ମନୋଜ ଦାସ ପାଇବେ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର,୬ା୨(ବ୍ୟୁରୋ): ‘ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ-୨୦୨୦’ରେ ବିଶିଷ୍ଟ ସାହିତି୍ୟକ ତଥା କଥାକାର ପ୍ରଫେସର ମନୋଜ ଦାସ ଚଳିତବର୍ଷ ପାଇଁ ‘କଳିଙ୍ଗ ସାହିତ୍ୟ ସମ୍ମାନ’ ପାଇବେ। ଓଡ଼ିଶା ଡାଏରୀ ଫାଉଣ୍ଡେଶନ ଏବଂ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୮ ଓ ୯ ଦୁଇଦିନ ଧରି ସ୍ଥାନୀୟ ହୋଟେଲରେ ଆୟୋଜିତ ହେବ। ଏହି ଅବସରରେ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ‘ଦିବ୍ୟ ଆନନ୍ଦ: ଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’(Divine Madness: Knowledge, Ecstasy and Transformation) ଶୀର୍ଷକ ବିଷୟ ଉପରେ ସମ୍ଭାଷଣ ପ୍ରଦାନ କରିବେ। ପଦ୍ମ ପୁରସ୍କାରପ୍ରାପ୍ତ ମନୋଜ ଦାସଙ୍କ ସମ୍ଭାଷଣ ଶୁଣିବା ସମସ୍ତ ପୁସ୍ତକ ତଥା କଳାପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ବୋଲି ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି। ଏହି ଅବସରରେ ଓଡ଼ିଆ ଭାଷା ଏବଂ ଭାରତୀୟ ଓ ବିଦେଶୀ ଭାଷାରେ କାଳଜୟୀ ସୃଷ୍ଟି ପାଇଁ ଦୁଇଟି ଭିନ୍ନ ଭିନ୍ନ ଅଲୌକିକ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଖଦି ଉପଢୌକନ ପ୍ରଦାନ କରାଯିବ। ମହୋତ୍ସବରେ ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ଡ. ବିଜୟାନନ୍ଦ ସିଂ, ଅଜିତ ଦାସ, ସୁବାସ ପାଣି, ଯତୀନ ନାୟକ, ପିୟୋଶୀ ବରୁଆ, ଅସିତ୍‌ ମହାନ୍ତି ପ୍ରମୁଖ ନିଜର ସ୍ବରଚିତ କବିତା ପାଠ କରିବେ।
ଚଳିତବର୍ଷ ଗ୍ରାମୀଣ ଓଡ଼ିଶାର ହଜିଯାଉଥିବା କିଛି ଲୋକଗୀତ ଏବଂ ବାଦ୍ୟକୁ ଫେଷ୍ଟିଭାଲରେ ପରିବେଷଣ କରାଯିବ। କେନ୍ଦେରା, ଧୁଡୁକି, ଖଞ୍ଜଣି ଆଦି ବଜାଇବା ସହ ଚକୁଳିଆ ପଣ୍ଡା ଏବଂ ପାଲା ଗାୟକଙ୍କ ପରି ଲୋକଗୀତ ପରିବେଷଣ କରୁଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଏଥିରେ ଅଂଶଗ୍ରହଣ କରିବେ। ଦେଶ ତଥା ଦେଶ ବାହାରୁ ସାହିତି୍ୟକମାନେ ଯୋଗଦେବେ। ୧୦ରୁ ଊର୍ଦ୍ଧ୍ୱ ପୁସ୍ତକ ଏଠାରେ ଲୋକାର୍ପିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ସ୍ୱାତୀ ନକ୍ଷତ୍ରରେ ବୁଧଙ୍କ ଏଣ୍ଟ୍ରି: ନଭେମ୍ୱର ୩ରୁ ୫ ରାଶିରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି…

ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?