Posted inଫୁରସତ

ବ୍ୟକ୍ତିତ୍ୱ: ଭାରତୀୟ ନାରୀ ଲେଖିକା ନବନୀତା ଦେବସେନ୍‌

ଭାରତୀୟ ନାରୀ ଲେଖିକାଙ୍କ ମଧ୍ୟରେ ନବନୀତା ଦେବସେନ୍‌ ଏକ ଅତି ପରିଚିତ ନାମ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏହି ଲେଖିକା ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। କଲିକତାର ଏକ ବଙ୍ଗାଳୀ ପରିବାରରେ ୧୯୩୮ ମସିହା ଜାନୁୟାରୀ ୧୩ ତାରିଖରେ ତାଙ୍କର ଜନ୍ମ। ବାପା ନରେନ୍ଦ୍ର ଦେବ ଏବଂ ମା’ ରାଧାରାଣୀ ଦେବୀ – ଉଭୟେ ଥିଲେ ସେତେବେଳର ଜଣେଜଣେ ଖ୍ୟାତନାମା କବି। ବାପା ମା’ଙ୍କର ଏହି ସାହିତ୍ୟ ମନସ୍କତା ପିଲାଟି ବେଳୁ ନବନୀତାଙ୍କୁ ପ୍ରଭାବିତ କରିଥିଲା। ଆଉ ସେ ପିଲାଟି ବେଳରୁ ହିଁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ। ତାଙ୍କର ଆଉ ଏକ ପରିଚୟ- ସେ ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ସ୍ତ୍ରୀ।

ପାଠପଢ଼ା : ନବନୀତା ତାଙ୍କର ମାତୃଭାଷା ବଙ୍ଗଳାରେ ଶିକ୍ଷା ଆରମ୍ଭ କରିଥିଲେ। ସେ ପ୍ରେସିଡେନ୍ସି କଲେଜ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ କଲିକତାର ଯାଦବପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ଅଧିକ ଅଧ୍ୟୟନ ପାଇଁ ଚାଲିଯାଇଥିଲେ ହାଓ୍ବାର୍ଡ ୟୁନିଭର୍ସିଟି। ଇଣ୍ଡିଆନା ୟୁନିଭର୍ସିଟିରୁ ସେ ପିଏଚ୍‌.ଡି. ହାସଲ କଲେ। ଭାରତର ଭାଷାପ୍ରେମୀମାନଙ୍କ ତାଲିକାରେ ନବନୀତାଙ୍କ ନାମ ରହେ। ମାତୃଭାଷା ବଙ୍ଗଳା ବ୍ୟତୀତ ଇଂଲିଶ, ହିନ୍ଦୀ, ଓଡ଼ିଆ, ଅହମୀୟା, ଫ୍ରେଞ୍ଚ୍‌, ଜର୍ମାନ୍‌, ସଂସ୍କୃତ ତଥା ହିବ୍ରୁ ଭାଷାରେ ତାଙ୍କର ପ୍ରଚଣ୍ଡ ଦକ୍ଷତା ରହିଛି।

ବିବାହ : ୧୯୫୯ରେ ସେ ଅମର୍ତ୍ତ୍ୟ ସେନ୍‌ଙ୍କୁ ବିବାହ କଲେ। ଏହି ଦମ୍ପତିଙ୍କ କୋଳରେ ଦୁଇଗୋଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। ସେମାନେ ହେଉଛନ୍ତି ଅନ୍ତରା ଦେବ ସେନ୍‌ ଏବଂ ନନ୍ଦନା ସେନ୍‌। ତେବେ ୧୯୭୬ରେ ଅମର୍ତ୍ତ୍ୟ ଓ ନବନୀତା ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ନବନୀତା ଉଚ୍ଚ ଶିକ୍ଷା ପାଇଁ ବିଦେଶ ଚାଲିଯିବା ସହିତ ଜଣେ ଲେଖିକା ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର ପ୍ରଚେଷ୍ଟା ଆରମ୍ଭ କରିଦେଲେ। ଆଉ ସେଥିରେ ସେ ସଫଳ ହୋଇଥିଲେ ମଧ୍ୟ।

ପାଳିତା କନ୍ୟା ସହ ନବନୀତା : ସମ୍ପ୍ରତି କଲିକତା ହେଉଛି ନବନୀତା ଦେବ ସେନ୍‌ଙ୍କ ସ୍ଥାୟୀ ଠିକଣା। ସେ ତାଙ୍କର ପୈତୃକ ଘର ‘ଭାଲୋ-ବାସା’ର ଅନ୍ତେବାସୀ। ସୂଚେଇ ଦିଆଯାଇପାରେ ଯେ, ଏହି ଘରେ ସେ ଜନ୍ମ ହୋଇଥିଲେ। ତେଣୁ ଏହା ତାଙ୍କର ସବୁଠୁ ବେଶି ପ୍ରିୟ। ଏ ଘରେ ତାଙ୍କ ସହିତ ଅଛନ୍ତି ତାଙ୍କର ପାଳିତା କନ୍ୟା ଶ୍ରାବସ୍ତୀ ବସୁ। ଶ୍ରାବସ୍ତୀ ହେଉଛନ୍ତି ନବନୀତାଙ୍କର ଜଣେ ଅତି ଘନିଷ୍ଠ ବନ୍ଧୁଙ୍କ କନ୍ୟା। ବ୍ୟକ୍ତିଗତ ଜୀବନରେ ଶ୍ରାବସ୍ତୀ ଜଣେ ସାମାଜସେବୀ। ସେ ଲେସବିଆନ୍‌ (ମହିଳା ସମଲିଙ୍ଗୀ) ରାଇଟ୍ସ ଏବଂ ସିଙ୍ଗିଲ ପ୍ୟାରେଣ୍ଟସ୍‌ ରାଇଟ୍‌ ଉପରେ କାର୍ଯ୍ୟ କରୁଛନ୍ତି।

ବିଦେଶରେ ନବନୀତା : ଜଣେ ଲେଖିକା ତଥା ପ୍ରାଧ୍ୟାପିକା ଭାବରେ ନବନୀତା ମୁଖ୍ୟତଃ ବିଦେଶରେ ହିଁ କାର୍ଯ୍ୟ ଆରମ୍ଭ କରିଥିଲେ। ଆମେରିକା, ଇଟାଲୀ, ଜେରୁଜେଲ୍‌ମ୍‌ ଆଦି ସ୍ଥାନରେ ସେ ଜଣେ ଘରୋଇ ଲେଖକ ବା ରାଇଟର ଇନ୍‌ ରେସିଡେନ୍ସ ଭାବରେ କାର୍ଯ୍ୟ କରିଛନ୍ତି। ହାଓ୍ବାର୍ଡ, କର୍ନେଲ, ରୁଜର୍ସ, କଲମ୍ବିଆ, ସ୍ମିଥ୍‌ କଲେଜ୍‌, ଶିକାଗୋ, ଟରଣ୍ଟୋ, ୟର୍କ ଆଦିରେ ସେ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ଏତଦ୍‌ବ୍ୟତୀତ, ମେକ୍ସିକୋ, ଇଂଲଣ୍ଡ, ଜର୍ମାନୀ, ଫ୍ରାନ୍ସ ଏବଂ ଜାପାନରେ ଜଣେ ପ୍ରଫେସର ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

ସାହିତ୍ୟ କୃତି : ଏ ଯାବତ୍‌ ନବନୀତାଙ୍କର ୮୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି। ସେଥିମଧ୍ୟରେ ରହିଛି କବିତା, ଉପନ୍ୟାସ, ଗପ, ନାଟକ, ସାହିତ୍ୟ ସମାଲୋଚନା, ପ୍ରବନ୍ଧ, ଭ୍ରମଣ କାହାଣୀ, ହାସ୍ୟବ୍ୟଙ୍ଗ, ଅନୁବାଦ ଏବଂ ଶିଶୁଲେଖା। ‘ପ୍ରଥମ ପ୍ରତ୍ୟୟ’ ହେଉଛି ତାଙ୍କର ପ୍ରଥମ ପ୍ରକାଶିତ କବିତା ସଂକଳନ। ଏହା ୧୯୫୯ରେ ପ୍ରକାଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?