ମନମୋହିଲା ‘ବଡି ବିଲ୍ଡିଂ ଶୋ’ର ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ,୩୦ା୧-ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଚାଲିଥିବା ୭ମ ମହାନଗର ମହୋତ୍ସବର ବୁଧବାର ଥିଲା ତୃତୀୟ ସନ୍ଧ୍ୟା ା
ଏହାକୁ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଶାନ୍ତନୁ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ ା ମହୋତ୍ସବ ସଭାପତି ନାରାୟଣ ମହାଙ୍କୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା, ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା,ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ମଧୁମେୟ ବିଶେଷଜ୍ଞ ଡ଼ାକ୍ତର ସୁନୀଲ କୋଟା, ମହୋତ୍ସବ ଉପଦେଷ୍ଟା ମନୋଜ କାନ୍ତ ଦାସ, ସୁରଜିତ କୁମାର ପଣ୍ଡା,ଗୌରାଙ୍ଗ ଚୌଧୁରୀ,ଶାନ୍ତନୁ କୁମାର ରଣା, ସନତ ପଣ୍ଡା, ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ଓ ଶିକ୍ଷାବିତ ପ୍ରଶାନ୍ତ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ା ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିଲେ ା ଏହି ଅବସରରେ ଜିବିବିଏସ୍‌ଏ ସଭାପତି ଆନନ୍ଦ ମହାଙ୍କୁଡ଼, ସମ୍ପାଦକ ଦୁର୍ଗା ଚନ୍ଦ୍ର ଶତପଥୀ, ପରିଚାଳନା ସମ୍ପାଦକ ଏସ୍‌. ଧର୍ମା ଆଚାରି, ଜୁନିୟର ମିଷ୍ଟର ଇଣ୍ଡିଆ ବିଜେତା କିଶୋର ଚନ୍ଦ୍ର ବିଷୋୟୀ, ସିନିୟର ମିଷ୍ଟର ଇଣ୍ଡିଆ ବିଜେତା ଉଦୟ ମଲ୍ଲିକ, ଇଣ୍ଟର ନ୍ୟାସନାଲ ଡାଇମଣ୍ଡ କପ୍‌ ବିଜେତା ଆତିଶ ମାଲୋଙ୍କୁ ସମ୍ମାନିତ କରାଯାଇଥିଲା ା କୋଷାଧ୍ୟକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ା ସଧ୍ୟାରେ ବ୍ରହ୍ମପୁର ନୁପୁର ଅନୁଷ୍ଠାନ ଦ୍ୱାରା ଓଡିଶୀ ନୃତ୍ୟ, ବ୍ରହ୍ମପୁର କଳାଞ୍ଜଳି ଆର୍ଟିଷ୍ଟ ତରଫରୁ ଆଧୁନିକ ନୃତ୍ୟ, ତ୍ରିପୁରା ସ୍କୃତି କଳାକେନ୍ଦ୍ର ଦ୍ୱାରା ପୁରାତନ ଗୀତ ଉପରେ ଆଧାରିତ ନୃତ୍ୟ, ଏସ୍‌ଏଭି ସ୍କୁଲ ପକ୍ଷରୁ ସାଂସ୍କୃତିକ ନୃତ୍ୟ, ବ୍ରହ୍ମପୁର ସୋସିଆଲ ଫିଟନେସ ଗ୍ରୁପ ତରଫରୁ ମହିଳାମାନଙ୍କ ଦ୍ୱାରା ହେଲଥ ଆଣ୍ଡ ଫିଟନେସ୍‌ ସୋ ପରିବେଷିତ ହୋଇଥିଲା ା
ଗଞ୍ଜାମ ପିତଳ ସ୍ଥିତ ରାମଚନ୍ଦ୍ରପୁର ଓଡ୍ର ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର କଣ୍ଠ ଶିଳ୍ପୀଙ୍କ ଦ୍ୱାରା ଆୟୋଜିତ ଟ୍ରାକ ମେଲୋଡି ଦର୍ଶକଙ୍କୁ ଝୁମାଇଥିଲା। ବ୍ରହ୍ମପୁର ବଡି ବିଲ୍ଡିଂ ସୋ ପକ୍ଷରୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା ା ଅନ୍ୟପକ୍ଷରେ ମହୋତ୍ସବ ସ୍ଥଳରେ ଆୟୋଜିତ ହସ୍ତତନ୍ତ ଓ ରେଶମନଗର ପୁସ୍ତକମେଳାର ବିଭିନ୍ନ ଷ୍ଟଲରେ ଭିଡ ଜମିଥିଲା ା ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri