ମଲାଇକା ନୁହନ୍ତି, ଏହି ଅଭିନେତ୍ରୀଙ୍କ ସହ ‘ବ୍ଲାଇଣ୍ଡ୍‌ ଡେଟ୍‌’ରେ ଗଲେ ଅର୍ଜୁନ

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କ କାହାକୁ ଅଚ୍ଛପା ନାହିଁ। ମଲାଇକାଙ୍କ ସହ ଅର୍ଜୁନ ହସଖୁସିର ସମୟ କାଟୁଥିବା ବେଳେ ବିବାହ କରିବେ ବୋଲି ଏକପ୍ରକାର ନିଷ୍ପତ୍ତି ନେଇସାରିଛନ୍ତି। ଅନ୍ୟପଟେ ପ୍ରଥମ ଥର ପାଇଁ ତାଙ୍କ ‘ବ୍ଲାଇଣ୍ଡ୍‌ ଡେଟ୍‌’ ସମ୍ପର୍କରେ ସେ ପ୍ରକାଶ କରିଛନ୍ତି। ନେଟିଫ୍ଲିକ୍ସର ଏକ ରିୟଲିଟି ଶୋ’ ‘ହ୍ବାଟ୍‌ ଦ ଲଭ୍‌’ ଉଇଥ୍‌ କରଣ ଜୋହର। ଯେଉଁ ଶୋ’ରେ ପ୍ରେମୀଯୁଗଳ ସଚ୍ଚା ପ୍ରେମ ସମ୍ପର୍କରେ କିଛି ଗୁପ୍ତ କଥା ପ୍ରକାଶ କରିଥାନ୍ତି। ଏହି ଶୋ’ରେ ଅର୍ଜୁନଙ୍କ ସହ ମଲାଇକା ନ ଯାଇ ଆଉ ଜଣେ ପ୍ରତିଯୋଗୀ ଭାଗ ନେଇଥିଲେ। ସେ ହେଉଛନ୍ତି ଆଶୀ ସିଂ।

ଅର୍ଜୁନ ଏବଂ ଆଶୀଙ୍କ ଏହି ଡେଟ୍‌ ଖୁବ୍‌ ଆନନ୍ଦଦାୟକ ଥିଲା। ଦୁଇଜଣ ପିଜାର ମଜା ନେଇ ଢେର ଗପସପ କରିଥିଲେ। ତାଙ୍କ ସହିତ କରଣ ଜୋହର ମଧ୍ୟ ଉପସ୍ଥିତ ଥିଲେ। ଶୋ’ରେ କରଣ ଆଶୀଙ୍କୁ ପଚାରିଥିଲେ କିପରି ପୁଅଙ୍କୁ ତୁମେ ପସନ୍ଦ କର। ସେ କହିଥିଲେ ତାଙ୍କ ପସନ୍ଦର ପୁଅଙ୍କ ସହ ହିଁ ଆସିଛନ୍ତି। ସେହିପରି ପ୍ରଥମ ବ୍ଲାଇଣ୍ଡ୍‌ ଡେଟ୍‌ର ଅନୁଭୂତି ସମ୍ପର୍କରେ ପ୍ରଯୋଜକ କରଣଙ୍କ ସହ ଶେୟାର କରି ଅର୍ଜୁନ କହିଛନ୍ତି, ଏହା ମୋର ପ୍ରଥମ ବ୍ଲାଇଣ୍ଡ ଡେଟ୍‌। ବାସ୍ତବରେ ଏହା ମୋ’ ପାଇଁ ପ୍ରଥମ। ଆଶୀ ବହୁତ ଭଲ ଝିଅ। ଶୋ’କୁ ଆସି ବହୁତ ଭଲ ଲାଗିଲା ବୋଲି ଅର୍ଜୁନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ

ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ…

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri