Posted inଖେଳ

ମହିଳା ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଇଦୁଲଜୀ, ଶାନ୍ତାଙ୍କ ଆପତ୍ତି

ନୂଆଦିଲ୍ଲୀ,୧୯।୧୦(ପି.ଟି.)- କ୍ରିକେଟ ପ୍ରଶାସକ କମିଟି (ସିଓଏ) ସଦସ୍ୟା ଡାଏନା ଇଦୁଲଜୀ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନୂଆ ଆପେକ୍ସ କାଉନ୍‌ସିଲ ସଦସ୍ୟା ଶାନ୍ତା ରଙ୍ଗାସ୍ବାମୀ ଭାରତୀୟ ମହିଳା କ୍ରିକେଟ ଦଳର ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଅସନ୍ତୋଷ ଜାହିର କରିବା ସହ ଆପତ୍ତି ଉଠାଇଛନ୍ତି। ଷ୍ଟାଫ୍‌ଙ୍କ ନିଯୁକ୍ତି ଅଣ ସାମ୍ବିଧାନିକ ବୋଲି ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ରାହୁଲ ଜୋହରୀଙ୍କୁ ଏହି ଦୁଇ ମହିଳା ପ୍ରଶାସିକା ଚିଠି ଲେଖି ଜଣାଇଛନ୍ତି।
କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର (ଜିଏମ୍‌) ସବା କରିମ ମହିଳା କ୍ରିକେଟର ଇନ୍‌ ଚାର୍ଜ ଅଛନ୍ତି ଓ ତାଙ୍କୁ ଏହି ନିଯୁକ୍ତି ନେଇ ଦାୟୀ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ହେମଲତା କାଲାଙ୍କ ନେତୃତ୍ୱାଧୀନ ଚୟନ କମିଟି ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପ୍ରକ୍ରିୟାରେ ଅଣଦେଖା ହେଉଥିବାର ଅଭିଯୋଗ ଆଣି ସିଇଓଙ୍କୁ ଚିଠି ଲେଖିଥିଲେ। ବିସିସିଆଇ ସମ୍ବିଧାନ ଅନୁସାରେ ଚୟନକର୍ତ୍ତାମାନେ ହିଁ ପୁରୁଷ ଓ ମହିଳା ଦଳ ପାଇଁ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରିଥାନ୍ତି। ଏହି ପ୍ରକ୍ରିୟା ପୁରୁଷ ଦଳ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ପ୍ରକ୍ରିୟାରେ ଅନୁସରଣ କରାଯାଇଥିଲା। ମହିଳା ଦଳର ବୋଲିଂ ଓ ଫିଲ୍ଡିଂ କୋଚ୍‌ ନିଯୁକ୍ତିରେ ଚୟନକର୍ତ୍ତାଙ୍କୁ ଅନ୍ଧାରରେ ରଖାଯାଇଥିଲା। କେବଳ ମାତ୍ର ଭିଡିଓ ଆନାଲିଷ୍ଟ ସାକ୍ଷାତକାର ନେବାକୁ କୁହାଯାଇଥିଲା ଓ ଏହି ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଥିଲା। ଏହି ସମ୍ପୂର୍ଣ୍ଣ ପ୍ରକରଣରେ ନିୟମର ଉଲ୍ଲଂଘନ ହୋଇଛି ବୋଲି ଇଦୁଲଜୀ ଓ ରଙ୍ଗାସ୍ବାମୀ କହିଛନ୍ତି। ଏନ୍‌ସିଏ ବୋଲିଂ କୋଚ୍‌ ନରେନ୍ଦ୍ର ହିରଓ୍ବାନୀ ଓ ଟି. ଦିଲୀପ ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍‌ ହିସାବରେ ଭାରତୀୟ ଦଳ ସହ ଓ୍ବେଷ୍ଟଇଣ୍ଡିଜ ଗସ୍ତ କରିବେ। ଏହି ବିବାଦରେ ସବା କରିମ୍‌ଙ୍କୁ ମୁଖ୍ୟ ବୋଲି କୁହାଯାଉଥିବା ବେଳେ ସେ କିଛି ମତାମତ ଦେଇନାହାନ୍ତି। ସିଇଓଙ୍କୁ ଇମେଲ୍‌ ପଠାଯାଇଥିବାରୁ ସେ ହିଁ ଏ ସଂକ୍ରାନ୍ତରେ କିଛି କହିପାରିବେ ବୋଲି କରିମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

ଚାମେଲିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ସମାବେଶ:ଥାନା ସମ୍ମୁଖରେ ପୋଲିସ ପଇଁତରା

ମହାକାଳପଡ଼ା,୧୩।୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡ଼ିଓ ଚାମ୍ବରରେ ତିଖିରୀ ସରପଞ୍ଚ ଚାମେଲୀ ଓଝା ଭିଡ଼ିଓ ରେକର୍ଡକୁ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ…

୭ ମାସର ଗର୍ଭବତୀ ପରେ ପ୍ରେମିକାଙ୍କୁ ପ୍ରତାରଣା; ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ …

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୀର୍ଘଦିନ ଧରି ଭଲ ପାଉଥିଲେ ପଡୋଶୀ ଗଁ…

ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଜାହାଜ ‘ଲିଆକି ଫ୍ରିଡମ’ ଉପରେ ଆମେରିକାର ଆକ୍ରମଣ? MEA କଲା ସ୍ପଷ୍ଟ

ନୂଆଦିଲ୍ଲୀ,୧୩।୬: ଓମାନ ଉପକୂଳରେ ‘ଲିଆକି ଫ୍ରିଡମ’ନାମକ ଜାହାଜ ଭାରତୀୟ କ୍ରୁ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ପ୍ରକାଶ ପାଇବା ପରେ, ଜାହାଜ ଉପରେ ଆକ୍ରମଣର ଗୁଜବ…

ଅଭିଷେକ ବାନାର୍ଜୀଙ୍କ ଘରେ ବେଙ୍ଗଲ ପୋଲିସର ଚଢାଉ, ଚିନ୍ତାରେ ମମତା!

କୋଲକାତା,୧୩।୬: ଶନିବାର ସକାଳେ ସାଲବୋନି ପୋଲିସ ଷ୍ଟେଶନର କର୍ମଚାରୀ ଏବଂ କୋଲକାତା ପୋଲିସର ଏକ ବଡ଼ ଦଳ ତୃଣମୂଳ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri