ମହାକାଶରେ ଆକାଉଣ୍ଟ ହ୍ୟାକ୍‌

ଓ୍ବାଶିଂଟନ୍‌, ୨୬ା୮(ଏଏଫ୍‌ପି):ମହାକାଶରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ୍ୟ। ଏହି ଘଟଣାର ତଦନ୍ତ କରିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’। ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ସେ ସ୍ପେସ୍‌ ସେଣ୍ଟରରେ ଥିବା କମ୍ପ୍ୟୁଟରରୁ ତାଙ୍କ ପରିତ୍ୟକ୍ତା ସ୍ତ୍ରୀ ସମର ଓର୍ଡେନଙ୍କ ଇମେଲ୍‌ ଓ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ୍‌ସ ବିବରଣୀ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌(ଆଇଏସ୍‌ଏସ୍‌)ରେ ୬ମାସିଆ ମିଶନ୍‌ କାଳରେ ମ୍ୟାକ୍‌କ୍ଲେନ୍‌ ଏଭଳି କେଳେଙ୍କାରି କରିଥିବା କୁହାଯାଉଛି। ଏହି ମହାକାଶଚାରୀଙ୍କ ପତ୍ନୀ (ଉଭୟ ସମକାମୀ ଦମ୍ପତି) ଓର୍ଡେନ ଚଳିତବର୍ଷ ପ୍ରାରମ୍ଭରେ ଫେଡେରାଲ ଟ୍ରେଡ ମିଶନ୍‌ (ଏଫ୍‌ଟିଏମ୍‌)ରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି, ମ୍ୟାକ୍‌କ୍ଲେନ୍‌ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଚୋରି କରିଛନ୍ତି। ଏଥିସହିତ ଓର୍ଡେନଙ୍କ ପରିବାର ମଧ୍ୟ ‘ନାସା’ର ଇନ୍ସପେକ୍ଟର ଜେନେରାଲ ଅଫିସରେ ଆଉ ଏକ ଅଭିଯୋଗ ଦାଏର କରିଛନ୍ତି।
ଅପରପକ୍ଷରେ ମ୍ୟାକ୍‌କ୍ଲେନ୍‌ଙ୍କ ଆଇନଜୀବୀଙ୍କ କହିବାନୁଯାୟୀ, ତାଙ୍କ ମହକିଲ ପୂର୍ବର ଯୁଗ୍ମ ଆକାଉଣ୍ଟ ତର୍ଜମା କରିବା ପାଇଁ ଆଇଏସ୍‌ଏସ୍‌ରେ ବ୍ୟାଙ୍କ ରେକର୍ଡ ତଥ୍ୟ ଜାଣିବା କିଛି ଭୁଲ ନୁହେଁ। ଅବଶ୍ୟ ଦମ୍ପତିଙ୍କ ବିଚ୍ଛେଦ ଘଟିବା ପରେ ଏହା କରାଯାଇଥିବାରୁ ଭୁଲ ହୋଇଥାଇପାରେ। ଇତିମଧ୍ୟରେ ନାସା ତଦନ୍ତକାରୀ ଅଫିସର ଉଭୟ ମହିଳାଙ୍କୁ ସାକ୍ଷାତ୍‌କରି ଏ ସଂକ୍ରାନ୍ତରେ ପଚରାଉଚରା କରି ଫେରିଛନ୍ତି।
ମହାକାଶଚାରୀ ମ୍ୟାକ୍‌କ୍ଲେନ୍‌ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ୬ମାସ ରହିବା ପରେ ଜୁନ୍‌ରେ ପୃଥିବୀକୁ ଫେରିଥିଲେ। ଯେଉଁ ଦୁଇଜଣ ମହିଳା ମହାକାଶରେ ଚାଲିବା ପାଇଁ ଚୟନ ହୋଇଥିଲେ, ତନ୍ମଧ୍ୟରେ ମ୍ୟାକ୍‌କ୍ଲେନ୍‌ ଥିଲେ ଅନ୍ୟତମ। କିନ୍ତୁ ମ୍ୟାକ୍‌କ୍ଲେନ୍‌ ଜଣେ ସମକାମୀ ମହିଳା ଭାବେ ବିବାଦୀୟ ହୋଇପଡିଥିବାରୁ ତାଙ୍କୁ ଉପଯୁକ୍ତ ସ୍ପେସ୍‌ଶୁଟ୍‌ ପିନ୍ଧିବାରୁ ବାରଣ କରାଯାଇଥିଲା। ଫଳରେ ସେ ମାର୍ଚ୍ଚରେ ମହାକାଶରେ ଚାଲିବାରୁ ବଞ୍ଚତ୍ତ ହୋଇଥିଲେ। ଓର୍ଡେନଙ୍କ କହିବାନୁଯାୟୀ, ଫେଡେରାଲ ଟ୍ରେଡ କମିଶନ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଚୋରି ସମ୍ପର୍କରେ କୌଣସି ତଦନ୍ତ ଆରମ୍ଭ କରି ନ ଥିବାବେଳେ ନାସାର ଇନ୍ସପେକ୍ଟର ଜେନେରାଲ ଅଫିସ ପକ୍ଷରୁ ଏହି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri