ମହାକାଶ କନ୍ୟା

ବ୍ୟକ୍ତିତ୍ୱ/ ଶିବ ପ୍ରସାଦ ପୁହାଣ
ପିଲାଦିନୁ କ୍ରିଷ୍ଟିନା ମହାକାଶ ଯିବାର ସ୍ବପ୍ନ ଦେଖିଥିଲେ। ତାହା ୧୪ ମାର୍ଚ୍ଚ, ୨୦୧୯ରେ ସାକାର ହୋଇଥିଲା। ଏହି ଦିନ ସେ ମିଶନ ସୋୟୁଜ ଏମ୍‌ଏସ୍‌-୧୨ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। ପରେ ସାଥୀ ମହିଳା ମହାକାଶଚାରୀଙ୍କ ସହ ମହାକାଶରେ ଚାଲି ଇତିହାସ ସୃଷ୍ଟି କରିଥିବା କ୍ରିଷ୍ଟିନା ଥରକରେ ସବୁଠାରୁ ବେଶି ୨୮୯ ଦିନ ରହିବାରେ ବିଶ୍ୱର ପ୍ରଥମ ମହିଳା ଭାବେ ମଧ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଏଥିପାଇଁ କେବଳ ଆମେରିକାରେ ନୁହେଁ, ସାରା ବିଶ୍ୱରେ ସେ ପାଲଟିଛନ୍ତି ଜଣେ ଚର୍ଚ୍ଚିତ ଓ ବଳିଷ୍ଠ ବ୍ୟକ୍ତିତ୍ୱ। ମହାକାଶ ଦୌଡ଼ରେ ସାମିଲ ସବୁ ଦେଶର ମହିଳାମାନଙ୍କ ପାଇଁ କ୍ରିଷ୍ଟିନାଙ୍କ ଏହି ସାହସ ପ୍ରେରଣାର ଉତ୍ସ ପାଲଟିଛି।
କ୍ରିଷ୍ଟିନା ମିଶିଗାନର ଗ୍ରାଣ୍ଡ୍‌ ରେପିଡ୍‌ରେ ୨୯ ଜାନୁୟାରୀ, ୧୯୭୯ରେ ଜନ୍ମଗ୍ରହଣ କରିଥିଲେ। ମାତା ବାର୍‌ବରା ଜନ୍‌ଶନ ଓ ପିତା ଡ. ରୋନାଲ୍ଡ ହାମୋକଙ୍କ କନ୍ୟା କ୍ରିଷ୍ଟିନା ଏବେ ପାଲଟିଯାଇଛନ୍ତି ମହାକାଶ କନ୍ୟା। ତାଙ୍କ ପିଲାଦିନ କଟିଥିଲା ନର୍ଥ କାରୋଲିନାର ଜ୍ୟାକ୍‌ଶନ ଭିଲିରେ। ଡରହାମ୍‌ର ନର୍ଥ କାରୋଲିନା ସ୍କୁଲ ଅଫ୍‌ ସାଇନ୍ସ ଆଣ୍ଡ୍‌ ମାଥମେଟିକ୍ସରୁ ୧୯୯୭ରେ ଶିକ୍ଷା ଶେଷ କରିବା ପରେ ରେଲିଘସ୍ଥ ନର୍ଥ କାରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିରୁ ୨୦୦୧ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରି ଆଣ୍ଡ୍‌ ପିଜିକ୍ସରେ ଡିଗ୍ରୀ କରିବା ପରେ ଏହି ୟୁନିଭର୍ସିଟିରୁ ୨୦୦୨ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ମେଧାର ପରିଚୟ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ଗୋଡାର୍ଡ ସ୍ପେଶ୍‌ ଫ୍ଲାଇଟ ସେଣ୍ଟର (ଜିଏସ୍‌ଏଫ୍‌ସି)ରେ ନାସା ଏକାଡେମୀ ପ୍ରୋଗ୍ରାମରୁ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ। ପରେ ୨୦୦୨ରୁ ୨୦୦୪ ଯାଏ ନାସା ଜିଏସ୍‌ଏଫ୍‌ସିର ଲାବୋରେଟୋରି ଫର୍‌ ହାଇ ଏନର୍ଜି ଆଷ୍ଟ୍ରୋଫିଜିକ୍ସରେ ଇଲେକ୍ଟିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ସମୟରେ ନାସାର ବିଭିନ୍ନ ମିଶନ ଲାଗି ପ୍ରସ୍ତୁତ କରାଯାଇଥିବା ଯନ୍ତ୍ରାଂଶ ବିକାଶ କରିବାରେ ତାଙ୍କର ଯୋଗଦାନ ତାଙ୍କୁ ମହାକାଶ ରହସ୍ୟ ଭେଦ କରିବାକୁ ଆହୁରି ଉତ୍ସାହିତ କରିଥିଲା। ଏଠାରୁ ବି ସେ ଆଷ୍ଟ୍ରୋଫିଜିକ୍ସ ଓ କସ୍‌ମୋଲୋଜି ବିଷୟରେ ଶିକ୍ଷା ଲାଭ କରିଥିଲେ।
୪୦ ବର୍ଷୀୟା କ୍ରିଷ୍ଟିନା ତାଙ୍କ ଜୀବନର ଲକ୍ଷ୍ୟରେ ପହଞ୍ଚିବା ଲାଗି ପ୍ରତ୍ୟେକ ମୁହୂର୍ତ୍ତକୁ ଉପଯୋଗ କରିଛନ୍ତି। ସେ ଆମେରିକାର ଆଣ୍ଟାର୍କଟିକା ପ୍ରୋଗ୍ରାମରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ ୨୦୦୪ରୁ ୨୦୦୭ ଯାଏ କାର୍ଯ୍ୟ କରି ସାଢେ ତିନି ବର୍ଷ ମେରୁ ଓ ଆଣ୍ଟାର୍କଟିକା ଅଞ୍ଚଳରେ ଯାତ୍ରା କରିଛନ୍ତି। ଏହି ସମୟରେ ମାଇନସ୍‌ ୧୧୧ଡିଗ୍ରୀ ତାପମାତ୍ରାରେ ରହିବା ଓ ମାସ ମାସ ଧରି ସୂର୍ଯ୍ୟଙ୍କୁ ନ ଦେଖିବା ପରିବେଶ ତାଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଅଧିକ ମଜଭୁତ କରିପାରିଥିଲା। ଏତିକିରେ ତାଙ୍କ ପ୍ରସ୍ତୁତି ଶେଷ ହୋଇନଥିଲା। ସେ ୨୦୦୭ରୁ ୨୦୦୯ ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟିର ସ୍ପେଶ୍‌ ଡିପାର୍ଟମେଣ୍ଟ ଅଫ୍‌ ଆପ୍ଲାଏଡ ଫିଜିକ୍ସ ଲାବୋରେଟୋରିରେ ମହାକାଶ ବିଜ୍ଞାନ ଉପକରଣ ବିକାଶ ଲାଗି କାର୍ଯ୍ୟ କରି ନାସାର ଜୁନୋ ଓ ଭାନ ଆଲେନ ପ୍ରୋବ୍‌ସର ଯନ୍ତ୍ରାଂଶ ଲାଗି କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୧୨ରେ ଆମେରିକାର ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ (ଏନ୍‌ଓଏଏ)ରେ ପ୍ରଥମେ ଫିଲ୍ଡ ଇଞ୍ଜିନିୟର ଓ ପରେ ଷ୍ଟେଶନ୍‌ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।
୨୦୧୩ରେ ତାଙ୍କ ନିଷ୍ଠା ଓ ଏକାଗ୍ର ସାଧନାକୁ ନାସା ସ୍ବୀକୃତି ଦେଇ ୨୧ ଜଣିଆ ମହାକାଶଚାରୀଙ୍କ ମଧ୍ୟରେ ସାମିଲା କରିଥିଲା। ସେ ସ୍ପେଶ ଷ୍ଟେଶନ ସିଷ୍ଟମ୍‌, ସ୍ପେଶଓ୍ବାକ୍‌, ରୋବୋଟିକ୍ସ, ସାଇକୋଲୋଜିକାଲ ଟ୍ରେନିଂ, ପାଣି ଓ ଜଙ୍ଗଲିଆ ଅଞ୍ଚଳରେ ରହିବାର ପ୍ରଶିକ୍ଷଣ ଜୁଲାଇ ୨୦୧୫ରେ ଶେଷ କରିଥିଲେ। ଆଷ୍ଟ୍ରୋନଟ୍‌ ସ୍କଲାରଶିପ୍‌ ଫାଉଣ୍ଡେସନ ପକ୍ଷରୁ ତାଙ୍କ ଆଷ୍ଟ୍ରୋନଟ୍‌ ସ୍କଲାର୍‌ ଭାବେ ସମ୍ମାନିତ କରାଯାଇଥିଲା। ୨୦୦୯ରେ ଜନ୍ସ ହପକିନ୍ସ ଯୁନିଭର୍ସିଟିରୁ ଇନ୍‌ଭେନ୍‌ସନ ଅଫ୍‌ ଦି ଇୟର ନୋମିନି ଓ ସେହି ବର୍ଷ ୟୁନାଇଟେଡ୍‌ କଂଗ୍ରେସ ଆଣ୍ଟାର୍କଟିକା ସର୍ଭିସ ମେଡାଲ ଏବଂ ୨୦୦୫, ୨୦୧୨ରେ ନାସାର ବିଭିନ୍ନ ମିଶନ୍‌ରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଗ୍ରୁପ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ତାଙ୍କ କର୍ମମୟ ଜୀବନର ସ୍ବୀକୃତି।
ଟେକ୍ସାସ୍‌ରେ ତାଙ୍କ ସ୍ବାମୀ ରବର୍ଟ କୋଚଙ୍କ ସହ ରୁହନ୍ତି କ୍ରିଷ୍ଟିନା। ସେ ଯୋଗ ଉପରେ ଗୁରୁତ୍ୱ ଦେଇଥାନ୍ତି। ଏହା ବ୍ୟତୀତ ପାହାଡ଼ ଚଢ଼ିବା, ନୌଚାଳନା, ରନିଂ ଓ ସାଇକେଲିଂକୁ ଭଲ ପାଆନ୍ତି। ଫଟୋଗ୍ରାଫ୍ରି ଓ ଦୂରଯାତ୍ରା ମଧ୍ୟ ତାଙ୍କର ପସନ୍ଦ। ଏସବୁ ଭିତରେ ସେ ସମାଜ ସେବାରେ ବି ସମୟ ଦେଇଥାନ୍ତି। ଫେବୃୟାରୀ, ୨୦୨୦ରେ ପୃଥିବୀକୁ ୩୨୮ ଦିନ ପରେ ଫେରିବେ। ତେବେ ମହାକାଶ ରହଣିର ରେକର୍ଡଧାରୀ କ୍ରିଷ୍ଟିନା ପୃଥିବୀକୁ ଫେରିବା ପରେ ତାଙ୍କ ଅନୁଭୂତି ସମ୍ପର୍କରେ ଜାଣିବାକୁ ବିଶ୍ୱବାସୀ ଉତ୍ସୁକତାର ସହ ଚାହିଁ ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri