ମଦଭାଟି ବନ୍ଦ ପାଇଁ ମହିଳାଙ୍କ ଦାବି

ସୋନପୁର, ୩।୧୨(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ମରାଡୁଗୋଛା ମଦଭାଟି ବନ୍ଦ ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ମହିଳାମାନେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିକଟରେ ଦାବି କରିଛନ୍ତି। ଏହି ସରକାରୀ ଦେଶୀ ମଦ ଭାଟି ସ୍ଥାନୀୟ ଉଚ୍ଚ ବିଦ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି। ମରାଡୁଗୋଛା, ରୁଗୁଡିପାଲି, ଲକ୍ଷ୍ମୀମୁଣ୍ଡା ଓ ଗୁହୁରିଆଘାଟ ଗ୍ରାମର ଛାତ୍ରୀଛାତ୍ର ପାଠ ପଢିବା ପାଇଁ ଏହି ବିଦ୍ୟାଳୟକୁ ଆସିଥାନ୍ତି। ତେବେ ରାସ୍ତା ପାର୍ଶ୍ୱରେ ମଦ ଭାଟି ଥିବାରୁ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଏହା ଆଡ୍ଡାସ୍ଥଳୀ ପାଲଟିଛି। ଏଥିଯୋଗୁଁ ଅଭିଭାବକମାନେ ଚିନ୍ତାରେ ରହୁଛନ୍ତି। ମଦ୍ୟପଙ୍କ ଯୋଗୁଁ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଝିଅ ବୋହୂମାନେ ରାସ୍ତାକୁ ବାହାରିବାକୁ ନିରାପଦ ମଣୁନାହାନ୍ତି। ତେଣୁ ମଦଭାଟି ବନ୍ଦ କରିବା ପାଇଁ ମରାଡୁଗୋଛାର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ, ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଦାବି କରିଛନ୍ତି । ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ମିଶ୍ର, ମରାଡୁଗୋଛା ସରପଞ୍ଚ ଲଳିତା କୁଅଁର, ସମିତି ସଭ୍ୟ ହିରଣ୍ୟ କୁମାର ସାହୁ, ମନମୋହନ ସାହୁ, ଧନମତୀ ମହାକୁର, ଭାଗ୍ୟ ପାତ୍ର, ସୁବାସିନୀ ବେହେରା, ଚନ୍ଦ୍ରମା ନାଏକ, ଆନନ୍ଦିନୀ ବାରିକ, ନମିତା ହାତୀ, ସୌଦାମିନୀ ଦାସ ଓ ଯାଜ୍ଞସିନୀ ଦାଶ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ମଦଭାଟି ବନ୍ଦ ପ୍ରତି ବଦଳରେ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବେ ବୋଲି ଜିଲାପାଳ ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ମୁନ୍ନା: ପେନସିଲ ଗ୍ରାଫାଇଟରେ ସୂକ୍ଷ୍ମ ଇଣ୍ଡିଆ ଗେଟ୍‌

ଅମରପାଲି,୧୨ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ମୁନ୍ନା ମାହାଣା ଲିମକା ବୁକ ଅଫ ରେକଡର୍‌ସରେ ନିଜ ନାମକୁ ନାମିତ କରି ଜିଲା ପାଇଁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କୁ କଟାକ୍ଷ କଲେ ଜିଲାପାଳ

ନୂଆଦିଲ୍ଲୀ,୨।୨: ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରବିବାର ସୁବର୍ଣ୍ଣପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ ହୋଇଥିଲା।…

ଟ୍ରକ ଧକ୍କାରେ ଯୁବ ଚାଷୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି ନେଇ ୪ ଘଣ୍ଟା ଧରି ରାମପୁର ରାସ୍ତା ଉପରେ ରାସ୍ତା ରୋକ

ଡୁଙ୍ଗୁରିପାଲି ୨୩।୧ (ଦୀନବନ୍ଧୁ ସୁନା ) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଏଟିଏମ ଛକ ନିକଟରେ ବରପାଲି ପଟରୁ ଆସୁଥିବା ଏକ ଟ୍ରକ,…

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ ଗେଟ…

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର ଭଗବତୀପ୍ଲଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri