ମହାପ୍ରଭୁଙ୍କ ପାଇଁ ମାମୁଘରୁ ଆସିବ ପୋଢୁଆଁ ବସ୍ତ୍ର

ପୁରୀ ଅଫିସ, ୨୪।୯: କଟକ ଜିଲା ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଁଘର ବୋଲି ଲୋକମୁଖରେ ପରିଚିତ। ତେଣୁ ପ୍ରଥମାଷ୍ଟମୀରେ ପୋଢୁଆଁ ବସ୍ତ୍ର ଓ ସାମଗ୍ରୀ ଗ୍ରହଣ କରିବା ପାଇଁ ଜଗତ୍‌ସିଂହପୁରସ୍ଥିତ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ଏବଂ ଶ୍ରୀ ଶ୍ରୀମାଧବାନନ୍ଦଜୀଉ ଦେବୋତ୍ତର କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି। ଗତ ମାସ ୨୫ତାରିଖରେ ଦେବୋତ୍ତର କାର୍ଯ୍ୟାଳୟ ଏବଂ ସୋମବାର ସୁରକ୍ଷା ଅଭିଯାନ ମୁଖ୍ୟ ପ୍ରଶାସକଙ୍କୁ ଏହି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି।
ଏଥିରେ ଦର୍ଶାଯାଇଛି ଯେ, ମାଧବାନନ୍ଦଜୀଉ ମନ୍ଦିର ମହାପ୍ରଭୁଙ୍କ ମାମୁଁଘର ବୋଲି ଆମ ସଂସ୍କୃତିରେ ପରିଚିତ ଓ ଉଚ୍ଚାରିତ। ଶ୍ରୀମନ୍ଦିର ନୀତିକାନ୍ତିରେ ମାମୁଁଘର ପରମ୍ପରାର ପୁନଃ ପ୍ରଚଳନର ଗୁରୁତ୍ୱ ରହିଛି। ଜଗନ୍ନାଥ ସଂସ୍କୃତିର ଆଦ୍ୟ କାଳରୁ ମାଧବାନନ୍ଦ ଜୀଉ ମନ୍ଦିର ତରଫରୁ ପ୍ରତିବର୍ଷ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ଦିନ ମାମୁଁ ଭାର ଶ୍ରୀମନ୍ଦିରକୁ ଯାଏ। ସେଥିଲାଗି ମାଧବାନନ୍ଦଙ୍କ ମନ୍ଦିରରେ ସ୍ବତନ୍ତ୍ର ମହୋତ୍ସବ ହୁଏ। କାଳକ୍ରମେ ମୋଗଲମାନେ ଶ୍ରୀମନ୍ଦିର ଆକ୍ରମଣ କରିବା ଯୋଗୁ ଠାକୁରମାନେ ବାରମ୍ବାର ଶ୍ରୀମନ୍ଦିର ଛାଡ଼ିି ଦୀର୍ଘ ସମୟ ବାହାରେ ରହିଥିଲେ। ଫଳରେ ସେବେଠାରୁ ପୋଢୁଆଁ ଅଷ୍ଟମୀ ପ୍ରଥା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଶ୍ରୀଜଗନ୍ନାଥ ସଂସ୍କୃତିପ୍ରେମୀ ଭକ୍ତଗଣ, ବୁଦ୍ଧିଜୀବୀ, ମାଧବାନନ୍ଦ ଜୀଉ ମନ୍ଦିର ପ୍ରଶାସକ, ଛତିଶୀ ନିଯୋଗୀ, ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ସେହି ପ୍ରଥାକୁ ପୁନଃ ପ୍ରଚଳନ କରିବା ନିମନ୍ତେ ଇଚ୍ଛାପ୍ରକାଶ କରିଛନ୍ତି। ଆସନ୍ତା ନଭେମ୍ବର ୧୯ ତାରିଖ ସପ୍ତମୀ ଦିନ ମହାପ୍ରଭୁଙ୍କ ଲାଗି ଅଙ୍ଗବସ୍ତ୍ର ସହିତ ଅନ୍ୟାନ୍ୟ ସେବା ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଜରିଆରେ ଦେବା ପାଇଁ ସ୍ଥିର କରିଛନ୍ତି। ସେଥିଲାଗି ପ୍ରଚଳିତ ବିଧି ଅନୁସାରେ ପାଉଣା ଓ ମାହାସୁଲ ବାବଦ ଅର୍ଥରାଶି ଦାଖଲ କରିବା ପାଇଁ ମଧ୍ୟ ଇଚ୍ଛୁକ। ତେଣୁ ମାମୁଁ ଭାର ଗ୍ରହଣ କରି ଆସନ୍ତା ନଭେମ୍ବର ୨୦ ତାରିଖ ଅଷ୍ଟମୀ ଦିନ ଠାକୁରମାନଙ୍କ ଅଙ୍ଗ ଲାଗି କରାଇବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri