ମଣ୍ଡିକୁ ଅପେକ୍ଷା

ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲାରେ ଭଲ ଫସଲ ହୋଇଛି। କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ କଳାହାଣ୍ଡିରେ ୮୧ ଲକ୍ଷ କୁଇଣ୍ଟାଲ ଧାନ ଉପତ୍ାଦନ ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନଭେମ୍ବର ପହିଲାରୁ ମଣ୍ଡି ଖୋଲିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ମିଲର୍ସଙ୍କ ଅସହଯୋଗ ଯୋଗୁ ଧାର୍ଯ୍ୟ ତାରିଖର ୧୫ ଦିନ ପରେ ବି ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନ ମଣ୍ଡି ଖୋଲିବାରେ ବିଫଳ ହୋଇଛି। ଫଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ନିଜର ତକତ୍ାଳୀନ ସମସ୍ୟା ମେଣ୍ଟାଇବାକୁ ଯାଇ ଶାଗମାଛ ଦରରେ ଦଲାଲଙ୍କ ହାତରେ ନିଜ ଧାନ ଟେକି ଦେଉଛନ୍ତି। ଜିଲା ଯୋଗାଣ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲାରେ ସମୁଦାୟ ୭୨ ହଜାର ୮୪୩ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ଏଥର ଜିଲାରେ ୭୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଓ ୧୭ଟି ମହିଳା ଏସ୍‌ଏଚ୍‌ଜି ଦ୍ୱାରା ୧୭୮ଟି ମଣ୍ଡି ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲାର ଚାଷୀମାନେ ଧାନ ଅମଳ କରି ମଣ୍ଡିକୁ ଚାତକ ପରି ଅନାଇ ବସିଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ମିଲର୍ସମାନେ ଜିଲା ପ୍ରଶାସନକୁ ନାକେଦମ୍‌ କରୁଛନ୍ତି। ଫଳରେ ଆଜି ପର୍ଯ୍ୟନ୍ତ ଜିଲାରେ ମଣ୍ଡି ଖୋଲି ପାରିନାହିଁ। ଫଳସ୍ବରୂପ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଅସାଧୁ ମିଲର୍ସଙ୍କ ଦ୍ୱାରା ନିୟୋଜିତ ଦଲାଲମାନେ ଜିଲା ସାରା ସକ୍ରିୟ ହୋଇ ଉଠୁଛନ୍ତି। ଆର୍ଥତ୍କ ସ୍ଥିତିରେ ଦୁର୍ବଳ ଥିବା ଚାଷୀଙ୍କଠାରୁ କମ୍‌ ଦରରେ ଧାନ କିଣି ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ନାନା ସମସ୍ୟା ସାମ୍‌ନାକୁ ଆସିଛି। ଏହା ଚାଷୀ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ଏହି ପୁଞ୍ଜୀଭୂତ ଅସନ୍ତୋଷ କେତେବେଳେ ଯେ ଉଗ୍ରରୂପ ଧାରଣ କରିବ ତାହା କେହି କହିପାରିବେ ନାହିଁ। ଅପରପକ୍ଷେ କୃଷକ ସଙ୍ଗଠନମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ପ୍ରଶାସନ ତୁରନ୍ତ ଧାନ କିଣା ପ୍ରକ୍ରିୟା ଆରମ୍ଭ କରି ଚାଷୀଙ୍କୁ ଦଲାଲଙ୍କ କବଳରୁ ରକ୍ଷା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ବର୍ଷାରେ ଧୋଇଗଲା ମିନି ଷ୍ଟାଡିୟମ ମାଟି: ସ୍ଥାୟିତ୍ୱକୁ ନେଇ ଆଶଙ୍କା

ଲାଠୋର,୨୨ା୫(ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ସଦର ଗ୍ରାମରେ ଏକ ମିନି ଷ୍ଟାଡିୟମ ନିର୍ମାଣ ହୋଇ ନିକଟରେ ଉଦ୍‌ଘାଟିତ ହୋଇଛି l ତେବେ ଏହି…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ଏଣିକି କୃଷକଙ୍କ କାର୍ଯ୍ୟ ହେବ ସହଜ: ଶୁଭାରମ୍ଭ ହେଲା…

ମହାକାଳପଡ଼ା, ୨୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କିଆର ବାଙ୍କସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରଠାରେ ଖରିଫ୍‌ ଫସଲ ସମ୍ବନ୍ଧୀୟ କୃଷକ ପଞ୍ଜୀକରଣ, ସଫଳ…

କଲ୍ୟାଣସିଂହପୁର ଲ୍ୟାମ୍ପ ଏମ୍‌ଡିଙ୍କ ଘରେ ଭିଜିଲାନ୍ସ ରେଡ୍, ବେଆଇନ କାରବାର…

କଲ୍ୟାଣସିଂହପୁର,୨୨।୫(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସମବାୟ ସମିତି ଲ୍ୟାମ୍ପରେ ହୋଇଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣା ନୂଆ ମୋଡ଼ ନେଇଛି।…

ଯୁକ୍ତ ଦୁଇ ପରୀକ୍ଷା ଫଳ: ତଥ୍ୟ ମାଗିବାରୁ ସାମ୍ବାଦିକଙ୍କୁ ‘ନାଲି ଆଖି’

ଥୁଆମୂଳ ରାମପୁର,୨୨।୫(ଦୁର୍ଗା କୀର୍ତ୍ତି): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ…

ଭାରତକୁ ଯେତିକି ତେଲ ଆବଶ୍ୟକ ସେତିକି ଯୋଗାଇବାକୁ ଆମେରିକା ପ୍ରସ୍ତୁତ: ମାର୍କୋ ରୁବିଓ

ଓ୍ବାଶିଂଟନ, ୨୨।୫: ଭାରତ ଗସ୍ତ ପୂର୍ବରୁ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ନୂଆଦିଲ୍ଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri