Posted inଖେଳ

ମହିଳା ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ ‘ବି’କୁ ଜିତାଇଲେ ଓଡ଼ିଶାର ସୁଶ୍ରୀ

କଟକ ଅଫିସ, ୬ା୧-  ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୩ ଉଇକେଟ ସଫଳତା ବଳରେ ଇଣ୍ଡିଆ ‘ବି’ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ପ୍ରଥମ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଇଣ୍ଡିଆ-ବି’ ୪ ରନ୍‌ରେ ଇଣ୍ଡିଆ-ସି’କୁ ପରାସ୍ତ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ ସୁଶ୍ରୀ। ସୋମବାର ଇଣ୍ଡିଆ-ସି’ ଓ ଇଣ୍ଡିଆ-ଏ’ ଦଳ ମଧ୍ୟରେ ମୁକାବିଲା ହେବ।
ବେଦ କ୍ରୀଷ୍ଣମୂର୍ତ୍ତିଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ସି’ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଣ୍ଡିଆ-ସି’ ଦଳରେ ଓଡ଼ିଶାର ମାଧୁରୀ ମେହେଟା ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ଏହି ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ବି’ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ତେବେ ଅଦିନିଆ ବର୍ଷା ଯୋଗୁ ଧିମା ହୋଇଯାଇଥିବା ବାରବାଟୀ ପିଚ୍‌ରେ ବଡ଼ ଶଟ୍‌ ଖେଳିବା ସହଜ ହୋଇ ନ ଥିଲା। ୬ ରନ୍‌ କରିଥିବା ବେଳେ ଇଣ୍ଡିଆ-ବି’ର ଅଧିନାୟିକା ତଥା ଓପ୍‌ନର ସ୍ମୃତି ଆଉଟ ହୋଇଥିଲେ। ମୋନିକା ଶର୍ମାଙ୍କ ବଲରେ ଉଇକେଟ କିପର ନୁଜହତ ପରୱିନ୍‌ଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ ସ୍ମୃତି। ପରେ କ୍ରିଜ୍‌କୁ ଆସିଥିବା ଭାରତୀୟ ଦଳର ଧୂଆଁଧାର ବ୍ୟାଟ୍ସଓମ୍ୟାନ ଜେମିହା ରୋଡ୍ରିଗ୍ବେଜ ୧ ରନ୍‌ରେ ଅରୁନ୍ଧତୀ ରେଡ୍ଡୀଙ୍କ ବଲରେ କ୍ୟାଚ୍‌ଆଉଟ ହୋଇଥିଲେ। ଦଳର ମଧ୍ୟକ୍ରମ ବ୍ୟାଟ୍ସଓମ୍ୟାନ ରିଚା ଘୋଷ୍‌ ସର୍ବାଧିକ ୨୫ ରନ୍‌ କରିଥିଲେ। ଅନ୍ୟତମ ଓପ୍‌ନର ଭେଲାସ୍ବାମୀ ଭନିଥା ୧୧, ଅନୁଜା ପାଟିଲ ୧୧, ଶିଖା ପାଣ୍ଡେ ୧୫, ପୂଜା ବସ୍ତ୍ରକାର ୪ ଓ ତନୁଜା କନ୍‌ୱର ୭ ରନ୍‌ କରିଥିଲେ। ୯ନଂ ବ୍ୟାଟିଂ କ୍ରମରେ ଆସି ସୁଶ୍ରୀ ଗୋଟିଏ ଚୌକା ବଳରେ ଉପଯୋଗୀ ୮ ରନ୍‌ କରିଥିଲେ। ଫଳରେ ଇଣ୍ଡିଆ-ବି’ ୨୦ ଓଭରରେ ୮ ଉଇକେଟ ବିନିମୟରେ ୯୪ ରନ୍‌ କରିଥିଲା। ଇଣ୍ଡିଆ-ସି’ ପକ୍ଷରୁ ରାଜେଶ୍ୱରୀ ଗାଏକ୍ବାଡ ୪ ଓଭର ବୋଲିଂ କରି ୭ ରନ୍‌ ବିନିମୟରେ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ। ମୋନିକା, ଅରୁନ୍ଧତୀ ଓ ତନୁଶ୍ରୀ ସରକାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।
୯୫ ରନ୍‌ର ବିଜୟଲକ୍ଷ୍ୟ ପିଛା କରି ଇଣ୍ଡିଆ-ସି’ ପୂରା ୨୦ ଓଭର ଖେଳିଥିଲେ ହେଁ ୮ ଉଇକେଟ ହରାଇ ୯୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପାୱାର ପ୍ଲେ ତଥା ପ୍ରଥମ ୬ ଓଭରରେ ଇଣ୍ଡିଆ-ସି’ ୨ ଉଇକେଟ ହରାଇ ୩୨ ରନ୍‌ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ବ୍ୟାଟିଂ ବିଫଳତା ଯୋଗୁ ପରାଜିତ ହୋଇଥିଲା। ୪୦ ରନ୍‌ରେ ୨ଟି ଉଇକେଟ ହରାଇଥିବା ଇଣ୍ଡିଆ-ସି’ ଦଳ ଆଉ ୧୭ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଇଣ୍ଡିଆ-ସି’ ଅଧିନାୟିକା ବେଦ କ୍ରୀଷ୍ଣମୂର୍ତ୍ତିଙ୍କୁ ଆଉଟ କରି ଇଣ୍ଡିଆ-ବି’କୁ ବଡ଼ ସଫଳତା ଦେଇଥିଲେ ଓଡ଼ିଆ ଝିଅ ସୁଶ୍ରୀ। ଏହାଛଡ଼ା ଅରୁନ୍ଧତୀ ରେଡ୍ଡୀ ଓ ଭୃଷାଲି ଭଗତ ମଧ୍ୟ ସୁଶ୍ରୀଙ୍କ ଶିକାର ହୋଇଥିଲେ। ଦଳ ପକ୍ଷରୁ ଦୟଲାନ ହେମଲତା ସର୍ବାଧିକ ୨୦, ତନୁଶ୍ରୀ ସରକାର ୧୮, ଶେଫାଳି ବର୍ମା ୧୬ ରନ୍‌ କରିଥିବାବେଳେ ଅନ୍ୟ କେହି ଖେଳାଳି ୨ ଅଙ୍କ ଛୁଇଁପାରି ନ ଥିଲେ। ନିଜ ୪ ଓଭର ସ୍ପେଲ୍‌ରେ ୧୫ ରନ୍‌ ବିନିମୟରେ ୩ଟି ଉଇକେଟ ନେଇଥିଲେ ସୁଶ୍ରୀ। ଶିଖା ପାଣ୍ଡେ, ଅନୁଜା ପାଟିଲ ଓ ତନୁଜା କନ୍‌ୱାରଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri