ମହିଳାଙ୍କୁ ମାଡ଼ ମାରି ତଡ଼ିଦେଲେ ଶାଶୁଘର ଲୋକେ: ଅଭିଯୋଗ ପରେ ଶିଶୁପୁତ୍ର ଫେରିପାଇଲେ ମା

ବିଞ୍ଝାରପୁର,୭|୯(ଡି.ଏନ.ଏ)- ଜଣେ ମହିଳାଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ନିସ୍ତୁକ ମାଡ ମାରି ଘରୁ ବାହାର କରିଦେବା ସହିତ ତାଙ୍କଠାରୁ ବର୍ଷକର ଶିଶୁକୁ ଛଡ଼ାଇ ରଖିବା ଭଳି ଘଟଣା ବିଞ୍ଝାରପୁର ବ୍ଲକରେ ଦେଖିବାକୁ ମିଳିଛି। ଏ ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହେବା ପରେ ବି ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡ଼ିଛି।
ମଙ୍ଗଳପୁର ଥାନା ଷାଠିବାଟି ଅଞ୍ଚଳର ଅଲେଖ ମଲ୍ଲିକଙ୍କ ଝିଅ କାଜଲ(୨୧) ଦୁଇ ବର୍ଷ ପୂର୍ବରୁ ବିଞ୍ଝାରପୁର ଥାନା ପ୍ରୀତିପୁର ପଞ୍ଚାୟତର ଭାଗବତ ମଲ୍ଲିକଙ୍କ ପୁଅ ସୁରେନ୍ଦ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିବାବେଳେ ବିବାହ ପରେ ଅଧିକ ୧୦ହଜାର ଟଙ୍କା ଦାବି କରି ଶାଶୁଘର ଲୋକେ କାଜଲଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଗୁରୁବାର ଏହି ଘଟଣାକୁ କେନ୍ଦ୍ରକରି କାଜଲଙ୍କ ସ୍ବାମୀ, ଶାଶୁ ଓ ନଣନ୍ଦ କାଜଲଙ୍କ ବର୍ଷକର ଶିଶୁପୁତ୍ରକୁ ରଖି କାଜଲଙ୍କୁ ପିଟି ପିଟି ତଡି ଦେଇଥିଲେ। ଏହାପରେ କାଜଲ ଭୟଭୀତ ହୋଇ ଅଳକୁଣ୍ଡ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ପକ୍ଷରୁ କାଜଲଙ୍କ ଶାଶୁ ଘର ଲୋକଙ୍କୁ ଡକାଯାଇଥିଲେ ମଧ୍ୟ ସେମାନେ ପୋଲିସ କଥା ଶୁଣି ନ ଥିଲେ କିମ୍ବା କାଜଲଙ୍କୁ ଶିଶୁପୁତ୍ରକୁ ଦେଇ ନ ଥିଲେ। ଗୁରୁବାର ସନ୍ଧ୍ୟାରେ କାଜଲ ବିଞ୍ଝାରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ କାଜଲଙ୍କ ଶାଶୁଘରୁ ତାଙ୍କ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ କାଜଲଙ୍କୁ ଦିଆଯାଇଥିଲା। ମାତ୍ର ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରିବର୍ତ୍ତେ କାଜଲଙ୍କ ଶାଶୁଘର ଲୋକଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଶୁକ୍ରବାର କାଜୋଲଙ୍କ ଶାଶୁଘରକୁ ଯାଇ ସେ ବିବାହ ସମୟରେ ଆଣିଥିବା ଯୌତୁକକୁ ତାଙ୍କ ବାପଘରକୁ ପଠାଇ ଦେଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଞ୍ଝାରପୁର ଥାନାରେ ଏକ ମାମଲା (ନଂ. ୨୧୯/୧୯ ) ରୁଜୁ ହୋଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ। ଫଳରେ ପୋଲିସ ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଘଟଣା ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଏଏସଆଇ ଅଶୋକ କୁମାର ସ୍ବାଇଁଙ୍କୁ ପଚାରିବାରୁ, ଏହି ଘଟଣାରେ ମାମଲା ରୁଜୁ ହୋଇଛି। ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri