ମନ୍ଦିରରେ ଦିଅଁ ଦେବତା ନାହିଁ

ବୈକୁଣ୍ଠନାଥ ମିଶ୍ର

ବିଭୁକୃପା ଲାଭ, ମାନସିକ ଶାନ୍ତି ପ୍ରାପ୍ତି ଓ କର୍ମମୟ ଜୀବନର ଅବସାଦ ବିମୋଚନ ପାଇଁ ମଣିଷ କେଉଁ ଅନାଦିକାଳରୁ ଦେବାଳୟ ପ୍ରତିଷ୍ଠାକରି ପୂଜା ଆରାଧନା କରି ଆସୁଛି। ସମୟ ଥିଲା ସନ୍ଧ୍ୟାବେଳେ ଦେବାଳୟ ପ୍ରାଙ୍ଗଣ ଭକ୍ତି ପିପାସୁ ନରନାରୀଙ୍କ ଗହଳିରେ ମୁଖରିତ ହେଉଥିଲା। ସନ୍ଧ୍ୟା ଆଳତି ପରେ ଆରମ୍ଭ ହେଉଥିଲା ପୁରାଣ ଓ ଭାଗବତ ଚର୍ଚ୍ଚା। ପୁରାଣ ପଣ୍ଡା ଅତି ଶୁଦ୍ଧପୂତଭାବେ ପୁରାଣ ପାଠକରି ଲୋକଙ୍କୁ ବୋଧଗମ୍ୟ କରାଉଥିବାର ପରମ୍ପରା ଥିଲା ଉକତ୍ଳୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ପୁରାଣଶାସ୍ତ୍ର ପ୍ରଦତ୍ତ ନୀତିଶିକ୍ଷା ଗ୍ରହଣକରି ଲୋକଚରିତ୍ର ଥିଲା ବଳିଷ୍ଠ ଓ ପରୋପକାରର ମହନୀୟତାରେ ଉଦ୍‌ବୁଦ୍ଧ ହେଉଥିଲା ଗ୍ରାମ୍ୟ ଜୀବନ। ଭାଇଚାରା ସଂଦର୍ଶନର ମୂଳପିଣ୍ଡ ଥିଲା ଆମ ଦେବାଳୟ ସବୁ। ରାଜା ମହାରାଜା ଓ ଜମିଦାରଙ୍କ ସକଳ ଅତ୍ୟାଚାର ସତ୍ତ୍ୱେ ସେମାନଙ୍କର ଏକ ଦିବ୍ୟଗୁଣ ଥିଲା ମନ୍ଦିର ନିର୍ମାଣ ଓ କୂପ ପୁଷ୍କରିଣୀ ଖନନ। ବାରମାସର ତେର ପର୍ବରେ ଗ୍ରାମବାସୀଙ୍କ ସାମୂହିକ ଯୋଗଦାନ ମନ୍ଦିର ପରିବେଶକୁ କରୁଥିଲା ଉସତ୍ବମୁଖର। ପ୍ରତି ଗ୍ରାମରେ ଅତି କମ୍‌ରେ ଗୋଟିଏ ଗ୍ରାମଦେବୀ ମନ୍ଦିର ଯେଉଁଠି ପୂଜା ପାଇ ଆସୁଛନ୍ତି ଶକ୍ତି ପ୍ରଦାୟିନୀ ମା’ ଦୁର୍ଗାଙ୍କର ଅଂଶ ସ୍ବରୂପା। ମା’ଙ୍କର ଦଶହରା, ନବରାତ୍ରରେ ସକଳ ଗ୍ରାମବାସୀଙ୍କର ସମ୍ମିଳିତ ଭୋଜି ଥିଲା ଅତ୍ୟନ୍ତ ସୁଖପ୍ରଦ। ମନୋରଞ୍ଜନର ଅନ୍ୟ କୌଣସି ସୁବିଧା ନ ଥିବାରୁ ରଜ, ଦୋଳ, ଦଶହରା ପ୍ରଭୃତିରେ ପାରମ୍ପରିକ ଯାତ୍ରା, ପାଲା, ଦାସକାଠିଆ ପରିବେଷଣ ଦେଉଥିଲା ଲୋକଙ୍କୁ ପର୍ଯ୍ୟାପ୍ତ ଆମତ୍ତୃପ୍ତି। ଧାର୍ମିକ ପରିବେଶ ସହ ମନୋରଞ୍ଜନର ଅପୂର୍ବ ସମାହାରରେ ଉଦ୍‌ବୁଦ୍ଧ ହେଉଥିଲା ଗ୍ରାମ୍ୟଜୀବନ।
ଆଧୁନିକ ମଣିଷ ଆଧ୍ୟାମତ୍ିକତାରୁ ଦୂରେଇଯାଇ ଆପଣେଇନେଲା କୁସତ୍ିତ, କାଳିମାମୟ, ଅରୁଚିକର ଓ ଅପାଙ୍‌କ୍ତେୟ ଜୀବନଚର୍ଯ୍ୟା। ଏଥିରୁ ଦେବାଳୟ ପରି ପବିତ୍ର ସ୍ଥାନ ମଧ୍ୟ ବାଦ୍‌ ପଡ଼ିଲେ ନାହିଁ। ଲୋକଦେଖାଣିଆ ଭକ୍ତି ସହ ମନୋରଞ୍ଜନର ଅନନ୍ୟ କ୍ଷେତ୍ର ରୂପେ ବିବେଚିତ ହେଲା ପୁଣ୍ୟ ଦେବାଳୟ ପ୍ରାଙ୍ଗଣ। ସ୍ଥଳବିଶେଷରେ ପ୍ରେମୀଯୁଗଳଙ୍କର ଅଭିସାର କ୍ଷେତ୍ରରେ ପରିଣତ ହୋଇଛି ପୁଣ୍ୟ ଦେବପୀଠ। ଶିବ ଗଞ୍ଜେଇ ସେବନ କରୁଥିବାର ମନଗଢ଼ା ପୌରାଣିକ ଆରୋପ ଓ ଦେବତାମାନଙ୍କର ସୋମରସରୂପୀ ମଦ୍ୟପାନର ମିଥ୍ୟା ଦୃଷ୍ଟାନ୍ତର ସାହାରା ନେଇ ପବିତ୍ର ଦେବାଳୟ ପୀଠକୁ ନିଶାସେବନର କ୍ଷେତ୍ରରେ ପରିଣତ କରିବାରେ ଆମେ ଆଦୌ କୁଣ୍ଠିତ ନୋହୁଁ। ନୂତନ ମନ୍ଦିର ନିର୍ମାଣ ଓ ପୁରାତନ ମନ୍ଦିରର ନବୀକରଣ ବର୍ତ୍ତମାନ ସମୟରେ ସତତ ପ୍ରତିଭାତ। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରରେ ପୂଜା ଆରାଧନା ଲୋକଙ୍କ ମନରେ ଯେଉଁ ଭକ୍ତିଭାବ ଉଦ୍ରେକ କରୁଥିଲା, ତାହା ଆଜିର ସୁଦୃଶ୍ୟ ମନ୍ଦିରଗୁଡ଼ିକରେ ଅଲଭ୍ୟ। ଧର୍ମ ନାମରେ ଚାଲିଛି ଅଧର୍ମ, ଅନୀତିର ରାଜୁତି। ସମସ୍ତେ ନିଜ ଧର୍ମ ଓ ଧାର୍ମିକ ପୀଠକୁ ଶ୍ରେୟଃ ଦେଇ ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ହୋଇ ପଡୁଛନ୍ତି। ଧର୍ମ ନାମରେ ଅନ୍ୟ ଧର୍ମ ଉପରେ ଆକ୍ରୋଶମୂଳକ ମନ୍ତବ୍ୟ ଓ କାର୍ଯ୍ୟକଳାପ ଆଦୌ ସ୍ପୃହଣୀୟ ନୁହେଁ। ଭାରତ ସମ୍ବିଧାନର ଧାରା ୨୭ ସମସ୍ତଙ୍କୁ ଧାର୍ମିକ ଅଧିକାର ପ୍ରଦାନ କରିଛି। କୌଣସି ନିର୍ଦ୍ଦିିଷ୍ଟ ଧର୍ମକୁ ପ୍ରୋସତ୍ାହନ କିମ୍ବା ବିରୋଧ ଧର୍ମ ନିରପେକ୍ଷ ନୀତିର ପରିପନ୍ଥୀ। ଆମେ ଜାଣିବା ଦରକାର ଯେ ଈଶ୍ୱରଙ୍କର କୌଣସି ଧର୍ମ ନାହିଁ।
ଜଣେ ବ୍ୟକ୍ତିର ଭିନ୍ନ ଭିନ୍ନ ନାମ ଥାଇ ବ୍ୟକ୍ତିଟି ଯେପରି ନିର୍ଦ୍ଦିଷ୍ଟ, ସେହିପରି ଈଶ୍ୱର ଆଲ୍ଲା ଯୀଶୁ ବୁଦ୍ଧ ଇତ୍ୟାଦି ଏକ ଓ ଅଭିନ୍ନ ଏହା କେବଳ ମାନସିକ ସଂକୀର୍ଣ୍ଣତାର ପ୍ରତିଫଳନ ମାତ୍ର। ମଣିଷର ଆମତ୍ାକୁ ଚିହ୍ନିବା ଅର୍ଥ ଈଶ୍ୱରଙ୍କୁ ଚିହ୍ନିବା। ସ୍ବାମୀ ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣଙ୍କୁ ପ୍ରଥମ ସାକ୍ଷାତରେ ପ୍ରଥମ ପ୍ରଶ୍ନ ଥିଲା ଆପଣ ଈଶ୍ୱରଙ୍କୁ ଦେଖିଛନ୍ତି? ମୋତେ ଈଶ୍ୱର ଦର୍ଶନ କରାଇପାରିବେ? ଉତ୍ତରରେ ରାମକୃଷ୍ଣ କହିଥିଲେ, ‘ଅବଶ୍ୟ ପାରିବି। ତୁମେ କାଲି ପ୍ରତ୍ୟୁଷରୁ ଆସ’। ବିବେକାନନ୍ଦ ପରଦିନ ପ୍ରତ୍ୟୁଷରୁ ପହଞ୍ଚତ୍ବା କ୍ଷଣି ରାମକୃଷ୍ଣ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ, ମନ୍ଦିର ସମ୍ମୁଖରେ ଧାଡ଼ିହୋଇ ବସିଥିବା କୁଷ୍ଠରୋଗୀଙ୍କର ସେବା କରିବାକୁ। ବିବେକାନନ୍ଦ ତିଳେ ମାତ୍ର କୁଣ୍ଠାବୋଧ ନ କରି ରୋଗୀଙ୍କର ସେବାରେ ଲାଗିଗଲେ। ସେମାନଙ୍କ ପୂଯରକ୍ତ ପୋଛି ତାଙ୍କ କ୍ଷୁଧା ଅପସାରଣର ସକଳ ପ୍ରୟାସ କରିଥିଲେ। ତାଙ୍କ ହୃଦୟ ଏକ ଦିବ୍ୟ ଭାବରେ ଉଦ୍ଭାସିତ ହେଲା। ସେ ତତ୍‌କ୍ଷଣାତ୍‌ ଅନୁଭବ କଲେ ‘ମାନବ ସେବା ହିଁ ମାଧବ ସେବା’। ରାମକୃଷ୍ଣଙ୍କୁ ଗୁରୁ ରୂପେ ସର୍ବାନ୍ତକରଣରେ ଗ୍ରହଣ କରିନେଲେ ସ୍ବାମୀ ବିବେକାନନ୍ଦ।
ଆଜିକାଲି ମନ୍ଦିର ନିର୍ମାଣରେ ସାଧାରଣଙ୍କ କଷ୍ଟଲବ୍ଧ ଧନ ଅପେକ୍ଷା କଳାଧନର ବ୍ୟାପକ ବିନିଯୋଗ ହେଉଛି। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭୋଟ ପ୍ରାପ୍ତିର ଏକ ପ୍ରକୃଷ୍ଟ ସ୍ଥାନ ମନେକରି ନେତାମାନେ ଅଜସ୍ର ଅନୁଦାନ ପ୍ରଦାନ କରୁଛନ୍ତି। ମନ୍ଦିରକୁ କେନ୍ଦ୍ରକରି ଗାଁ ରାଜନୀତି ଚଳଚଞ୍ଚଳ। ଦୀପ ତେଜିଲେ ହାତ ଚିକ୍କଣ ନ୍ୟାୟରେ ଗ୍ରାମ ମୁରବିମାନେ ଏପରି ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ସବୁଠାରୁ ଦୁଃଖଦାୟକ ହନୁମାନଙ୍କ ଅବସ୍ଥା। ଖୋଲା ଆକାଶ ତଳେ ଗାଁ ଦୋଛକିରେ ସୁଉଚ୍ଚ ହନୁମାନ ମୂର୍ତ୍ତିଟିଏ ଦଣ୍ଡାୟମାନ। ଦେଖିଲେ ଭ୍ରମସୃଷ୍ଟି ହୁଏ ଇଏ ଠାକୁର ନା ଗାଁ ଜଗୁଆଳ! ରାଜରାସ୍ତ ପାର୍ଶ୍ୱରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ପାନଛେପ ପକାଇ ଦିବଂଗତ ନେତାଙ୍କୁ ଅସମ୍ମାନ କରିବା ପରେ ଏବେ ଠାକୁରଙ୍କ ପାଳି। ଶିବଭକ୍ତିଠାରୁ ଏବେ ବୃଷଭ ପ୍ରୀତି ବଳିଗଲାଣି।
ଆଧୁନିକ ମଣିଷର ଧର୍ମୀୟ ଭାବନା ଓ ପୂଜାବିଧିକୁ ମୃଦୁ ଭସର୍ତ୍ନା କରିଛନ୍ତି ପ୍ରଖ୍ୟାତ ଗାଳ୍ପିକ ପଦ୍ମ ବିଜେତା ମନୋଜ ଦାସ। ‘ଲକ୍ଷ୍ମୀଜ୍‌ ଆଡ୍‌ଭେଞ୍ଚର’ ଗଳ୍ପରେ ଲକ୍ଷ୍ମୀ ନାମକ ଜଣେ ୬ ବର୍ଷର ଶିଶୁକନ୍ୟା ମୁଖରେ ଈଶ୍ୱରଙ୍କୁ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ। ଲକ୍ଷ୍ମୀ କହୁଛି, ହେ ଠାକୁରେ! ତୁମେ ପରା ଅନ୍ତର୍ଯାମୀ। ତଥାପି ଏ ଲୋକମାନେ ତୁମକୁ ଖୋଳ, କରତାଳ ଓ ଦୂରଭାଷ ଯନ୍ତ୍ର ମାଧ୍ୟମରେ କାହିଁକି ଉଦ୍ଦଣ୍ଡଭାବେ ଡାକୁଛନ୍ତି? ତୁମେ କ’ଣ ବଧିର? ଯଦି ବଧିର ତେବେ ଧ୍ରୁବ, ପ୍ରହ୍ଲାଦ, ମୃଗୁଣୀ, ଗଜ ଓ ସର୍ବୋପରି ଦୌପଦୀଙ୍କ ଆକୁଳ ପ୍ରାର୍ଥନା ତୁମେ ଶୁଣିପାରିଲ କିପରି? ଆଜିର ମଣିଷଙ୍କ ଏ ଉଦ୍ଦଣ୍ଡ ଡାକରେ ତୁମେ ନୀରବ କାହିଁକି? ସେମାନଙ୍କୁ ଏଥିରୁ ନିବୃତ୍ତ କରୁନାହଁ କାହିଁକି? ଲକ୍ଷ୍ମୀ ମନ୍ଦିର ମଧ୍ୟରୁ ଦୁଇଟି କଦଳୀ ନେଇ ନିଦ୍ରିତ ପୂଜକଙ୍କୁ ଅତିକ୍ରମ କଲାବେଳେ ପୂଜକଙ୍କ ‘ଚୋର ଚୋର’ ଡାକରେ ତମାମ ଗାଁର ଲୋକେ ଲକ୍ଷ୍ମୀର ଅନୁଧାବନ କଲେ। ଅନନ୍ୟୋପାୟ ଲକ୍ଷ୍ମୀ ସଡ଼କ ପାର୍ଶ୍ୱସ୍ଥ ପୁଷ୍କରିଣୀ ମଧ୍ୟକୁ ପ୍ରବେଶକରି ଛାତିଏ ପାଣିରେ ଠିଆହେଲା। ଅବଶ୍ୟ ତା’ ବାପା ତାକୁ ଉଦ୍ଧାରକଲେ ସିନା ଲକ୍ଷ୍ମୀ କିନ୍ତୁ ଜ୍ୱରାକ୍ରାନ୍ତ ହୋଇ ୨ଦିନରେ ମୃତ୍ୟୁବରଣ କଲା। ସେଦିନ ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଆହୂତ ସଭାରେ ସମଗ୍ର ଗ୍ରାମବାସୀ ଏକତ୍ରିତ ହୋଇ ସମସ୍ବରରେ ଠାକୁରଙ୍କ ମହିମା ଗାନ କରୁଥାନ୍ତି ଯେ ଆମ ଠାକୁର ଏତେ ପ୍ରତ୍ୟକ୍ଷ ଯେ ସାମାନ୍ୟ କଦଳୀ ଚୋରକୁ ମଧ୍ୟ କ୍ଷମା ଦେଲେ ନାହିଁ। ମାତ୍ର ମନ୍ଦିର ପୂଜକ ନିଜକୁ କ୍ଷମା କରିପାରିଲେ ନାହିଁ। ସେ ଜାଣନ୍ତି ତାଙ୍କରି ଯୋଗୁ ହିଁ ଶିଶୁଟିର ମୃତ୍ୟୁ ଘଟିଲା। ସେ ଏକଥା ମଧ୍ୟ ଜାଣନ୍ତି ଯେ ସଭାକକ୍ଷ ମଣ୍ଡନ କରୁଥିବା ମୁରବିମାନେ କେତେ ସଚ୍ଚୋଟ!
ମନ୍ଦିରର ଅର୍ଥ ପୁସ୍ତିକାକୁ ଚଞ୍ଚକତାର ସହ ହେର ଫେର କରି ମନ୍ଦିର ଅର୍ଥକୁ ବେଶ୍‌ ଚତୁରତାର ସହ ଆମତ୍ସାତ୍‌ କରନ୍ତି। ସର୍ବୋପରି ମନ୍ଦିରରେ ବିଦ୍ୟମାନ ମୂଲ୍ୟବାନ୍‌ ଧାତବ ମୂର୍ତ୍ତି ଅନ୍ୟ କେଉଁଠାରୁ ଚୋରି ହୋଇ ଆସିଛନ୍ତି; ଯାହା ପୂଜକଙ୍କୁ ଭଲଭାବରେ ଜଣା। ମନ୍ଦିରର ବୃଦ୍ଧ ପୂଜକ ଭଗବାନ୍‌ଙ୍କୁ ପ୍ରାର୍ଥନା କରୁଛନ୍ତି ହେ ଭଗବାନ୍‌! ମୋତେ ଖୁବ୍‌ ଶୀଘ୍ର ନେଇଯାା। ପରଜନ୍ମରେ ମୋତେ ମୂକଟିଏ କରିଦିଅ, ଯେପରି ମୋ ତୁଣ୍ଡ ପାଇଁ କାହାର ମୁଣ୍ଡ ନ ଗଡୁ। ଏତେ ଚୋରି ଅନ୍ୟାୟକୁ ବରଦାସ୍ତ କରୁଥିବା ଏ ଅଧମ କାହିଁକି ପିଲାଟିକୁ ସହ୍ୟ କରିପାରିଲା ନାହିଁ। ଦୁଃଖ ଓ ଅବସୋସର ଗ୍ଲାନିରେ ସେ ସେହିଠାରେ ହିଁ ଟଳିପଡ଼ିଲେ ଓ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ଗାଳ୍ପିକ ଗଳ୍ପ ମାଧ୍ୟମରେ ଯେଉଁ ଗୂଢ଼ ତତ୍ତ୍ୱଟି ଆମ ସମକ୍ଷରେ ଉପସ୍ଥାପିତ କରିଛନ୍ତି, ତାହା ହେଲା – ମୂର୍ତ୍ତି ନୁହେଁ ଭକ୍ତି ବଡ଼ ଓ ହୃଦୟରେ ଭକ୍ତିଭାବ ଓ ପରୋପକାର ପରି ମହତ୍ତ୍ୱପୂର୍ଣ୍ଣ ଗୁଣର ବିକାଶ ଘଟିଲେ ଈଶ୍ୱର କୃପା ଅଲଭ୍ୟ ହେବ ନାହିଁ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ- ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri