ମଦ ରାଜସ୍ବ ଓ ଜିଡିପି

ସହଦେବ ସାହୁ
ଅବକାରୀ ବିଭାଗର ଆୟ ଉପରେ ମନ୍ତ୍ରୀଙ୍କ ଉତ୍ତର- ୨୦୦୦ ତୁଳନାରେ ୨୦୧୯ରେ ଅବକାରୀ ଟିକସ ପ୍ରାୟ ୨୯ଗୁଣ ବଢ଼ି ୧୩୫.୩୫ କୋଟିରୁ ୩୮୦୦ କୋଟି ହୋଇଛି ବୋଲି ଖବର ପଢ଼ି ମୋ ପାଖରେ ବସିଥିବା ଉମାକାନ୍ତ କହିଲା, ଆପଣଙ୍କୁ ଗୋଟିଏ କାହାଣୀ କହିବି। ମଦରେ ଚାରୋଟି ପ୍ରାଣୀର ଆତ୍ମା ରହିଛି- କୋଇଲି, ଶାରୀ, ସିଂହ ଓ ଘୁଷୁରି। ମଦୁଆ ପ୍ରଥମ ଗିଲାସ ପିଇଲେ କୋକିଳ ବଚନ କହିବ, ଦ୍ୱିତୀୟ ଗିଲାସରେ ଶାରୀ ଭଳି ଗୋଟିଏ କଥାକୁ ବାରମ୍ବାର କହିବ, ତୃତୀୟ ଗିଲାସରେ ସିଂହ ଭଳି ଗର୍ଜନ କରିବ ଓ ପରିବାର ଲୋକଙ୍କୁ ଗାଳିଗୁଲଜ, ମାର୍‌ପିଟ କରିବ ଏବଂ ଚତୁର୍ଥ ଗିଲାସ ପିଇଦେଲା ପରେ ଘୁଷୁରି ଭଳି ନାଳନର୍ଦ୍ଦମାରେ ଗଡ଼ିବ। ଗୃହକର୍ତ୍ତା ମଦ ପିଇ କିଭଳି ପରିବାରକୁ ବିଶେଷକରି ସ୍ତ୍ରୀ ଓ ପିଲାପିଲିଙ୍କୁ ମାରଧର କରେ ଆମେ ଖବରକାଗଜରୁ ପଢ଼ିବାକୁ ପାଉ ଏବଂ ରାସ୍ତାକଡ ନାଳନର୍ଦ୍ଦମାରେ ପଡିଥିବା ମଦ୍ୟପକୁ ଦେଖିଲେ ଆମକୁ ଉମାକାନ୍ତ କାହାଣୀର ଚତୁର୍ଥ ପ୍ରାଣୀର ପ୍ରକୃତି କିପରି ମଦ୍ୟପକୁ ଘାରିଛି ମନେ ପଡ଼େ।
ପାଶ୍ଚାତ୍ୟ ଦେଶର, ଶୀତ ଅଞ୍ଚଳର ଲୋକେ ମଦକୁ ଜଳ ଭଳି ପାନୀୟ ରୂପେ ଗ୍ରହଣ କରନ୍ତି ଏବଂ ଦେହକୁ ଗରମ ରଖିବା ଲାଗି, ଶୁଷ୍କତାରୁ ରକ୍ଷାକରିବା ଲାଗି ଓ ପରିଶ୍ରମ ବେଶି କରିପାରିବା ପାଇଁ ମଦ ପିଇଥାନ୍ତି। ୟୁରୋପର ଥଣ୍ଡା ଜଳବାୟୁରେ ପାଣିକୁ ଦେହର ତାପ ସହ ସମାନ କରି ପିଇବାଠାରୁ ଥଣ୍ଡାରେ ଥିବା ମଦ ପିଇ ଦେହକୁ ଶକ୍ତି ଯୋଗାଇବା ଶ୍ରେୟସ୍କର। ସେମାନେ ମାତ୍ରା ଜଗି ପିଇଥାନ୍ତି। ଜଳକୁ ପାନୀୟ ସ୍ତରକୁ ଆଣିବା ଖର୍ଚ୍ଚଠାରୁ ମଦ ଶସ୍ତା ହୋଇଥିବାରୁ ସାଧାରଣ ଲୋକ ମଦ ପିଇବା ପାଶ୍ଚାତ୍ୟ ଲୋକଙ୍କ ଅଭ୍ୟାସରେ ପଡିଯାଇଛି। ପାଶ୍ଚାତ୍ୟ ଲୋକେ ଆମ ଦେଶକୁ ଉପନିବେଶ କରି ସେମାନଙ୍କ ଆଚାର ବିଚାରକୁ ଆମ ଲୋକଙ୍କ ଉପରେ ଲଦିଦେଲା ପରେ ଆମେ ଗ୍ରୀଷ୍ମପ୍ରଧାନ ଦେଶର ଲୋକ ହୋଇଥିଲେ ବି ଆମ ଭିତରୁ ଉଚ୍ଚଶ୍ରେଣୀର ଲୋକେ ସେମାନଙ୍କୁ ଅନୁକରଣ କଲେ। ମଦ ପିଇବା, ପୁଣି ବିଦେଶୀ ମଦ ପିଇବା ଆଭିଜାତ୍ୟର ଏକ ଲକ୍ଷଣ ହୋଇଗଲା। ସରକାରଙ୍କ ନିକଟତର ହେବା ଲାଗି ସରକାରୀ କର୍ମଚାରୀମାନେ ଏବଂ କର୍ମଚାରୀଙ୍କ ସାହଚର୍ଯ୍ୟ ପାଇବା ଉଦ୍ଦେଶ୍ୟରେ ସାଧାରଣ ଲୋକେ ମଦ ପିଇଲେ। ଏପରିକି ଭାରତ ତିଆରି ବିଦେଶୀ ମଦ (ଫରେନ୍‌ ଲିକର୍‌ ମେଡ୍‌ ଇନ୍‌ ଇଣ୍ଡିଆ) ବେଶି ଚାଲିଲା। ଗାନ୍ଧୀଙ୍କୁ ସମ୍ମାନ ଦେଖାଇବା ବାହାନାରେ ନିଶା ନିବାରଣ ଆଇନ ହେଲା, କିନ୍ତୁ ନିବାରଣ ଆଳରେ ପ୍ରଚଳନ ବଢ଼ିଲା। ତାମିଲନାଡୁର ଅନୁକରଣରେ ଆମ ପ୍ରଦେଶ ବି ମଦ ବ୍ୟବସାୟକୁ ସରକାରୀ କମ୍ପାନୀର କାମ କରିଦେଲା। ମଦ ନ ପିଇବା ଆଇଏଏସ୍‌ ଓ ଆଇପିିଏସ୍‌ଙ୍କୁ ଅଫିସରମାନଙ୍କ ଭିତରେ ଅସାମାଜିକ ଧରାଗଲା। ଏ ପ୍ରବନ୍ଧର ଲେଖକ ମୁଖ୍ୟ ଶାସନ ସଚିବ ରୂପେ ଯୋଗଦେଲା ପରେ ସେତେବେଳର ନିୟମ ଅନୁଯାୟୀ ଭୁବନେଶ୍ୱର କ୍ଲବ୍‌ର ଅଧ୍ୟକ୍ଷ ହେବା କଥା, କିନ୍ତୁ ପିଇବା (ଡ୍ରିଙ୍କ୍‌) କ୍ଲବ୍‌ର ମୁଖ୍ୟ ଅଙ୍ଗ ହୋଇଥିବାରୁ ମେମ୍ବର ହେଲା ନାହିଁ, ଅଧ୍ୟକ୍ଷ ହେବା ତ ଦୂରର କଥା।
ଆମ ଦେଶର ସାଧାରଣ ଲୋକେ ତୋରାଣି ଓ ହାଣ୍ଡିଆ ଭଳି ପାନୀୟ ପିଅନ୍ତି, ତାହା ମଦର କଞ୍ଚାମାଲ ହେଲେ ହେଁ ଗ୍ରୀଷ୍ମ କାଳରେ ଗରିବକୁ କର୍ମକ୍ଷମ କରିଥାଏ। କିନ୍ତୁ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସମାଜରେ ଉପରକୁ ଉଠିବା ପାଇଁ ମଦ ପିଇବାକୁ ଆଭିଜାତ୍ୟ ମନେ କରିଗଲେଣି। ତଥାପି ଭାରତୀୟ ସମାଜରେ ସେମାନେ ଏ ଯାଏ ଗ୍ରହଣୀୟ ହୋଇନାହାନ୍ତି, ତେଣୁ ମଦ ପିଇବା ଖରାପ ବୋଲି ଜାଣିଥିବା ଧନୀ ଲୋକେ ମୁହଁଯାକ ଅତର ସିଞ୍ଚିଥାନ୍ତି। ସାଧାରଣ କର୍ମଚାରୀଟିଏ ପିଇବା ପରେ ଖିଲେ ପାନ ପାଟିରେ ଚୋବାଇ ରଖିଲେ ଅନ୍ୟମାନେ ମଦର ଗନ୍ଧ ପାଇବେ ନାହିଁ ବୋଲି ଭାବିଥାନ୍ତି। ପାନ ମସଲା ଭିତରେ ଯେ କର୍କଟ ରୋଗକାରୀ କେମିକାଲ୍‌ ଥାଏ ତାହା ସେମାନେ ଜାଣି ସୁଦ୍ଧା ଖାଉଛନ୍ତି।
ଆଲ୍‌କୋହଲ ଯୋଗୁ ୩ ରକମର ସମସ୍ୟା ଆସିଥାଏ। ତିନୋଟି ଯାକ ଘାତକ ସାଜେ, ଯଥା ଯକୃତ ରୋଗ, କର୍କଟ ରୋଗ ଓ ରାସ୍ତା ଦୁର୍ଘଟଣା। ଇଣ୍ଟର୍‌ନ୍ୟାଶ୍‌ନାଲ ଜର୍ନାଲ ଅଫ୍‌ ଡ୍ରଗ୍‌ ପଲିସି ନାମକ ଏକ ପତ୍ରିକାରେ ଏବେ ଏକ ଗବେଷଣାର ଫଳ ପ୍ରକାଶ ପାଇଛି ଯେ, ୨୦୫୦ ବେଳକୁ ପ୍ରତ୍ୟେକ ଲୋକର ଆୟୁଷର ୭୫ ଦିନ ନଷ୍ଟ ହେବ କେବଳ ମଦପାନ ଯୋଗୁ। ସେ ଗବେଷଣାରେ ଥିଲେ ୩ ଜଣ ଭାରତୀୟ ଡାକ୍ତର ଓ ଦୁଇ ଜଣ ପବ୍ଲିକ୍‌ ହେଲ୍‌ଥ ଗବେଷକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ବେଳକୁ ଭାରତର ଜିଡିପି ୫ ଟ୍ରିଲିଅନ୍‌ (ଲକ୍ଷ କୋଟି) ଡଲାର କରିବେ ବୋଲି କହୁଛନ୍ତି। ଆମ ଦେଶର ଜିଡିପି ୨୦୧୬ରେ ୨.୬୯ ଟ୍ରିଲିଅନ୍‌ ଡଲାର ଥିଲା, ତାକୁ ୨୦୨୪ ସୁଦ୍ଧା ୫ ଟ୍ରିଲିଅନ୍‌ କରିବା ପରିପ୍ରେକ୍ଷୀରେ ଏକ ସର୍ଭେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଏହି ଜାତୀୟ ସର୍ଭେ ରିପୋର୍ଟଟି ତିଆରି କରିଛନ୍ତି ଦିଲ୍ଲୀସ୍ଥିତ ଏମ୍‌ସର ନ୍ୟାଶ୍‌ନାଲ ଡ୍ରଗ୍‌ ଡିପେଣ୍ଡେନ୍ସ ଟ୍ରିଟ୍‌ମେଣ୍ଟ ସେଣ୍ଟର ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପାଇଁ। ଏହି ଗବେଷଣା ପତ୍ରରେ କୁହାଯାଇଛି, ୨୦୫୦ ବେଳକୁ ୨୫କୋଟି ୮୦ ଲକ୍ଷରୁ ୫୫କୋଟି ୨୦ଲକ୍ଷ ଭିତରେ ମନୁଷ୍ୟ-ବର୍ଷ ନଷ୍ଟ ହେବ, ଏହାର ଅର୍ଥ ପ୍ରତ୍ୟେକ ଲୋକର ଜୀବନରେ ତା’ ଆୟୁଷରୁ ୭୫.୬୦ରୁ ୧୭୩.୬୫ ଦିନ ନଷ୍ଟ ହୋଇଯାଉଛି ବୋଲି ଧରିବାକୁ ପଡ଼ିବ। ମଦ ପ୍ରତି ସଚେତନ ହେବା ସତ୍ତ୍ବେ ୨୦୫୦ ବେଳକୁ ସାଧାରଣ ଜନତା ଭିତରେ ମଦ ନିଶାର ଏହି ପ୍ରଭାବ ରହିଥିବ, ଯଦି ସରକାର ଏ ଦିଗରେ ସକାରାତ୍ମକ ପଦକ୍ଷେପ ନ ନିଅନ୍ତି।
ଉଚ୍ଚ ଓ ମଧ୍ୟ ଆୟର ଦେଶଗୁଡ଼ିକ ମଦଜନିତ ସ୍ବାସ୍ଥ୍ୟସେବା ଓ ଚିକିତ୍ସା ପାଇଁ ଜିଡିପିର ୧% ଖର୍ଚ୍ଚ କରିଥାନ୍ତି। ବିକଶିତ ଦେଶଗୁଡ଼ିକ ଡିଡିପିର ୧%ରୁ ବେଶି ବ୍ୟୟ କରିଥାନ୍ତି- ଫ୍ରାନ୍ସରେ ଜିଡିପିର ୧.୭%, ଆମେରିକାରେ ୨.୭୫%, ଦକ୍ଷିଣ କୋରିଆରେ ୩.୩% ଓ ଥାଇଲାଣ୍ଡରେ ୧.୯୯%। ଭାରତରେ ମଦ ଯୋଗୁ ଅର୍ଥନୈତିକ ବ୍ୟୟ ତା’ର ବାର୍ଷିକ ଜିଡିପିର ୧.୪୫%। ପରିସଂଖ୍ୟାନ ଦଷ୍ଟିରୁ ଦେଖିଲେ ମଦ ପିଇବା କାରଣରୁ ୨୦୧୧ରୁ ୨୦୫୦ ଭିତରେ ଭାରତ ଅତି କମ୍‌ରେ ୨୫ କୋଟି ୮୦ ଲକ୍ଷ ଜୀବନ ହରାଇବ। ସ୍ବାସ୍ଥ୍ୟସେବାରେ ବ୍ୟୟ ଆଉ ଅର୍ଥନୈତିକ କ୍ଷତିକୁ ରୋକିପାରିଲେ ଭାରତ ବର୍ଷକୁ ୫ କୋଟି ୫୨ ଲକ୍ଷ ଦିବସର ଗୁଣବତ୍ତାଯୁକ୍ତ ଜୀବନ ପାଇପାରନ୍ତା। ହେଲ୍‌ଥ ଇମ୍ପାକ୍ଟ ଆଣ୍ଡ ଇକୋନମିକ୍‌ ବର୍ଡନ ଅଫ୍‌ ଆଲ୍‌କୋହଲ କଞ୍ଜପ୍ସନ୍‌ ଇନ୍‌ ଇଣ୍ଡିଆ ବା ଭାରତରେ ମଦ୍ୟପାନ ଯୋଗୁ ସ୍ବାସ୍ଥ୍ୟ ଉପରେ ପ୍ରଭାବ ଓ ଅର୍ଥନୈତିକ ବୋଝ ନାମକ ଗବେଷଣାପତ୍ରରେ ଏହା ପ୍ରକାଶ ପାଇଛି।
ଏ ପ୍ରକାର ବିଶ୍ଳେଷଣ ଆଗରୁ କେବେ ହୋଇ ନ ଥିଲା। ଭାରତରେ ମଦ୍ୟପାନର ଦୀର୍ଘସୂତ୍ରୀ ପ୍ରଭାବ ଜାଣିବା ଲାଗି ଏହା ଏକ ଉଦ୍ୟମ। ଏ ଗବେଷଣା ହୋଇନାହିଁ ମଦ ନିଶା ନିବାରଣ ପକ୍ଷ ନେବା ପାଇଁ କିନ୍ତୁ ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଜାଗ୍ରତ କରିବା ଏବଂ ମଦ ବିକ୍ରି ରୋକିବା ଉପରେ ଜୋର ଦେବା। ଏହି ଗବେଷକ ଦଳଟି ବିଭିନ୍ନ ବିଭାଗରୁ ନିଆ ହୋଇଛି- ଡିପାର୍ଟମେଣ୍ଟ ଅଫ୍‌ କମ୍ୟୁନିଟି ମେଡିସିନ ଆଣ୍ଡ୍‌ ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲ୍‌ଥ, ଚଣ୍ଡିଗଡ଼ର ପୋଷ୍ଟଗ୍ରାଜୁଏଟ ଇନ୍‌ଷ୍ଟିଚ୍ୟୁଟ ଆଣ୍ଡ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଏବଂ ଏମ୍‌ସ ଅଧୀନରେ ଥିବା ନ୍ୟାଶ୍‌ନାଲ ଡ୍ରଗ୍‌ ଡିପେଣ୍ଡେନ୍‌ସ ଟ୍ରିଟ୍‌ମେଣ୍ଟ ସେଣ୍ଟର।
ଯଦି ମଦବିକ୍ରି ଟିକସ ରସିଦ୍‌ରୁ ମିଳିଥିବା ମୋଟ ପରିମାଣରୁ ବାଦ ଦେଲେ ମଧ୍ୟ ମଦଭିତ୍ତିକ ଚିକିତ୍ସାରେ ହେଉଥିବା ଖର୍ଚ୍ଚ ଏବଂ ମଦ୍ୟପାନ ସମାଜ ଉପରେ ଯେଉଁ କୁପ୍ରଭାବ ପକାଏ ତାହାର ମୂଲ୍ୟ ୨୦୫୦ ବେଳକୁ ୯୭,୮୯,୫୦୦କୋଟି ଟଙ୍କା (୧୫୦୬ ବିଲିୟନ ଡଲାର) ସଙ୍ଗେ ସମାନ ହେବ। ଏହାକୁ ଯଦି ଜିଡିପିର ଅଂଶ ରୂପେ ଗଣିବା ତେବେ ଭାରତର ଅର୍ଥନୀତି ଉପରେ ବାର୍ଷିକ ଜିଡିପି ହାରର ଶତକଡା ହାରାହାରି ୧.୪୫ ଭାଗ ନଷ୍ଟ ହୋଇଯିବ। ହିସାବ କଲେ ଜଣାପଡ଼ିବ ମଦରୁ ଯେଉଁ ରାଜସ୍ବ ଆଦାୟ ହେବ, ସେହି ତୁଳନାରେ ଏହି ଖର୍ଚ୍ଚ ବହୁଗୁଣରେ ଅଧିକ।
ଇମେଲ୍‌ : sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri