ମହାପ୍ରଭୁଙ୍କ ପାଇଁ ମାମୁଘରୁ ଆସିବ ପୋଢୁଆଁ ବସ୍ତ୍ର

ପୁରୀ ଅଫିସ, ୨୪।୯: କଟକ ଜିଲା ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାମୁଁଘର ବୋଲି ଲୋକମୁଖରେ ପରିଚିତ। ତେଣୁ ପ୍ରଥମାଷ୍ଟମୀରେ ପୋଢୁଆଁ ବସ୍ତ୍ର ଓ ସାମଗ୍ରୀ ଗ୍ରହଣ କରିବା ପାଇଁ ଜଗତ୍‌ସିଂହପୁରସ୍ଥିତ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ଏବଂ ଶ୍ରୀ ଶ୍ରୀମାଧବାନନ୍ଦଜୀଉ ଦେବୋତ୍ତର କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି। ଗତ ମାସ ୨୫ତାରିଖରେ ଦେବୋତ୍ତର କାର୍ଯ୍ୟାଳୟ ଏବଂ ସୋମବାର ସୁରକ୍ଷା ଅଭିଯାନ ମୁଖ୍ୟ ପ୍ରଶାସକଙ୍କୁ ଏହି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି।
ଏଥିରେ ଦର୍ଶାଯାଇଛି ଯେ, ମାଧବାନନ୍ଦଜୀଉ ମନ୍ଦିର ମହାପ୍ରଭୁଙ୍କ ମାମୁଁଘର ବୋଲି ଆମ ସଂସ୍କୃତିରେ ପରିଚିତ ଓ ଉଚ୍ଚାରିତ। ଶ୍ରୀମନ୍ଦିର ନୀତିକାନ୍ତିରେ ମାମୁଁଘର ପରମ୍ପରାର ପୁନଃ ପ୍ରଚଳନର ଗୁରୁତ୍ୱ ରହିଛି। ଜଗନ୍ନାଥ ସଂସ୍କୃତିର ଆଦ୍ୟ କାଳରୁ ମାଧବାନନ୍ଦ ଜୀଉ ମନ୍ଦିର ତରଫରୁ ପ୍ରତିବର୍ଷ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ଦିନ ମାମୁଁ ଭାର ଶ୍ରୀମନ୍ଦିରକୁ ଯାଏ। ସେଥିଲାଗି ମାଧବାନନ୍ଦଙ୍କ ମନ୍ଦିରରେ ସ୍ବତନ୍ତ୍ର ମହୋତ୍ସବ ହୁଏ। କାଳକ୍ରମେ ମୋଗଲମାନେ ଶ୍ରୀମନ୍ଦିର ଆକ୍ରମଣ କରିବା ଯୋଗୁ ଠାକୁରମାନେ ବାରମ୍ବାର ଶ୍ରୀମନ୍ଦିର ଛାଡ଼ିି ଦୀର୍ଘ ସମୟ ବାହାରେ ରହିଥିଲେ। ଫଳରେ ସେବେଠାରୁ ପୋଢୁଆଁ ଅଷ୍ଟମୀ ପ୍ରଥା ବନ୍ଦ ହୋଇଯାଇଛି। ବର୍ତ୍ତମାନ ଶ୍ରୀଜଗନ୍ନାଥ ସଂସ୍କୃତିପ୍ରେମୀ ଭକ୍ତଗଣ, ବୁଦ୍ଧିଜୀବୀ, ମାଧବାନନ୍ଦ ଜୀଉ ମନ୍ଦିର ପ୍ରଶାସକ, ଛତିଶୀ ନିଯୋଗୀ, ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ସେହି ପ୍ରଥାକୁ ପୁନଃ ପ୍ରଚଳନ କରିବା ନିମନ୍ତେ ଇଚ୍ଛାପ୍ରକାଶ କରିଛନ୍ତି। ଆସନ୍ତା ନଭେମ୍ବର ୧୯ ତାରିଖ ସପ୍ତମୀ ଦିନ ମହାପ୍ରଭୁଙ୍କ ଲାଗି ଅଙ୍ଗବସ୍ତ୍ର ସହିତ ଅନ୍ୟାନ୍ୟ ସେବା ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଜରିଆରେ ଦେବା ପାଇଁ ସ୍ଥିର କରିଛନ୍ତି। ସେଥିଲାଗି ପ୍ରଚଳିତ ବିଧି ଅନୁସାରେ ପାଉଣା ଓ ମାହାସୁଲ ବାବଦ ଅର୍ଥରାଶି ଦାଖଲ କରିବା ପାଇଁ ମଧ୍ୟ ଇଚ୍ଛୁକ। ତେଣୁ ମାମୁଁ ଭାର ଗ୍ରହଣ କରି ଆସନ୍ତା ନଭେମ୍ବର ୨୦ ତାରିଖ ଅଷ୍ଟମୀ ଦିନ ଠାକୁରମାନଙ୍କ ଅଙ୍ଗ ଲାଗି କରାଇବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଠୁ ୩ଦିନ ଯାଏଁ ସ୍କୁଲ ଛୁଟି, ହେଲେ ନିୟମିତ ଆସିବେ ଶିକ୍ଷକ

ଭୁବନେଶ୍ୱର,୧୮।୪: ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।...

ସକାଳୁ ଟପିଲାଣି ୩୬ ଡିଗ୍ରୀ, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮।୪: ଜଳୁଛି ଓଡ଼ିଶା। ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri