମାଛ ବିବିଧା: କିଛି ବିରଳ ଆଉ ଦୁର୍ମୂଲ୍ୟ ମାଛ

ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର। ଯେତେବେଳେ ଜଳଭାଗ କଥା ଉଠେ, ସେତେବେଳେ ବହୁବିଧ ଜଳଜୀବଙ୍କ ଦୃଶ୍ୟ ଆଖି ଆଗରେ ନାଚିଯାଏ। ଯେଉଁମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ମାଛ। ତେବେ ମାଛ ଭିତରେ କିଛି ମାଛ ଅଛନ୍ତି, ଯାହା ଖୁବ୍‌ ବିରଳ ଆଉ ଦୁର୍ମୂଲ୍ୟ…

ଭାରତକୁ ସାଧାରଣତଃ ବିବିଧତାର ଗନ୍ତାଘର ବୋଲି କୁହାଯାଇଥାଏ। ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର। ଯେତେବେଳେ ଜଳଭାଗ କଥା ଉଠେ, ଅର୍ଥାତ୍‌ ମୁଖ୍ୟତଃ ନଦୀ ସମୁଦ୍ରର କଥା କୁହାଯାଏ ସେତେବେଳେ ବହୁବିଧ ଚମକପ୍ରଦ ଜଳଜୀବଙ୍କ ଦୃଶ୍ୟ ଆଖିରେ ନାଚିଯାଏ। ପୁଣି ଏକଥା ଭୁଲିଯିବା ଉଚିତ ନୁହେଁ ଯେ, ଭାରତୀୟ ମହାଦେଶରେ ମାଛ ହେଉଛି ଏକ ଅତିପ୍ରିୟ ଖାଦ୍ୟ। ପ୍ରାୟ ସତୁରି ପ୍ରତିଶତ ଲୋକ ଏଠାରେ ମାଛକୁ ଏକ ମୁଖ୍ୟ ଆମିଷ ଖାଦ୍ୟ ଭାବରେ ବିବେଚନା କରିଥାନ୍ତି। ଏହାକୁ ଆଖି ଆଗରେ ରଖି ପ୍ରକୃତି ମଧ୍ୟ ଭାରତୀୟ ଜଳଭଣ୍ଡାରକୁ ଭିନ୍ନଭିନ୍ନ ପ୍ରଜାତିର ମତ୍ସ୍ୟ ସମ୍ପଦରେ ଭରିଦେଇଛି। ସେଥିଲାଗି ଏକଥା ଯଥାର୍ଥରେ କୁହାଯାଏ ଯେ, ଭାରତ ହେଉଛି ଭିନ୍ନଭିନ୍ନ ମତ୍ସ୍ୟ ସମ୍ପଦର ଏକ ଗନ୍ତାଘର। ଏଠାରେ ଏକ ବୃହତ୍‌ ସଂଖ୍ୟକ endemic species ମିଳନ୍ତି। endemic species ର ଅର୍ଥ ଯାହା ଅନ୍ୟ କେଉଁଠାରେ ଦେଖାଯାଆନ୍ତି ନାହିଁ। ଏହାର କାରଣ ଭାରତର ଭୌଗୋଳିକ ଗଠନ। ତଥ୍ୟ ଅନୁଯାୟୀ ଭାରତୀୟ ଜୈବ ବିବିଧତା ମୁଖ୍ୟତଃ ଦୁଇଗୋଟି ହଟ୍‌ସ୍ପଟ୍‌ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଗୋଟିଏ ହେଉଛି ପୂର୍ବ ହିମାଳୟ ପାର୍ବତ୍ୟ ଶ୍ରେଣୀ ଏବଂ ଅନ୍ୟଟି ପଶ୍ଚିମଘାଟ ପର୍ବତମାଳା। ସେଥିପାଇଁ ଭାରତରେ ବହୁ ପ୍ରଜାତିର ବିରଳ ମାଛ ଦେଖିବାକୁ ମିଳିଥାନ୍ତି।

ରଓ୍ବାସ୍‌ : ଏହା ମୁଖ୍ୟତଃ ଭାରତରେ ଦେଖିବାକୁ ମିଳୁଥିବା ଏକ ବିଶେଷ ପ୍ରଜାତିର ମାଛ। ଏହାକୁ ଇଣ୍ଡିଆନ୍‌ ସଲୋମନ୍‌ ବୋଲି କୁହାଯାଇଥାଏ। ଆମେରିକା ବ୍ରିଟେନ୍‌ ଭଳି ରାଷ୍ଟ୍ରରେ ସଲୋମନ୍‌ ମାଛର ଯେମିତି ଆଦର ଭାରତରେ ରଓ୍ବାସ୍‌ର ମଧ୍ୟ ଠିକ୍‌ ସେମିତି ଆଦର। ଗୁଜୁରାଟ୍‌, ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଏହି ମାଛ ଅଧିକ ପରିମାଣରେ ଦେଖାଯାଆନ୍ତି। ସାଧାରଣତଃ ଏମାନେ କାଦୁଆ ସ୍ଥାନରେ ନଦୀ କିମ୍ବା ପୋଖରୀର ସମ୍ପୂର୍ଣ୍ଣ ନିମ୍ନ ଭାଗରେ ରହିଥାନ୍ତି। ଏହା ପଲିନେମିଡ୍‌ ଫ୍ୟାମିଲି ଅନ୍ତର୍ଭୂକ୍ତ ହୋଇଥିବା ବେଳେ ଏହାର ବୈଜ୍ଞାନିକ ନାମ ହେଉଛି ‘ଇଲୁଥେରୋନିମା ଟେଟ୍ରାଡାକ୍‌ଟିଲମ୍‌’। ଏହାକୁ କେହିକେହି ମତ୍ସ୍ୟ ଗବେଷକ ‘ବ୍ଲୁ ଥ୍ରେଡ୍‌ଫିନ୍‌’ ମଧ୍ୟ କହିଥାନ୍ତି। ଭାରତ ବ୍ୟତୀତ ବାଂଲାଦେଶରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ। ଏହା କିଲୋପ୍ରତି ଦର ୧୦୦୦ଟଙ୍କାରୁ ୧୫୦୦ଟଙ୍କା ମଧ୍ୟରେ ବିକ୍ରିହୋଇଥାଏ।

ସୁରମୟୀ ବା ସିର ଫିସ: ମୁଖ୍ୟତଃ ଭାରତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖିବାକୁ ମିଳୁଥିବା ଏହି ମାଛର ଏକ ବିଶେଷ ଚାହିଦା ରହିଛି ଭାରତରେ। ଏହାକୁ ମଧ୍ୟ ଗେମ୍‌ ଫିସ୍‌ ବୋଲି କୁହାଯାଏ। ଏହାର ପ୍ରାଣୀ ବୈଜ୍ଞାନିକ ନାମ ହେଉଛି ସ୍କମ୍ବରୋମରୋସ୍‌ ଗୁଟାଟସ୍‌। ଏହା ସର୍ବାଧିକ ୪୫କେଜି ପର୍ଯ୍ୟନ୍ତ ବଢ଼ିଥାଏ। ଏହାକୁ କୌଣସି କୌଣସି ସ୍ଥାନରେ ଭିନ୍ନନାମରେ ମଧ୍ୟ ଜଣାଯାଇଥାଏ। ଯଥା- ଅନ୍‌ଜାଲ, ଇସ୍ବାନ୍‌ ପ୍ରଭୃତି।

ମାଛର ନଁା ତେଲିଆଶିଳା: ‘ତେଲିଆଶିଳା’ ନଁା ଟି ଓଡ଼ିଆ ପାଠକ ମାନଙ୍କ ପାଇଁ ହୁଏତ ନୂଆ ନୁହେଁ। କାରଣ ଚଳିତବର୍ଷ ଧାମରାର ମତ୍ସ୍ୟଜୀବୀମାନେ ୮ଟି ତେଲିଆଶିଳା ଧରିବା ଖବର ବେଶ୍‌ ଚର୍ଚ୍ଚାରେ ରହିଥିଲା। ମତ୍ସ୍ୟ ଗବେଷକଙ୍କ ମତରେ ତେଲିଆଶିଳା ଏକ ବିରଳ ପ୍ରଜାତିର ମାଛ। ମାଛ ଗୋଟାର ଦାମ ଦେଢ ଲକ୍ଷ ଟଙ୍କା ଯାହା ସହଜରେ ବିଶ୍ୱାସ କରି ହୁଏନା । ମାତ୍ର ଏହା ସତ ା ଯେଉଁ ମତ୍ସ୍ୟଜୀବୀର ଜାଲରେ ଏହି ମାଛ ପଡିଲା ସେ ମାଲାମାଲ ହୋଇଗଲା ଜାଣ । ଇଲିଶ ମାଛଠାରୁ ଏହାର ମୂଲ୍ୟ ମଧ୍ୟ ଅଧିକ । ଏହାର କିଲୋପ୍ରତି ୪ରୁ ୫ ହଜାର ଟଙ୍କାରେ ବିକ୍ରୀ ହୋଇଥାଏ । ଗୋଟିଏ ବଡ ମାଛର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ।

ଆମ ରାଜ୍ୟର କେତେକ ସ୍ଥାନରେ ସମୁଦ୍ରରୁ ବଡ ଫାଶ ଜାଲରେ ଏହି ମାଛ ଧରା ହୋଇ ଥାଆନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏହାର ଡାକନାମ ତେଲିଆ । ଇଂରାଜୀ ନାମ କ୍ରୋକର ବା ସ୍ପଟେଡ କ୍ରୋକର ।
ଏହାର ବିଜ୍ଞାନ ନାମ ପ୍ରୋଟନବିଅନ ଡାଇକନଥେସିସ୍‌। ଧାମରା, କସିଆ, ଦୀଘା ଆଦି ଅଂଚଳରେ ସମୁଦ୍ରରେ ଧରାଯାଇ ଥାଆନ୍ତି ।

ଧାମରା ମାଛଧରା ବନ୍ଦରରେ ବିଭିନ୍ନ ବର୍ଷରେ ଧରା ହୋଇଥିବା ତେଲିଆ ମାଛର ପରିମାଣ କିଛି କମ୍‌ ନୁହେଁ । ଗଭୀର ସମୁଦ୍ରକୁ ଗିଲନେଟ୍‌ ଓ ଟ୍ରଲର ନେଇ ଯାଉଥିବା ମତ୍ସ୍ୟଜୀବୀମାନେ ଏହାକୁ ଧରି ଥାଆନ୍ତି । ସ୍ଥାନୀୟ ତଥା ରାଜ୍ୟ ବଜାର ଅପେକ୍ଷା ପଡୋଶୀ ପଶ୍ଚିମବଙ୍ଗ, ହାଉଡ଼ା, ଦୀଘା, ସିଲିଗୁଡି, ଆସାମ ବଜାରକୁ ଏହି ମାଛ ପଠାଇ ମତ୍ସ୍ୟଜୀବୀମାନେ ଲାଭବାନ ହୋଇ ଥାଆନ୍ତି ା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ତହସିଲ ଅଧୀନସ୍ଥ ଧାମରା ମାଛଧରା ଜେଟିର ବିଭିନ୍ନ ମାଛଧରା ବେସ୍‌ରେ ଏମାନଙ୍କୁ କେବେ କେବେ ସମୁଦ୍ରରୁ ଧରା ହୋଇଥାଏ । ଚଳିତବର୍ଷ ଏପରି ୧୦ଟି ମାଛ ଧାମରାରେ ଧରା ହୋଇଥିବା ବେଳେ ଗୋଟିକର ଓଜନ ୨୫ କିଲୋରୁ ବେଶୀ ବୋଲି ଜଣାଯାଇଛି । ଏହି ମାଛକୁ ଦେଖିବାକୁ ଚନ୍ଦନିପାଳ ମାଛଧରା ଜେଟି (ବେସ୍‌)ରେ ଭିଡ଼ ଜମିଥିଲା। ଏହାକୁ ନିଲାମ ଧରି ବାହାର ରାଜ୍ୟ ବଜାରରେ ବିକ୍ରୀ କରିବାକୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା ା ସମୁଦ୍ରରୁ ମିଳୁଥିବା ମାଛମାନଙ୍କ ମଧ୍ୟରେ ଦାମିକା ମାଛ ତେଲିଆ ଶୀଳା ବା ତେଲିଆ । ଏହାକୁ ତରକାରୀ ଅପେକ୍ଷା ଔଷଧୀୟ, ମଦ୍ୟଶିଳ୍ପ ତଥା ମହିଳା ପ୍ରସାଧନ ଶିଳ୍ପରେ ବ୍ୟବହାର ହୋଇଥାଏ ।

ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରେ ଏମାନେ ସାଧାରଣତଃ ଦେଖାଯାଆନ୍ତି । ବଙ୍ଗୋପସାଗରେ ଏମାନଙ୍କର ପରିମାଣ କିଛି କମ୍‌ ନୁହେଁ। ଏହି ମାଛ ଗଭୀର ସମୁଦ୍ରରେ ରହୁଥିଲେ ମଧ୍ୟ ଅଣ୍ଡା ଦେବାକୁ ମୁହାଣକୁ ଆସି ଥାଆନ୍ତି ଓ ମତ୍ସ୍ୟଜୀବୀଙ୍କ ଜାଲରେ ପଡିିଥାଆନ୍ତି । ଅଧିକ ଦାମ ପାଇଁ ଏହି ମାଛର ହୃତପିଣ୍ଡକୁ ସମୁଦ୍ର ସ୍ବର୍ଣ୍ଣ କୁହାଯାଏ ା ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ହଙ୍ଗକଙ୍ଗ ଓ ଜାପାନରେ ଏହି ମାଛର ଚାହିଦା ଯଥେଷ୍ଟ ରହିଛି ା ମାଈମାଛ ଅପେକ୍ଷା ଅଣ୍ଡିରା ମାଛର ଚାହିଦା ଅଧିକ। ଏସିଆ ମହାଦେଶର କେତେକ ଅଂଚଳରେ ପାରମ୍ପରିକ ଟନିକ ପ୍ରସ୍ତୁତିରେ ଏହାର ତେଲ ଓ ଚର୍ବି ଲାଗିଥାଏ । ଏହି ମାଛକୁ ଖଣ୍ଡଖଣ୍ଡ କରି ଟାଣ ଖରା ବଦଳରେ ନରମ ଖରାରେ ଶୁଖାଇ ଏହା ଚର୍ବି ଅଂଶକୁ ସଂରକ୍ଷିତ କରାଯାଇଥାଏ । ଏଥିରୁ କେତେକ କ୍ୟାପସୁଲର ଉପର କୋଷ ତିଆରି ହେବା କଥା ମଧ୍ୟ ଜଣାଯାଇଛି ।

ଭ୍ରମଣଶୀଳ ମାଛ : ବମ୍ବେଡକ୍‌ ମାଛଟି ହୁଏତ କାହାରି ପାଇଁ ଅପରିଚିତ ହୋଇ ନପାରେ। ମାତ୍ର ଏକଥା ହୁଏତ ଅନେକେ ଜାଣି ନଥିବେ ଯେ, ଏହା ହେଉଛି ବୁଲାଟିଆ ମାଛ ବା ଭ୍ରମଣଶୀଳ ମାଛ। ଗୋଟିଏ ସ୍ଥାନରେ ଅଟ୍‌କି ରହିବା ଏମାନଙ୍କ ପକ୍ଷରେ ସହଜରେ ସମ୍ଭବ ହୋଇ ନଥାଏ। ଆରବ ସାଗରରୁ ବଙ୍ଗୋପସାଗର ପୁଣି ବଙ୍ଗୋପ ସାଗରର ଓଡ଼ିଶା ଉପକୂଳ ଧାମରା। ଏହା ଏକ ଅତି ବିଶାଳ ଗତିପଥ। ପ୍ରାୟ ୧୬ ଇଞ୍ଚ ଲମ୍ବର ଏହି ମାଛ ଏତେ ଦୂର କିପରି ଯାତ୍ରାକରେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବିଗତ କିଛିବର୍ଷ ହେବ ବିଭିନ୍ନ କାରଣରୁ ଧାମରା ମାଛଧରା ବନ୍ଦରକୁ ଇଲିଶମାନେ ବାଟ ହୁଡିଥିବା ବେଳେ ଅଧିକ ପରିମାଣର ବମ୍ବେଡକ୍‌ ଆସିବା ନିଶ୍ଚିତ ଭାବରେ ଏକ ଶୁଭ ସୂଚନା। ମୁଖ୍ୟତଃ ପ୍ରଜନନ ସମୟରେ ଆରବ ସାଗରରୁ ବଙ୍ଗୋପସାଗରକୁ ଆସି ଥାଆନ୍ତି। ନଭେମ୍ବରରୁ ଜାନୁଆରି ଶେଷ ପର୍ଯ୍ୟନ୍ତ ସମୁଦ୍ରରୁ ଏହି ମାଛ ଧରାଯାଏ। ଭଦ୍ରକ ଜିଲା ଧାମରାରେ ଏହି ପ୍ରଜାତିର ମାଛ ଦେଖାଯିବାକୁ ନେଇ ବିଭିନ୍ନ କଥା ଶୁଣାଯାଏ। ଯେମିତିକି ସୁନାମୀ ପରେ ବହୁଳ ଭାବେ ଏଠାକୁ ଏମାନଙ୍କର ସୁଅ ଛୁଟିଛି। ସ୍ଥାନୀୟ ଭାଷାରେ ଏହି ମାଛର ଡାକନାମ ନାଉଆ ା ଏମାନଙ୍କ ମାଛ ଅପେକ୍ଷା ଶୁଖୁଆର ଯଥେଷ୍ଟ ଚାହିଦା ରହିଛି ଆମ ରାଜ୍ୟ ତଥା ଦେଶ ବାହାରରେ ା ଏମାନଙ୍କର ବିଜ୍ଞାନ ନାମ ହାର୍ପଡନ ନେହେରିଅସ। ଏମାନେ ପଶ୍ଚିମ ଗୁଜୁରାଟ, ମୁମ୍ବାଇ, ଆରବ ସାଗରର କଚ୍ଛ, ଭାରତ ମହାସାଗରରୁ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଧରାହୋଇଥାଆନ୍ତି ା ଏମାନେ ବଙ୍ଗୋପସାଗରରେ ଅଳ୍ପ ପରିମାଣରେ ଦେଖାଯାଆନ୍ତି। ଏହାର ରଙ୍ଗ ବାଦାମୀ କିମ୍ବା ଧୁସର ହୋଇଥାଏ। ଏମାନଙ୍କ ଶରୀରରେ ଅଧିକ ପରିମାଣର ଜଳ ରହିଥାଏ। ଏହାର ଶରୀର ପତଳା। ଏମାନେ ସର୍ବାଧିକ ୧୬ଇଞ୍ଚ ଲମ୍ବ ପର୍ଯ୍ୟନ୍ତ ବଢ଼ିଥାନ୍ତି। ଏମାନଙ୍କର ପାଟି ବଡ, ଦାନ୍ତ ତୀକ୍ଷ୍ଣ ଓ ମୁନିଆ। ବିଭିନ୍ନ ପ୍ରକାର ଶାମୁକା ଓ ଛୋଟମାଛ ଏମାନଙ୍କର ଖାଦ୍ୟ। ଏଥିରେ ଓମେଗା-୩ ପଲି ଅନସାଚୁରେଟେଡ ଫ୍ୟାଟି ଏସିଡି ଓ ଲିପିଡି ରହିଛି। ପ୍ରତି ୧୦୦ଗ୍ରାମ ବମ୍ବେଡକ୍‌ ଶୁଖୁଆରେ ୧୯.୧ମିଲିଗ୍ରାମ ଲୌହ ଅଂଶ ରହିଛି। ବମ୍ବେଡକ୍‌ର ନାମକରଣକୁ ନେଇ ଏକ ରୋଚକ କଥା ଶୁଣିବାକୁ ମିଳିଥାଏ। ଇଂରେଜ ଶାସନ କାଳରେ ଆମ ଦେଶରେ ଏହାର ଶୁଖୁଆ ରେଳରେ ପଠାଯାଉଥିଲା। ଏହା ବମ୍ବେ ମେଲ ବା ଡାକ ଗାଡିରେ ଏକା କମ୍ପାର୍ଟମେଣ୍ଟରେ ଯାଉଥିବା ହେତୁ ଅନ୍ୟାନ୍ୟ ଦ୍ରବ୍ୟସାମଗ୍ରୀ ଯଥା- ଖବରକାଗଜ ଓ ଡାକ ଚିଠି ମଧ୍ୟ ଦୁର୍ଗନ୍ଧ କରୁଥିଲା। ଇଂରେଜ ଅଧିକାରୀମାନେ ଏହାକୁ ବମ୍ବେଡାକ୍‌ ବୋଲି କହୁଥିଲେ। ପରେ ଏହା ଅପଭ୍ରଂଶ ହୋଇ ବମ୍ବେଡକ୍‌ ହୋଇଥିବା ଅନୁମେୟ। ଏହି ମାଛକୁ ନେଇ ରହିଛି ଏକ କ୍ଷୁଦ୍ର ଇତିହାସ। ରବର୍ଟ କ୍ଲାଇବ ତାଙ୍କର ବେଙ୍ଗଲ ଅଧିକାର ସମୟରେ ପ୍ରଥମକରି ଏହାର ସ୍ବାଦ ଚାଖିଥିଲେ। ପରେ ଏହା ଉପରେ ପ୍ରଥମେ କର ବସାଇଥିଲେ ା

ବେଳେ ବେଳେ ଶାଙ୍କୁଚ : ଶାଙ୍କୁଚକୁ କେହିକେହି ମାଛ ବୋଲି କହୁଥିବା ବେଳେ ଆଉ କେହି ଏହା ସାମୁଦ୍ରିକ ଜୀବ ବୋଲି କହିଥାନ୍ତି। ଏକ ବୃହତ୍‌ ଠିକିରି (ତାସକାର୍ଡ଼ର ଚିହ୍ନ) ପଛରେ ଗୋଟିଏ ଲମ୍ବା ଦଉଡ଼ି ଭଳି ଲାଞ୍ଜ। ସେଥିଲାଗି ଏହାକୁ ଅନେକେ ମାଛ ବୋଲି କହି ନଥାନ୍ତି। ତେବେ ମତ୍ସ୍ୟଜୀବୀ ତଥା ମତ୍ସ୍ୟ ଗବେଷକଙ୍କ ଦୃଷ୍ଟିରେ ଏହା ଏକ ପ୍ରଜାତିର ମାଛ। ଏହା ଗଭୀର ସମୁଦ୍ରରେ ରହେ। ଖୁବ୍‌ କମ୍‌ ମଧୁର ଜଳକୁ ଆସେ। ମୁଖ୍ୟତଃ ଖାଦ୍ୟ ଅନ୍ବେଷଣରେ ଏହା ମୁହାଣ ନିକଟବର୍ତ୍ତୀ ହୋଇଥାଏ। ଆଉ ସେହି ସମୟରେ ଧୀବରର ଜାଲରେ ଧରା ପଡ଼ିଥାଏ। ଧାମ୍‌ରା ଅଞ୍ଚଳରେ କେବେକେବେ ବୃହତ୍‌ ଶାଙ୍କୁଚ ମାଛ ଜାଲରେ ପଡିଥିବାର ନଜୀର ରହିଛି। ଏହାକୁ ଧାମରାରୁ ଦୀଘା ଦେଇ ଚୀନକୁ ରପ୍ତାନୀ କରାଯାଏ। ଓଡ଼ିଶାରେ ଶାଙ୍କୁଚ ମାଛକୁ ଖାଦ୍ୟ ଭାବରେ ବ୍ୟବହାର କରାଯାଇଥିବାର ଦୃଷ୍ଟାନ୍ତ ପ୍ରାୟତଃ ନାହିଁ। ତେବେ ଏହାର ଲାଞ୍ଜର ବହୁ ଚାହିଦା ରହିଛି। ତନ୍ତ୍ରଶାସ୍ତ୍ରରେ ଶାଙ୍କୁଚ ଲାଞ୍ଜର ବ୍ୟବହାର କଥା ଉଲ୍ଲେଖ କରାଯାଇଛି। ଲୋକମାନେ ଭୂତପ୍ରେତ ଛଡାଇବା ଓ କୁଦୃଷ୍ଟିରୁ ରକ୍ଷା ପାଇବାକୁ ବ୍ୟବହାର କରନ୍ତି । ତେବେ ଚୀନ୍‌ରେ ଏହାର ସୁପ୍‌ ଓ ପକୋଡାର ବହୁ ଆଦର ରହିଛି। ଭାରତର ଦାକ୍ଷିଣାତ୍ୟରେ କେତେକ ସ୍ଥାନରେ ଏହାକୁ ଖାଦ୍ୟ ଭାବରେ ବ୍ୟବହାର କରାଯାଇଥାଏ।

କେରଳରୁ ମିଳିଲା ବିରଳ ମାଛ : କେରଳ ଉପକୂଳରୁ ଭାରତୀୟ ଏବଂ ବ୍ରିଟିଶ୍‌ ଗବେଷକମାନେ ଏକ ବିରଳ ପ୍ରଜାତିର ମାଛ ଠାବ କରିଥିଲେ। ତାହାକୁ ସେମାନେ ସ୍ନେକହେଡ ଫିସ୍‌ ପ୍ରଜାତିରେ ତାଲିକାଭୁକ୍ତ କରିବା ସହିତ ଏହାର ନାମ ରଖିଥିଲେ ‘ଆନିଗ୍‌ମାକାନା ଗୁଲ୍ଲମ୍‌’। ‘ଗୁଲ୍ଲମ’ ଶବ୍ଦଟିକୁ ସେମାନେ ‘ଦି ଲର୍ଡ଼ ଅଫ୍‌ ଦି ରିଙ୍ଗ୍‌ସ’ ଫିଲ୍ମରୁ ଆଣିଥିଲେ। ‘ଗୁଲ୍ଲମ’ ଶବ୍ଦଟି ମୁଖ୍ୟତଃ ରହସ୍ୟଜନକ ଜୀବଙ୍କୁ ପ୍ରତିନିଧିତ୍ୱ କରିଥାଏ। ଗବେଷକଙ୍କ କହିବା ଅନୁଯାୟୀ ଯେଉଁ ପ୍ରଜାତିର ମାଛ ଠାବ କରାଯାଇଛି ତାହା ମଧ୍ୟ କିଛି କମ୍‌ ରହସ୍ୟମୟ ନୁହେଁ। ଏହା ହେଉଛି ସମ୍ପୂର୍ଣ୍ଣ ଏକ ନୂଆ ପ୍ରଜାତିର ମାଛ। ୨୦୧୮ ମସିହାରେ କେରଳରେ ଭୟଙ୍କର ବନ୍ୟା ହୋଇଥିଲା। ବନ୍ୟା ସମୟରେ ମାଛଟି ଉପରକୁ ଚାଲିଆସି ଏକ ଧାନକ୍ଷେତରେ ଆଶ୍ରୟ ନେଇଥିଲା।
– ଅଶୋକ କୁମାର ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri