ମହାନଦୀ କୂଳର ମୃତ୍ତିକା କ୍ଷୟ ରୋକିବା ଚିନ୍ତା: ମଣିଭଦ୍ରାଠାରେ ପଥର ବୁରୁଜ କାର୍ଯ୍ୟ ନିମ୍ନମାନର, ମାଟି ଗଦା ଉପରେ ହେଉଛି ନିର୍ମାଣ

ଗଣିଆ,୨୧ା୭ (ଡି.ଏନ.ଏ.): ମହାନଦୀ ପ୍ରଖର ଜଳସ୍ରୋତକୁ ମନ୍ଥର କରିବା ଓ କୂଳର ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ନୟାଗଡ଼ ଜିଲା ଗଣିଆ ବ୍ଲକ ମହାନଦୀର ଦକ୍ଷିଣପାର୍ଶ୍ୱ କୂଳ ମଣିଭଦ୍ରାଠାରେ ୪ଟି ପଥର ବୁରୁଜ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଏହା ନିର୍ମାଣ ପାଇଁ ନାବାର୍ଡ ପକ୍ଷରୁ ୨୮୯.୦୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ବୁରୁଜ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ବେଳେ ଏହାର ସ୍ଥାୟିତ୍ୱ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୁରୁଜଗୁଡିକ ମାଟିଗଦା ଉପରେ ପଥର ପ୍ୟାକିଂ କରାଯାଉଛି। ପୁଣି ପ୍ୟାକିଂ କରାଯାଉଥିବା ପଥର ନିର୍ଦ୍ଦିଷ୍ଟ ଆକାରର ହୋଇ ନ ଥିବା ଦେଖାଯାଉଛି। ସେହିପରି ପୂର୍ବରୁ ମହାନଦୀ ବାଲି ଶଯ୍ୟାରେ କୌଣସି ଫୁଟିଂ ବେସ୍‌ ଲାଇନ କରା ନ ଯାଇ ସିଧାସଳଖ ବାଲି ଉପରେ ମାଟି ଓ ପଥର ଗଦା କରାଯାଇ ବୁରୁଜ ନିର୍ମାଣ କରାଯାଉଛି। ଫଳରେ ଚଳିତ ବର୍ଷାଋତୁରେ ମହାନଦୀରେ ବନ୍ୟାଜଳ ଆସିଲେ ନିର୍ମାଣାଧୀନ ବୁରୁଜଗୁଡିକର ମୂଳରୁ ବାଲି ଧୋଇହୋଇ ଦବିଯିବା ସମ୍ଭାବନା ରହିଛି ା ଏହି କାର୍ଯ୍ୟ ନିମିତ୍ତ ଜଳସମ୍ପଦ ବିଭାଗ ତରଫରୁ ନିର୍ମିତ ଫଳକରେ ବୁରୁଜଗୁଡିକର ଲମ୍ବ ଓ ଓସାର ସହ କେଉଁ ସାଇଜ୍‌ ତଥା କେତେ ପରିମାଣର ପଥର ବ୍ୟବହୃତ କରାଯିବ ସେ ନେଇ କୌଣସି ସୂଚନା ଉଲ୍ଲେଖ କରାଯାଇନାହିଁ ା ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ କୌଣସି ଦିନ କାର୍ଯ୍ୟସ୍ଥଳରେ ଦେଖିବାକୁ ମିଳୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କନିଷ୍ଠଯନ୍ତ୍ରୀ ଜଣକ ଗଣିଆ ବ୍ଲକ ଜଳସମ୍ପଦ ବିଭାଗରେ ୨୦୦୫ ମସିହାରୁ କାର୍ଯ୍ୟ କରିଆସୁଛନ୍ତି। ହେଲେ ଗଣିଆସ୍ଥିତ କାର୍ଯ୍ୟାଳୟରେ ମାସକୁ ଦିନେ ଦୁଇଦିନ ଛାଡିଦେଲେ ଅନ୍ୟଦିନରେ ତାଙ୍କର ଦେଖା ମିଳେନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ ଏହି ବୁରୁଜ ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଅଧିକାରୀଙ୍କ ସ୍ବଚ୍ଛତା ସ୍ପଷ୍ଟ ବାରିହୋଇପଡୁଛି। ବିଭାଗୀୟ ଉଚ୍ଚ ପଦାଧିକାରୀ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ା ଏ ସମ୍ପର୍କରେ ଗଣିଆ ଜଲସେଚନ ବିଭାଗ କନିଷ୍ଠଯନ୍ତ୍ରୀ ସୁଧାଂଶୁ ଶେଖର ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ବୁରୁଜ ନିର୍ମାଣ କାର୍ଯ୍ୟ ଠିକ୍‌ ଚାଲିଛି ା କାର୍ଯ୍ୟ ଶେଷ ହେବା ପାଇଁ ଆହୁରି ୭ମାସ ବାକି ରହିଛି ା ଯଦି ବର୍ଷା ଦିନେ ବୁରୁଜ କ୍ଷତିଗ୍ରସ୍ତ ହୁଏ ପୁଣିଥରେ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri