ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା:ଡାକ୍ତରୀ ଦଳ ପକ୍ଷରୁ ବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା

ଖଣ୍ଡପଡ଼ା,୧୯ା୭(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁର ପଞ୍ଚାୟତସ୍ଥ ଘଣାଶାଳିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଅଣ୍ଡା ଖାଇ ୧୪ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେଣୁ ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ନୂଆଗଡିଆ ସାହି ଓ କଣ୍ଟିଲୋ ସ୍ବାସ୍ଥ୍ୟକେନ୍ଦ୍ରରୁ ଡା. ଜର୍ଜ ସତ୍ୟବ୍ରତ, ଡା. ଏଲୋରା ଦାସ, ପବ୍ଲିକ ହେଲଥ୍‌ ଏକ୍ସଟେନ୍‌ସନ ଅଫିସର ସ୍ନେହାଞ୍ଜଳି ପଣ୍ଡା ଓ ୨ ସୁପରଭାଇଜର ବିଦ୍ୟାଳୟରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନପୂର୍ବକ ରିପୋର୍ଟ ପ୍ରଦାନ କରିଛନ୍ତି ା ସମ୍ପୃକ୍ତ ବିଦ୍ୟାଳୟରେ ପାନୀୟ ଜଳର ସୁବିଧା ରହିଥିବା ଓ ୨/୩ ଜଣ ବାନ୍ତି କରିବା ଦେଖି ଅନ୍ୟ ପିଲାମାନେ ମଧ୍ୟ ବାନ୍ତି କରିବା ଆରମ୍ଭ କରିଦେଇଥିଲେ ବୋଲି ଡାକ୍ତରାଣୀ ଦାସ ସୂଚନା ଦେଇଥିଲେ। ସେ ଫୁଡ୍‌ ପଏଜନ୍‌ ହୋଇ ନ ଥିବା ଓ ଅନେକ ଛାତ୍ରୀଛାତ୍ର ୩/୪ଟି ଅଣ୍ଡା ଖାଇଥିବାବେଳେ କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ନ ଥିବା ସୂଚନା ଦେଇଥିଲେ। ସକାଳେ କିଛି ଖାଇ ନ ଥିବାରୁ ଡିହାଇଡ୍ରେସନ ହୋଇଥାଇପାରେ ବୋଲି ଡା. ଦାସ କହିଥିଲେ ା ଏହାବ୍ୟତୀତ ମଧ୍ୟାହ୍ନଭୋଜନରେ କିଛି ତ୍ରୁଟି ନ ଥିବା ଅନୁଧ୍ୟାନକାରୀ ଦଳଠାରୁ ସୂଚନା ମିଳିଛି ା ଏହି ଦଳ ଅପରାହ୍ନରେ ବିଦ୍ୟାଳୟରେ ପହଞ୍ଚତ୍ ପୂର୍ବରୁ କଣ୍ଟିଲୋ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ୫ମ ଶ୍ରେଣୀ ଛାତ୍ରୀ ଜ୍ୟୋତିର୍ମୟୀ ରାଉତ, ଅଭିଷେକ ପ୍ରଧାନ, ପ୍ରଶାନ୍ତି ପ୍ରଧାନ, ନିରଞ୍ଜନ ଦଳାଇ ଓ ୪ର୍ଥ ଶ୍ରେଣୀ ଛାତ୍ରୀ ସ୍ମିତା ରାଉତ, ଅନୁପମା ରାଉତ, ସାଇରାମ ଦଳାଇ, ରାଜା ଯେନା, ଝରଣା ବେହେରା, ବର୍ଷା ବେହେରା, ସୁମନ୍ତ ବେହେରା, ବର୍ଷା ରାଣୀ ଯେନା, ରୁଦ୍ର ନାରାୟଣ ସ୍ବାଇଁ, ବର୍ଷା ରାଉତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri