Posted inଖେଳ

ମହିଳା ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ ‘ବି’କୁ ଜିତାଇଲେ ଓଡ଼ିଶାର ସୁଶ୍ରୀ

କଟକ ଅଫିସ, ୬ା୧-  ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୩ ଉଇକେଟ ସଫଳତା ବଳରେ ଇଣ୍ଡିଆ ‘ବି’ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ପ୍ରଥମ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଇଣ୍ଡିଆ-ବି’ ୪ ରନ୍‌ରେ ଇଣ୍ଡିଆ-ସି’କୁ ପରାସ୍ତ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ ସୁଶ୍ରୀ। ସୋମବାର ଇଣ୍ଡିଆ-ସି’ ଓ ଇଣ୍ଡିଆ-ଏ’ ଦଳ ମଧ୍ୟରେ ମୁକାବିଲା ହେବ।
ବେଦ କ୍ରୀଷ୍ଣମୂର୍ତ୍ତିଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ସି’ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଣ୍ଡିଆ-ସି’ ଦଳରେ ଓଡ଼ିଶାର ମାଧୁରୀ ମେହେଟା ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ଏହି ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି’ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ତେବେ ଅଦିନିଆ ବର୍ଷା ଯୋଗୁ ଧିମା ହୋଇଯାଇଥିବା ବାରବାଟୀ ପିଚ୍‌ରେ ବଡ଼ ଶଟ୍‌ ଖେଳିବା ସହଜ ହୋଇ ନ ଥିଲା। ୬ ରନ୍‌ କରିଥିବା ବେଳେ ଇଣ୍ଡିଆ-ବି’ର ଅଧିନାୟିକା ତଥା ଓପ୍‌ନର ସ୍ମୃତି ଆଉଟ ହୋଇଥିଲେ। ମୋନିକା ଶର୍ମାଙ୍କ ବଲରେ ଉଇକେଟ କିପର ନୁଜହତ ପରୱିନ୍‌ଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ ସ୍ମୃତି। ପରେ କ୍ରିଜ୍‌କୁ ଆସିଥିବା ଭାରତୀୟ ଦଳର ଧୂଆଁଧାର ବ୍ୟାଟ୍ସଓମ୍ୟାନ ଜେମିହା ରୋଡ୍ରିଗ୍ବେଜ ୧ ରନ୍‌ରେ ଅରୁନ୍ଧତୀ ରେଡ୍ଡୀଙ୍କ ବଲରେ କ୍ୟାଚ୍‌ଆଉଟ ହୋଇଥିଲେ। ଦଳର ମଧ୍ୟକ୍ରମ ବ୍ୟାଟ୍ସଓମ୍ୟାନ ରିଚା ଘୋଷ୍‌ ସର୍ବାଧିକ ୨୫ ରନ୍‌ କରିଥିଲେ। ଅନ୍ୟତମ ଓପ୍‌ନର ଭେଲାସ୍ବାମୀ ଭନିଥା ୧୧, ଅନୁଜା ପାଟିଲ ୧୧, ଶିଖା ପାଣ୍ଡେ ୧୫, ପୂଜା ବସ୍ତ୍ରକାର ୪ ଓ ତନୁଜା କନ୍‌ୱର ୭ ରନ୍‌ କରିଥିଲେ। ୯ନଂ ବ୍ୟାଟିଂ କ୍ରମରେ ଆସି ସୁଶ୍ରୀ ଗୋଟିଏ ଚୌକା ବଳରେ ଉପଯୋଗୀ ୮ ରନ୍‌ କରିଥିଲେ। ଫଳରେ ଇଣ୍ଡିଆ-ବି’ ୨୦ ଓଭରରେ ୮ ଉଇକେଟ ବିନିମୟରେ ୯୪ ରନ୍‌ କରିଥିଲା। ଇଣ୍ଡିଆ-ସି’ ପକ୍ଷରୁ ରାଜେଶ୍ୱରୀ ଗାଏକ୍ବାଡ ୪ ଓଭର ବୋଲିଂ କରି ୭ ରନ୍‌ ବିନିମୟରେ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ। ମୋନିକା, ଅରୁନ୍ଧତୀ ଓ ତନୁଶ୍ରୀ ସରକାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
୯୫ ରନ୍‌ର ବିଜୟଲକ୍ଷ୍ୟ ପିଛା କରି ଇଣ୍ଡିଆ-ସି’ ପୂରା ୨୦ ଓଭର ଖେଳିଥିଲେ ହେଁ ୮ ଉଇକେଟ ହରାଇ ୯୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପାୱାର ପ୍ଲେ ତଥା ପ୍ରଥମ ୬ ଓଭରରେ ଇଣ୍ଡିଆ-ସି’ ୨ ଉଇକେଟ ହରାଇ ୩୨ ରନ୍‌ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ବ୍ୟାଟିଂ ବିଫଳତା ଯୋଗୁ ପରାଜିତ ହୋଇଥିଲା। ୪୦ ରନ୍‌ରେ ୨ଟି ଉଇକେଟ ହରାଇଥିବା ଇଣ୍ଡିଆ-ସି’ ଦଳ ଆଉ ୧୭ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଇଣ୍ଡିଆ-ସି’ ଅଧିନାୟିକା ବେଦ କ୍ରୀଷ୍ଣମୂର୍ତ୍ତିଙ୍କୁ ଆଉଟ କରି ଇଣ୍ଡିଆ-ବି’କୁ ବଡ଼ ସଫଳତା ଦେଇଥିଲେ ଓଡ଼ିଆ ଝିଅ ସୁଶ୍ରୀ। ଏହାଛଡ଼ା ଅରୁନ୍ଧତୀ ରେଡ୍ଡୀ ଓ ଭୃଷାଲି ଭଗତ ମଧ୍ୟ ସୁଶ୍ରୀଙ୍କ ଶିକାର ହୋଇଥିଲେ। ଦଳ ପକ୍ଷରୁ ଦୟଲାନ ହେମଲତା ସର୍ବାଧିକ ୨୦, ତନୁଶ୍ରୀ ସରକାର ୧୮, ଶେଫାଳି ବର୍ମା ୧୬ ରନ୍‌ କରିଥିବାବେଳେ ଅନ୍ୟ କେହି ଖେଳାଳି ୨ ଅଙ୍କ ଛୁଇଁପାରି ନ ଥିଲେ। ନିଜ ୪ ଓଭର ସ୍ପେଲ୍‌ରେ ୧୫ ରନ୍‌ ବିନିମୟରେ ୩ଟି ଉଇକେଟ ନେଇଥିଲେ ସୁଶ୍ରୀ। ଶିଖା ପାଣ୍ଡେ, ଅନୁଜା ପାଟିଲ ଓ ତନୁଜା କନ୍‌ୱାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri